Home General ଗୋ-ସେବା ସୁଖ ଓ ଶାନ୍ତି ପ୍ରଦାନ କରିଥାଏ

ଗୋ-ସେବା ସୁଖ ଓ ଶାନ୍ତି ପ୍ରଦାନ କରିଥାଏ

ଭୁବନେଶ୍ୱର : ଗୋ-ସେବା ଓ ପିତାମାତାଙ୍କ ଆଶୀର୍ବାଦ ମଣିଷକୁ ସୁଖ ଓ ଶାନ୍ତି ପ୍ରଦାନ କରିଥାଏ । ଭାରତୀୟ ସଂସ୍କୃତିରେ ଜନ୍ମିତ ମା ଓ ଗୋ-ମାତାର ସମ୍ମାନ , ସେବା ଓ ସୁରକ୍ଷା କରିବା ପ୍ରତ୍ୟେକଙ୍କ ପାଇଁ ଅପରିହାର୍ଯ୍ୟ ।

ଦିନକୁ ଦିନ ଗୋ-ସମ୍ପଦର ବିଲୋପ ଘଟୁଥିବା ବେଳେ ସମ୍ପ୍ରତି ଯୁବପିଢି ଏଥି ପ୍ରତି ଗୁରୁତ୍ୱ ଦେଉ ନାହାଁନ୍ତି । ଜନ୍ମ ପରେ ମାତୃ ସ୍ତନ୍ୟପାନରୁ ବଂଚିତ ମାନବ ଶିଶୁ ଗାଈ କ୍ଷୀର ଉପରେ ନିର୍ଭର କରି ବଞ୍ଚିଥାଏ। ଗୋ-ମାତା ମାନବ ସମାଜକୁ ଜୀବନସାରା ସେବା ଯୋଗାଉଥିବା ବେଳେ ଶେଷ ସମୟରେ ତାକୁ କଂସେଇ ହାତରେ ଦିଆଯାଇଥାଏ । ଏହା ହିନ୍ଦୁ ଧର୍ମ ପ୍ରତି ଏକ କୁଠାରଘାତ ।

 ସମାଜରେ ଗୋସେବା ଓ ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ଆଗେଇ ଆସିଲେ ଏକ ସମୃଦ୍ଧଶୀଳ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ଗତ କାଲି ନିଶ୍ଚିତକୋଇଲି ବ୍ଲକ କେଣ୍ଟାଳ ପଞ୍ଚାୟତ ମଲ୍ଲିପୁରଠାରେ ଥିବା ଅସୁରେଶ୍ୱର ଗୋମଙ୍ଗଳ ସମିତିର ( ଗୋରକ୍ଷଣୀ ଅସୁରେଶ୍ୱର )ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ସାଧାରଣ ସଭାରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।

ଗୋରକ୍ଷଣୀର ସଭାପତି ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାଙ୍କ ଅଭିଭାଷଣରେ ଏକ ଶୁଦ୍ଧ , ସଂକଳ୍ପ ଓ ମୁଷ୍ଟିଭିକ୍ଷାକୁ ପାଥେୟ କରି ୧୯୪୩ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ବଂଚି ରହିଛି ଏବଂ ସବୁଠାରୁ ଏକ ନିଆରା ଅନୁଷ୍ଠାନ ବୋଲି ପ୍ରକାଶ କରିଥିଲେ । 

ସଭାପତିତ୍ୱରେ ଅନୁଷ୍ଟିତ ଉକ୍ତ ଉତ୍ସବରେ ତାଃ ପ୍ରସନ କୁମାର ପାଟଶାଣୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମାଜରେ ମଣିସକୁ ମଣିସ ବିଶ୍ୱର କରୁନାହିଁ । ଧମ ପଛରେ ଧାବମାନ । ମୂଲ୍ୟବୋଧର ଅବକ୍ଷୟ ଘଟିଛି । ପାଶ୍ଚାତ୍ୟ ସଂସ୍କୃତି ନାମରେ ଅପସଂସ୍କୃତିର ପ୍ରବେଶ ଯୋଗୁଁ ସମାଜ କଳୁଷିତ ହେବାରେ ଲାଗିଛି । ମଣିଷ ସୁଖ ଓ ଶାନ୍ତିରେ ବଂଚିବାକୁ ହେଲେ ଗୋମାତା , ପିତା ଓ ମାତାଙ୍କ ଆଶିର୍ବାଦ ଆବଶ୍ୟକ ବୋଲି କହିଥିଲେ ।

ପ୍ରଫେସର ଡଃ ବିକାଶ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସଂପ୍ରତି ଯୁବ ପିଢି ଗୋପାଳନ , ଗୋସେବା ଓ ସୁରକ୍ଷାରୁ ଦୁରେଇ ଯାଉଥିବା ସମାଜ ପ୍ରତି ଶୁଭଙ୍କର ନୁହେଁ ବୋଲି କହିଥିଲେ । ଅନ୍ୟତମ ମୁଖ୍ୟବକ୍ତା ପ୍ରଫେସର ଅଭିରାମ ବିଶ୍ୱାଳ ଗୀତା , ଭାଗବତ ଓ ପୁରାଣରୁ ବିଭିନ୍ନ ଉଦାହରଣ ଦେଇ ଗୋମାତାଙ୍କ ସେବାରେ ନୈସର୍ଗିକ ସୁଖମିଳେ ବୋଲି କହିଥିଲେ ।

କଟକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅମ୍ବର କୁମାର କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୋସେବା ଓ ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି , ବିଶେଷ କରି ଆଜିର ଯୁବ ପିଢି ଆଗେଇ ଆସିଲେ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା , ନିଶ୍ଚିନ୍ତକୋଇଲି ବ୍ଲକ୍ ଉପାଧ୍ୟକ୍ଷ ଅଶୋକ କୁମାର ଓଝା , ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର ଓ ସମାଜ ସେବୀ ପ୍ରସାନ୍ତ କୁମାର କର ପ୍ରମୁଖ ଗୋ-ସେବା ଓ ଗୋ-ମହାତ୍ମ୍ୟ ଉପରେ ଆଲୋକପାତ କରିଥି ।

ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ସଭ୍ୟ ପଂଚାନନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଗୀତା ଓ ଗୋମହାତ୍ମ୍ୟ ପାଠ . ସଂକୀର୍ତନ , ଗୋ-ପୂଜନ ,ଗୋ-ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ  ଆୟଜନ କରିଯାଇଥଲା ଏବଂ ଅତିଥି ମାନଙ୍କ ଦ୍ୱାରା ପ୍ଲାଟିନମ୍ ଜୁବୁଲୀ ସ୍ମାରକୀ ସଂକଳନ ଅନୁଷ୍ଠାନ ମୁଖପତ୍ର ଧାତ୍ରୀ ଉନ୍ମୋଚିତ ହୋଇଥିଲା ।