Home Infrastructure ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱ

ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଭାରତ ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ତରଫରୁ ଓଡ଼ିଶାରେ ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟକ୍ଷମ ହେଉଥିବା ସମସ୍ତ ଜାତୀୟ ରାଜପଥର ଜମି ଅଧିଗ୍ରହଣ ସଂପର୍କିତ ସମୀକ୍ଷା ବୈଠକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭାରତ ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ, ପୂର୍ତ୍ତ ବିଭାଗ, ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଥିଲେ ।

ବୈଠକରେ ଭାରତ ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଗଣ ଗତ ୩ ମାସ ମଧ୍ୟରେ ବିଭିନ୍ନ ଜାତୀୟ ରାଜପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବାରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ରାଜସ୍ୱ ବିଭାଗର ଅଧିକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବୈଠକରେ ସମସ୍ତ ନିର୍ମାଣାଧୀନ ଜାତୀୟ ରାଜପଥ ପ୍ରକଳ୍ପ, ସମସ୍ତ ଅନୁମୋଦିତ ପ୍ରକଳ୍ପ ଓ ଅନ୍ୟାନ୍ୟ ଜାତୀୟ ରାଜପଥ ପ୍ରକଳ୍ପର ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହା ବ୍ୟତୀତ ଗତ ତିନି ମାସ ମଧ୍ୟରେ ବହୁ ଦାଖଲ ଖାରଜ ମାମଲା ହୋଇ ରେକର୍ଡ କରେକ୍ସନ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର କରାଯାଇଛି ।

ସେହିପରି ଜାତୀୟ ରାଜପଥ ୨୬ରେ ନବରଙ୍ଗପୁରରୁ ବୋରିଗୁମ୍ମା ଓ ବରଗଡରୁ ବରପାଲ୍ଲୀ, ଜାତୀୟ ରାଜପଥ ୫୯ରେ ମୁଣ୍ଡମରାଇରୁ ରତନପୁର, ବ୍ରହ୍ମପୁର ବାଇପାସ, ଜାତୀୟ ରାଜପଥ ୪୯ରେ ଝାସରୁଗୁଡ଼ାରୁ ଭୋଜପୁର, ଜାତୀୟ ରାଜପଥ ୧୫୭ରେ ଭଂଜନଗରରୁ ଆସ୍କା, ଜାତୀୟ ରାଜପଥ ୫୭ରେ ନୟାଗଡରୁ ଖୋର୍ଦ୍ଧା ଓ ସୋନପୁରରୁ ମାଧପୁର, ଜାତୀୟ ରାଜପଥ ୨୨୦ରେ ତିରିଙ୍ଗରୁ ରାଇରଙ୍ଗପୁର, ଜାତୀୟ ରାଜପଥ ମାଲକାନଗିରିରୁ ମୋଟୁ ମଧ୍ୟରେ ସମସ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ ହୋଇ ଜାତୀୟ ରାଜପଥ କାର୍ଯ୍ୟ ଆଗେଇ ଚାଲିଛି ।

ବିଗତ ସମୀକ୍ଷା ବୈଠକ ପରେ ରାଜ୍ୟରେ ଜାତୀୟ ରାଜପଥର ଜମି ଅଧିଗ୍ରହଣ ନିମନ୍ତେ ଜମି ମାଲିକମାନଙ୍କୁ ପାଖାପାଖି ୮୮ କୋଟି ଟଙ୍କା କ୍ଷତିପୂରଣ ବାବଦରେଦିଆଯାଇଛି । ସେହିପରି ୧୪ ପ୍ରକଳ୍ପର ହାରାହାରି ୩୦୦ ହେକଫର ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପଇସାରିଛି ଏବଂ ୧୩ ଜାତୀୟ ରାଜପଥ ପ୍ରକଳ୍ପର ଆକଳନ ସମାପ୍ତ ହୋଇ ୨୨୫ ହେକଫର ପାଇଁ ୩୦୯ କୋଟି ଟଙ୍କା ମଂଜୁର
ହୋଇସାରିଛି ।

ବିଭିନ୍ନ କ୍ଷେତ୍ରାଧିକାରୀମାନଙ୍କୁ ଜାତୀୟ ରାଜପଥର ଲଘୁ ଖଣିଜ ସମ୍ପଦର ଆବଶ୍ୟକତା ନିମନ୍ତେ ସାମୟିକ ଭାବେ ଲଘୁ ଖଣିଜ ଉତ୍ସ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏତଦବ୍ୟତୀତ, ଜାତୀୟ ରାଜପଥ ନିର୍ମାଣ କରୁଥିବା କଂଟ୍ରାକଫରମାନଙ୍କୁ ବେଆଇନ ଲଘୁ ଖଣିଜ ସମ୍ପଦ ବ୍ୟବହାର ନ କରିବାକୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ପରେ ଅଧିକାରୀମାନେ ତୁରନ୍ତ କାମ ଆରମ୍ଭ ଓ ତ୍ୱରାନ୍ୱିତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ପ୍ରାପ୍ୟ ବଣ୍ଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ଜମି ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାସିକ ସମୀକ୍ଷା ବୈଠକ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।