Home Infrastructure ୧୫ ସୁଦ୍ଧା ପୁରୀ ବିମାନ ବନ୍ଦର ଜମି ହସ୍ତାନ୍ତର

୧୫ ସୁଦ୍ଧା ପୁରୀ ବିମାନ ବନ୍ଦର ଜମି ହସ୍ତାନ୍ତର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ପୁରୀଠାରେ ପ୍ରସ୍ତାବିତ ବିମାନ ବନ୍ଦରର ଜମି ଅଧିଗ୍ରହଣ, ପ୍ରାଚୀର ନିର୍ମାଣ, ଯୋଗାଯୋଗ କରିଡ଼ର ଆଦି କାର୍ଯ୍ୟର ସମୀକ୍ଷା କରାଯାଇଛି । ଏଥିରେ ପ୍ରଥମ ଦଫାରେ ୯୪୦ ଏକର ଜମି ବାଣିଜ୍ୟ ଓ ପରିବହନ ବିଭାଗକୁ ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ଆସନ୍ତା ସେପେଫମ୍ବର ୧୫ ତାରିଖ ସୁଦ୍ଧା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏଥି ସହିତ ଆବଶ୍ୟକ ଥିବା ଘରୋଇ ଜମି ଅଧିଗ୍ରହଣ ନିମନ୍ତେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ କୁହାଯାଇଛି । ଜମି ଅଧିଗ୍ରହଣ ସଂକ୍ରାନ୍ତୀୟ ମାମଲାର ସଂଯୋଜନା ଓ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଅଧିକୃତ କରିବାକୁ ପରାମର୍ଶ ଦିଆଯାଇଥିଲା ।

ପ୍ରସ୍ତାବିତ ସ୍ଥାନରେ ଆସନ୍ତା ୨୦ ତାରିଖରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ୪ ମାସ ସମୟ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଜଣାଇଥିଲେ । ଆଗାମୀ ୧୭ ତାରିଖରେ ଏହି କାର୍ଯ୍ୟର ଅଗ୍ରଗତି ସଂପର୍କରେ ପୁନର୍ବାର ସମୀକ୍ଷା ବୈଠକ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି ।

ଆଜିର ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଆଇଟି ବିଭାଗ ସଚିବ ମନୋଜ ମିଶ୍ର, ଇଡ଼୍‌କୋର ପରିଚାଳନା ନିର୍ଦ୍ଦେଶକ
ଭୂପିନ୍ଦର୍‌ ସିଂହ ପୁନିଆ ଓ ଶିଳ୍ପ ବିଭାଗ ଅତିରିକ୍ତ ସଚିବ ଶୁଭେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ ।