ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୫‘ଟି’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା, ୫‘ଟି’ ସଚିବ ଭି କାର୍ତିକେୟନ ପାଣ୍ଡିଆନ ଓ ରାଜସ୍ୱ ବିଭାଗ ଏବଂ ଅର୍ଥ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗ ନିମନ୍ତେ ଅନୁମୋଦିତ ୫‘ଟି’ ଚାର୍ଟରରେ ଥିବା କାର୍ଯ୍ୟ ସାରଣୀରେ ଥିବା ସମସ୍ତ କାର୍ଯ୍ୟର ବିବରଣୀ ଦେଇଥିଲେ ।
ଜୁଲାଇ ୨୦୧୯ରେ ରାଜସ୍ୱ ବିଭାଗରେ ୫‘ଟି’ କାର୍ଯ୍ୟକାରୀ ହେବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଲୋକମାନଙ୍କୁ ଦିଆଯାଉଥିବା ସେବାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ୫‘ଟି’ କାର୍ଯ୍ୟକ୍ରମ ଅନୁସାରେ ବିଭାଗ ତରଫରୁ ଜିଲ୍ଲାୱାରୀ ନିୟମିତ ସମୀକ୍ଷା ବୈଠକ ହେଉଛି । ୫‘ଟି’ କାର୍ଯ୍ୟାନ୍ୱୟନ ପୂର୍ବରୁ ଦାଖଲଖାରଜ ମାମଲା ମାସାଧିକ କାଳ ଲାଗୁଥିବାବେଳେ ଏବେ ଏହା ସାତ ଦିନ ମଧ୍ୟରେ ସମାପ୍ତ ହୋଇ ଲୋକମାନଙ୍କୁ ପଟ୍ଟା ଦିଆଯାଇପାରୁଛି । ନିୟମିତ ସମୀକ୍ଷା ବୈଠକ ପରେ ଲକ୍ଷାଧିକ ପଟ୍ଟା ସାତ ଦିନ ମଧ୍ୟରେ ସମାପ୍ତ ହୋଇ ଲୋକମାନଙ୍କୁ ସ୍ପିଡ଼ ପୋଷ୍ଟ ଓ ରାଜସ୍ୱ ରଥ ମାଧ୍ୟମରେ ବଣ୍ଟା ହୋଇପାରିଛି ।
ଆଲୋଚ୍ୟର ବିଷୟ ଏହିକି ଯେ କେତେକ ଜାଗାରେ ଜମି ନିବନ୍ଧନର କିଛି ଘଣ୍ଟା ମଧ୍ୟରେ ଦାଖଲଖାରଜ ମାମଲା ଫଇସଲା ହୋଇ ଲୋକଙ୍କୁ ପଟ୍ଟା ମିଳିପାରୁଛି । ଜନସାଧାରଣ ତହସିଲ ଅଫିସ ନ ଆସି ଅନଲାଇନ ମାଧ୍ୟମରେ ଦାଖଲଖାରଜ, ଘରବାଡ଼ି ଓ ଜମିର ଆପୋଷ ଭାଗବଣ୍ଟା ପାଇଁ ଆବେଦନ କରିପାରୁଛନ୍ତି । ସେହିପରି ୫‘ଟି’ କାର୍ଯ୍ୟାନ୍ୱୟନ ପୂର୍ବରୁ ଘରବାଡ଼ି ପଟ୍ଟା ପାଇଁ ୩୦୦ ଦିନ ଲାଗୁଥିବାବେଳେ ଏବେ ଶତକଡା ୯୨ ଭାଗ କେସ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମାପ୍ତ ହୋଇ ଘରବାଡ଼ି ପଟ୍ଟା ଦିଆଯାଇପାରୁଛି ।
ସେହିପରି ରାଜସ୍ୱ ସମୀକ୍ଷା ବୈଠକ ପରେ ରାଜ୍ୟରେ ୩୮,୦୦୦ ଏକର ବେନ୍ଦୋବସ୍ତ ଜମିର ଫଇସଲା କରାଯାଇପାରିଛି । ୫‘ଟି’ କାର୍ଯ୍ୟାନ୍ୱୟନ ମଧ୍ୟରେ ଇ-ପାଉତି ପୋର୍ଟାଲ ମାଧ୍ୟମରେ ପାଖାପାଖି ୨୦ ଲକ୍ଷ ଖାତାରେ ଲୋକମାନେ ଅନଲାଇନ ଖଜଣା ପୈଠ କରିଛନ୍ତି ।
