Home Education ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ଅବଧି

ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ଅବଧି

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ-୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି । ଆଜି ଏହି ମର୍ମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀଙ୍କ ଅନୁମୋଦନ କ୍ରମେ ଯୁକ୍ତ-୩ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।

ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ଅନ୍‌ଲାଇନ୍‌ ସିଏଏଫ୍‌ ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୫ ପରିବର୍ତ୍ତେ ସେପ୍ଟେମ୍ବର ୧ ତାରିଖ ନିର୍ଦ୍ଧାରିତ କରାଯାଇଛି । ଯୁକ୍ତ-୩ ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୨ରୁ ୫ ତାରିଖ ମଧ୍ୟରେ ହେବାକୁ ଥିବାବେଳେ ଏବେ ଏହାକୁ ସେପ୍ଟେମ୍ବର ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୨ରୁ ୧୪ ତାରିଖ ସ୍ଥିର କରାଯାଇଥିବାବେଳେ ଏହାକୁ ସେପ୍ଟେମ୍ବର ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପୂର୍ବ ସୂଚୀ ଅନୁଯାୟୀ ତତ୍‌କାଳ ନାମଲେଖା(ସ୍ପଟ୍‌ ସିଲେକ୍ସନ୍‌)ର ଅବଧି ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାର ଥିଲା ।

ଏବେ ତାହାକୁ ସେପ୍ଟେମ୍ବର୨୧ ତାରିଖରୁ ଆରମ୍ଭ କରିବାକୁ ସ୍ଥିର କରାଯାଇଛି । ଏହାର ଏକ ସଂପୂର୍ଣ୍ଣ ବିବରଣୀ www.samsodisha.gov.in ରେ ଉପଲବ୍ଧ ହେଛି ।