Home General ଆଦିତ୍ୟ ପାଢୀଙ୍କୁ ଜାତୀୟ ସ୍ତରରେ ଗୁରୁ ଦାୟିତ୍ୱ

ଆଦିତ୍ୟ ପାଢୀଙ୍କୁ ଜାତୀୟ ସ୍ତରରେ ଗୁରୁ ଦାୟିତ୍ୱ

ଭୁବନେଶ୍ୱର : ବରିଷ୍ଠ ପ୍ରଶାସକ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ସର୍ବ ଭାରତୀୟ ରାଜ୍ୟ ର୍ନିବାଚନ କମିଶନରଙ୍କ ସ୍ଥାୟୀ କମିଟିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

ଓଡ଼ିଶାର ରାଜ୍ୟ ର୍ନିବାଚନ କମିଶନ (ଏସ୍‍ଇସି) ଥିବା ଶ୍ରୀ ପାଢୀ ହେଉଛନ୍ତି ଦେଶର ଅନ୍ୟତମ ବରିଷ୍ଠ ରାଜ୍ୟ ନିର୍ବାଚନ କମିଶନର ଏବଂ ର୍ନିବାଚନ ସମ୍ବନ୍ଧୀୟ ମାମଲା ପରିଚାଳନା କରିବାରେ ତାଙ୍କର ସୁଦୀର୍ଘ ଅଭିଜ୍ଞତା ରହିଛି ।

ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ସର୍ବ ଭାରତୀୟ ରାଜ୍ୟ ର୍ନିବାଚନ କମିଶନରଙ୍କ ବୈଠକରେ ଶ୍ରୀ ପାଢୀଙ୍କୁ ଏସ୍‍ଇସିର ଜାତୀୟ କମିଟିର ମୁଖ୍ୟ ଭାବରେ ଚୟନ କରାଯାଇଥିଲା ।

ଓଡିଶାରେ ସବୁଠାରୁ ଅଧିକ ସମୟ ଧରି ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିବା ଶ୍ରୀ ପାଢୀ ଅଗଷ୍ଟ ୨୦୧୯ ରୁ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି ଏବଂ ରାଜ୍ୟ ର୍ନିବାଚନ ଆୟୋଗ ଦ୍ୱାରା ପଞ୍ଚାୟତ ଓ ପୌର ନିର୍ବାଚନରେ ଅନେକ ସଂସ୍କାର ଆଣିବାରେ ସକ୍ଷମ ହୋଇଛନ୍ତି ।

ଶ୍ରୀ ପାଢୀ ରାଜ୍ୟରେ ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବାରେ ସକ୍ଷମ ହୋଇଛନ୍ତି ଏବଂ ବର୍ତ୍ତମାନ ର୍ନିବାଚିତ ପ୍ରତିନିଧିମାନେ ସେମାନଙ୍କର କାର୍ଯ୍ୟ କରୁଛନ୍ତି ।

ସର୍ବ ଭାରତୀୟ ରାଜ୍ୟ ର୍ନିବାଚନ ଆୟୋଗର ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବରେ ସେ ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ରାଜ୍ୟ ନିର୍ବାଚନ କମିଶନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ରାଜ୍ୟ ଦ୍ୱାରା କରାଯାଇଥିବା ସଂସ୍କାର ବିଷୟରେ ଜ୍ଞାନ ସଂଗ୍ରହ କରିବେ ।

ପୌର ଏବଂ ପଞ୍ଚାୟତ ର୍ନିବାଚନ କରିବା ପାଇଁ ଅନେକ ରାଜ୍ୟ ନିର୍ବାଚନ କମିଶନର ର୍ନିବାଚନ ସଂସ୍କାର ଆଣୁଛନ୍ତି । ରାଜ୍ୟ ରାଜ୍ୟ ର୍ନିବାଚନ କମିଶନମାନଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ସଫଳ ସଂସ୍କାର ପଦକ୍ଷେପକୁ ସେ ଅନ୍ୟ ରାଜ୍ୟମାନଙ୍କୁ ଅବଗତ କରିବା ସହିତ ସେଗୁଡିକୁ କାର୍ଯ୍ୟକାରୀ ଲାଗି ପରାମର୍ଶ ଦେବେ ବୋଲି ଅଧିକାରୀମାନେ କହିଛନ୍ତି ।