ସେହିପରି ରାଜ୍ୟ ସରକାର ବିଭିନ୍ନ ଜାତିଗତ ଓ ବିବିଧ ପ୍ରମାଣପତ୍ର ପାଇବା ନିମନ୍ତେ ସମସ୍ତ ପ୍ରକାର ଦେୟକୁ ଉଚ୍ଛେଦ୍ଦ କରିଛନ୍ତି । ଯେ କୌଣସି ସ୍ଥାନରୁ ଯେ କୌଣସି ସମୟରେ ବିଭିନ୍ନ ଜାତିଗତ ଓ ବିବିଧ ପ୍ରମାଣପତ୍ର ଇ-ଡିଷ୍ଟ୍ରିକଫ ପୋର୍ଟାଲ ମାଧ୍ୟମରେ ଆବେଦନ କରିହେବ । ଏହା ସମ୍ପୂର୍ଣ ଅନ୍ଲାଇନ ଓ ସମ୍ପୂର୍ଣ ଦେୟମୁକ୍ତ । ଜାନୁଆରୀ ୨୦୨୦ ପରଠୁ ଏହି ପୋର୍ଟାଲ ମାଧ୍ୟମରେ ଏକ କୋଟି ୧୨ ଲକ୍ଷରୁ ଊଦ୍ଧ୍ୱର୍ ସାର୍ଟିଫିକେଟ ବଣ୍ଟନ ସରିଛି ଜନସାଧାରଣ ନିଜର ସାର୍ଟିଫିକେଟ ସେମାନଙ୍କର ମେଲବକ୍ସ, ଡିଜି ଲକର ଓ ପୋର୍ଟାଲରୁ ଡାଉନଲୋଡ କରିପାରିବେ ।
ଅଦ୍ୟାବଧି ୨୭ ଲକ୍ଷ ରେସିଡେଣ୍ଟ ଓ ୧୮ ଲକ୍ଷ ଇନକମ ପ୍ରମାଣପତ୍ର ଲୋକମାନଙ୍କର ସ୍ୱକୀୟ ଘୋଷଣାନାମା ଅନୁସାରେ ପ୍ରଦାନ କରାଯାଇଛି । ୫‘ଟି’ କାର୍ଯ୍ୟାନ୍ୱୟନ ପରେ ଓ ନିୟମିତ ସମୀକ୍ଷା ବୈଠକ ଫଳରେ ଏବେ ଶତକଡା ୯୮ ଭାଗ ବିବିଧ ଓ ଜାତିଗତ ପ୍ରମାଣପତ୍ର ଧାର୍ଯ୍ୟ ସମୟସୀମା ମଧ୍ୟରେ ଦିଆଯାଇପାରୁଛି ।
ସେହିପରି ନିବନ୍ଧନ କାର୍ଯ୍ୟାଳୟ ତରଫରୁ ଯୋଗାଇ ଦିଆଯାଉଥିବା ସେବାଗୁଡିକରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଜମି କିଣାବିକା ଦଲିଲ ପୂର୍ବରୁ ୩ ଦିନ ମଧ୍ୟରେ ଦିଆଯାଉଥିବାବେଳେ ଏବେ ଏହା ଗୋଟେ ଦିନରୁ କମ ସମୟ ମଧ୍ୟରେ ଦିଆଯାଇପାରୁଛି । ସେହିପରି ସୋସାଇଟି ପଞ୍ଜୀକରଣ ୫‘ଟି’ କାର୍ଯ୍ୟାନ୍ୱୟନ ପୂର୍ବରୁ ୧୬୩ ଦିନ ଲାଗୁଥିଲାବେଳେ ଏବେ ୨୧ ଦିନ ମଧ୍ୟରେ ହେଇପାରୁଛି । ଏତଦବ୍ୟତୀତ ପାର୍ଟନରସିପ ଫାର୍ମର ପଞ୍ଜୀକରଣ ପୂର୍ବରୁ ୪୫ ଦିନ ଲାଗୁଥିଲାବେଳେ ଏବେ ୯ ଦିନ ମଧ୍ୟରେ ହୋଇପାରୁଛି ।
ଏହା ପରେ ମଧ୍ୟ ନିବନ୍ଧନ କାର୍ଯ୍ୟଳୟମାନଙ୍କରେ ଅଧିକ ସ୍ୱଚ୍ଛତା ପାଇଁ ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମର କାର୍ଯ୍ୟାନ୍ୱୟନ କରାଯିବା ଦିଗରେ ପଦକ୍ଷେପ ନିଆଯାଉଛି । ନିବନ୍ଧନ କାର୍ଯ୍ୟଳୟମାନଙ୍କରେ ସମସ୍ତ ପ୍ରକାର ଦେୟକୁ ବିଭିନ୍ନ କାଉଣ୍ଟରରେ ନ ଦେଇ ଗୋଟେ କାଉଣ୍ଟରରେ ଦିଆଯାଇପାରୁଛି । ସୋସାଇଟି ଓ ପାର୍ଟନରସିପ ଫାର୍ମର ପଞ୍ଜୀକରଣ ଏବେ ସମ୍ପୂର୍ଣ ଭାବରେ ଅନଲାଇନ । ସାଧାରଣ ଲୋକଙ୍କ ଜାଣିବା ନିମନ୍ତେ ଏବେ ସବୁ ନିବନ୍ଧନ ଓ ଉପ-ନିବନ୍ଧନ କାର୍ଯ୍ୟାଳୟମାନଙ୍କରେ ବିଭିନ୍ନ ସେବା ସମ୍ପର୍କୀୟ ହୋର୍ଡ଼ିଂଙ୍ଗ ଲଗାଯିବ ।
