Home General ଏମପିସି ମହାବିଦ୍ୟାଳୟ ୧୯୮୫-୯୦ର ବନ୍ଧୁମିଳନ

ଏମପିସି ମହାବିଦ୍ୟାଳୟ ୧୯୮୫-୯୦ର ବନ୍ଧୁମିଳନ

ଭୁବନେଶ୍ୱର, ନଭେମ୍ବର ୧୪: ବନ୍ଧୁତ୍ୱର ଅନେକ ପରିଭାଷା, ହେଲେ ପୁରୁଣା ବନ୍ଧୁକୁ ପାଖରେ ପାଇବାର ସେହି ଅଭୁଲା ମୁହୂର୍ତ ସବୁବେଳେ ଆମପାଇଁ ଅମୁଲ୍ୟ ଏବଂ ଅପାସୋରା I

ବାରିପଦା ମହାରାଜା ପୂର୍ଣଚନ୍ଦ୍ର (ଏମପିସି) ମହାବିଦ୍ୟାଳୟର ୧୯୮୫-୯୦ ଶିକ୍ଷା ବର୍ଷ ଗୁଡିକର (ବିଜ୍ଞାନ ବିଭାଗ) ଶିକ୍ଷାର୍ଥୀ ମାନଙ୍କ ଷଷ୍ଠ ବନ୍ଧୁମିଳନ ମନ୍ଦିର ନଗରୀ ଭୁବନେଶ୍ୱର ଠାରେ ପତଂଗ କଲ୍ୟାଣ ମଣ୍ଡପ ଶୈଳଶ୍ରୀ ବିହାର ଅଂଚଳରେ, ଗତକାଲି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦିବଂଗତ ସଦସ୍ୟ ମାନଂକ ଆମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରାଯାଇଥିଲା I

ଏଥିରେ ବାରିପଦା, ଭୁବନେଶ୍ୱର, କଟକ, ବାଲେଶ୍ୱର, ଭଦ୍ରକ, କେଉଁଝର ତଥା ଓଡିଶା ତଥା ଓଡିଶା ବାହାର ରାଜ୍ୟରୁ ପ୍ରାୟ ୫୦ ସଦସ୍ୟ ଏବଂ ସଦସ୍ୟା ଯୋଗ ଦେଇ ବିଗତ ଦିନର କଲେଜ ଦିନର ଅନୁଭୂତି ମନେପକେଇବା ସହ ଆମୋଦ ପ୍ରମୋଦ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦିନଟିଏ ଅତିବାହିତ କରିଥିଲେ I

ନିଜର ବ୍ୟସ୍ତ ବହୁଳ ଜୀବନରୁ ସମୟ କାଢି ସଦସ୍ୟ-ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଭୁବନେଶ୍ୱର ସ୍ଥାନୀୟ କାର୍ଯ୍ୟକର୍ତା ମାନେ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଭବିଷ୍ୟତରେ ଏହି ବନ୍ଧୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବ୍ୟାପକ ଭାବରେ ଆୟୋଜିତ କରିବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ I

ଏଠାରେ ଉଲ୍ଲେଖ କରାଯାଇ ପାରେକି ଏମପିସି ମହାବିଦ୍ୟାଳୟ ୧୯୮୫-୯୦ ବନ୍ଧୁମିଳନ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା I ମଝିରେ କରୋନା କାଳରେ ଦୁଇ ବର୍ଷ ପାଇଁ ଏହି ବନ୍ଧୁ ମିଳନ ସ୍ଥଗିତ ରହିଥିଲା I ଅନୁଷ୍ଠାନର ନିୟମ ଅନୁସାରେ ଗୋଟିଏ ବର୍ଷ ବାରିପଦାରେ ଆୟୋଜିତ ହେଲେ ପରବର୍ଷ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ପାଇଁ ସଦସ୍ୟ ସଦସ୍ୟ ମାନେ ଚାତକ ପରି ଅନେଇ ରହିଥାନ୍ତି I

କାର୍ଯ୍ୟକ୍ରମରେ ବାରିପଦାର ସାଂସ୍କୃତିକ ଝଲକ ସହିତ ପରମ୍ପରାର ମିଶ୍ରଣ ଦେଖିବାକୁ ମିଳିଥାଏ I ସୁସ୍ୱାଦୁ ବ୍ୟଞ୍ଜନ ଏବଂ ଖାଦ୍ୟ ଦ୍ରବ୍ୟ ସହିତ ବାରିପଦାର ପ୍ରସିଦ୍ଧ ମାଂସ ମୁଢି ମଧ୍ୟ ଏକ ପ୍ରମୁଖ ଆକର୍ଷଣ ହୋଇଥାଏ I

କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ବିଗତ ଜୀବନର ସ୍ମୃତି ସାଉଣ୍ଟିବା ପାଇଁ ବନ୍ଧୁ ମିଳନ ଏକ ଅନନ୍ୟ ମାଧ୍ୟମ, ହେଲେ ବାରିପଦା, ମୟୁରଭଞ୍ଜ ଏବଂ କଲେଜ ବେଳର ଅଭୁଲା ଅପାସୋରା ମୁହୂର୍ତ ମାନଙ୍କୁ ଆଉଥରେ ପାଖରୁ ପରଖିବା ପାଇଁ ଏମ ପି ସି ମହାବିଦ୍ୟାଳୟ ୧୯୮୫-୯୦ ବନ୍ଧୁମିଳନ ଏକ ପ୍ରମୁଖ ମାଧ୍ୟମ ପାଲଟିଛି ବୋଲି ସବୁ ସଦସ୍ୟ-ସଦସ୍ୟା ମାନେ ମତବ୍ୟକ୍ତ କରିଥିଲେ I