ଭୁବନେଶ୍ୱର : ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡାଇ ଡାକ୍ତରଖାନା ପରିସରରେ କେକ୍ କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଉତ୍କଳ ହସ୍ପିଟାଲର କାର୍ଡିଓଲୋଜି ଓ କାର୍ଡିଓଥେରାସିସ ଆଣ୍ଡ ଭାସ୍କୁଲାର ସର୍ଜରୀ ବିଭାଗର ଡାକ୍ତର ସନତ କୁମାର ସାହୁ, ଡାକ୍ତର ସୁମନ୍ତ ପ୍ରଧାନ, ଡାକ୍ତର ନିମାଇଁ ଚରଣ ବେହେରା, ଡାକ୍ତର ଶୌମ୍ୟ ଗୁହା ଓ ବରିଷ୍ଠ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ଉପସ୍ଥିତ ଡାକ୍ତରମାନେ ହୃଦୟର ସୁରକ୍ଷା ପାଇଁ କିଭଳି ପଦକ୍ଷେପ ନିଆଯାଇ ପାରିବ ତାହା ଉପରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।