ବିଗତ ଜାନୁଆରୀ ମାସରୁ ପ୍ରତି ମାସରେ ରେଳବାଇ, ଜାତୀୟ ରାଜପଥ, ଜଳସେଚନ ଓ ବିଭିନ୍ନ ମେଗା ପ୍ରକଳ୍ପର ଜମି ଅଧିଗ୍ରହଣର ସମୀକ୍ଷା ବୈଠକ ହୋଇ ୫୯ ଗ୍ରାମରେ ୭୫୧ ଏକର ବିଭିନ୍ନ ଜଳସେଚନ ପ୍ରକଳ୍ପକୁ ହସ୍ତାନ୍ତର କରାଯାଇଛି ଏବଂ ୨୬ ଗ୍ରାମରେ ୪୫୦ ଏକର ଜମି ଅଧିଗ୍ରହଣ ହୋଇ ରେଲେୱ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଛି । ନିୟମିତ ସମୀକ୍ଷା ବୈଠକ ଫଳରେ ରାଇପୁର ବିଶାଖାପଟନମର କ୍ସଉ ୧ ରୁ କ୍ସଉ ୬ ମଧ୍ୟରେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରଯାଇଛି ।
ବାହରଗୋଡା ଓ ସିଂହରା ମଧ୍ୟରେ ୩୨ ଆର୍ବିଟ୍ରେସନ କେସର ଫଇସଲା କରାଯାଇ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରାଯାଇପାରିଛି । ଏହା ବାଦ ଖୋର୍ଦ୍ଧା ରୋଡ ବଲାଙ୍ଗୀର, ଅନଗୁଳ ସୁକିନ୍ଦା, ବୁଢ଼ାପଙ୍କ ସାଲେଗାଓଁ ଏବଂ ଜୟପୁର ମାଲକାନଗିରି ଆଦି ରେଳ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ।
ରାଜସ୍ୱ ବିଭାଗର ପାରମ୍ପରିକ ନିୟାମକ କାର୍ଯ୍ୟ ବ୍ୟତୀତ ରାଜ୍ୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ରାଜସ୍ୱ ବିଭଗର ଉଲ୍ଲେଖନୀୟ ଯୋଗଦାନ ରହିଛି । ରାଜସ୍ୱ ବିଭାଗ ତରଫରୁ ୫‘ଟି’ ଚାର୍ଟର ମାଧ୍ୟମରେ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ୧୦,୦୦୦ ପଟ୍ଟା, ୫୫ ସ୍ଥାନରେ ବସଷ୍ଟାଣ୍ଡ ନିମନ୍ତେ ଜାଗା, ଜଳ ଜୀବନ ମିଶନ ପାଇଁ ଜାଗା, ୧୮,୩୭୩ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ଜମି ପ୍ରଦାନ କରାଯାଇଛି ।
ସେହିପରି ସୁବର୍ଣ୍ଣରେଖା ଓ ଧାମରା ବନ୍ଦର ନିମନ୍ତେ ଯଥାକ୍ରମେ ୪୧୩ ଏକର ଓ ୫୯୮ ଏକର ଜମି, ଜୟପୁର ଓ ମାଲକାନଗିରି ଏୟାରଷ୍ଟ୍ରିପ ନିମନ୍ତେ ୧୮ ଏକର ଓ ୭୩ ଏକର ଜମି, ପାଇକ ସ୍ମାରକୀ ନିମନ୍ତେ ୯ ଏକର ଜମି ପ୍ରଦାନ କରାଯାଇଛି । ଏତଦବ୍ୟତୀତ ୨୬,୫୦୦ ଏକର ରାଜସ୍ୱ ଜଙ୍ଗଲ ଜମି ଚିହ୍ନଟ କରାଯାଇ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ହେଉଥିବା ଫରେଷ୍ଟ ଡାଇଭର୍ସନ ପ୍ରସ୍ତାବର ପ୍ରତିପୁରକ ବନୀକରଣ ନିମନ୍ତେ ଜଙ୍ଗଲ ବିଭାଗକୁ ଯୋଗାଇଦିଆଯାଇଛି ।
ଜମି ଅଧିଗ୍ରହଣ ବ୍ୟତୀତ ସର୍ଭେରେ ୫‘ଟି’ ଚାର୍ଟର ମଧ୍ୟରେ ରାଜସ୍ୱ ବିଭାଗର କାର୍ଯ୍ୟ ଅବିସମ୍ବାଦିତ ଦେଓଗଡ ଜିଲ୍ଲାରେ ହାଇ-ଟେକ ସର୍ଭେ ସମ୍ପୂର୍ଣ ହୋଇ ପାଖାପାଖି ୩୦୦ ଗ୍ରାମରେ UକPଔକ୍ତ ସୃଷ୍ଟି କରାଯାଇଛି ଓ ସର୍ଭେ ନ ହୋଇଥିବା ଯାଜପୁର, କଳାହାଣ୍ଡି, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ୨୩୪ ଗ୍ରାମରେ ନୂତନ ଭାବେ ସର୍ଭେ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । Rକ୍ସTଔ ମାଧ୍ୟମରେ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ବର୍ଷ ତମାମ ବିଭିନ୍ନ ପ୍ରକାର ତାଲିମ ଡିଜିଟାଲ କ୍ଲାସ ରୁମ ମାଧ୍ୟମରେ ଦିଆଯାଇପାରୁଛି ।
୫‘ଟି’ କାର୍ଯ୍ୟାନ୍ୱୟନ ମାଧ୍ୟମରେ ନୂତନ ଭାବେ ସୃଷ୍ଟି ହୋଇଥିବା ୪୩୩ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ ଚାଲିଛି ଓ ଜୁନ-୨୦୨୩ ମଧ୍ୟରେ ସମ୍ପୂର୍ଣ କରିବାକୁ ସ୍ଥିରୀକୃତ କରାଯାଇଛି । ସେହିପରି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଦିଗରେ ଔ୪Mଗର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରାଯାଉଛି ।
ଏହି ସମୀକ୍ଷା ବୈଠକରେ ରାଜସ୍ୱ ବିଭାଗ ତରଫରୁ ବର୍ତ୍ତର୍ମାନ ଯୋଗାଇଦିଆଯାଉଥିବା ସେବା ଉପରେ ସନ୍ତୋଷ ବ୍ୟକ୍ତ କରାଯିବା ସଂଗେ ସଂଗେ ରାଜସ୍ୱ ସେବାକୁ ନୂତନ ସ୍ତରକୁ ନେବାକୁ ଆଲୋଚନା ହୋଇଥିଲା । ଏହି ସମୀକ୍ଷା ବୈଠକରେ ରାଜସ୍ୱ ବିଭାଗର ସମସ୍ତ ସେବାକୁ ଡିଜି-ଲକର ମାଧ୍ୟମରେ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
୫‘ଟି’ ମାଧ୍ୟମରେ ଲୋକମାନେ ରାଜସ୍ୱ କୋର୍ଟ ନ ଆସି ଭିିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଲୋକମାନଙ୍କ ଶୁଣାଣି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ରାଜ୍ୟର ସମସ୍ତ ଜିଲ୍ଲାର ପୁରୁଣା ଜମିଜମା ସମ୍ବନ୍ଧୀୟ ସମସ୍ୟାଗୁଡିକର ଚିହ୍ନଟ କରି ସମାଧାନର ପନ୍ଥା ନିମନ୍ତେ ଏକ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସମୀକ୍ଷା ବୈଠକରେ ରାଜସ୍ୱ ବିଭାଗର ସମସ୍ତ ଖାଲି ଥିବା ପଦବୀ ପୂରଣ ଉପରେ ଗୁରୁତ୍ୱିାରୋପ କରାଯାଇଥିଲା ।