Home General ଅଧାରୁ ଅଧିକ ପରିବାରକୁ ପାଇପ୍‍ ଜଳ

ଅଧାରୁ ଅଧିକ ପରିବାରକୁ ପାଇପ୍‍ ଜଳ

ଭୁବନେଶ୍ୱର : ଜଳ ଜୀବନ ମିଶନ ସହିତ ଅନ୍ୟାନ୍ୟ ଜଳଯୋଗାଣ ଯୋଜନାରେ ରାଜ୍ୟର ଅଧାରୁ ଅଧିକ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ହୋଇସାରିଲାଣି । ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଜଳ ଜୀବନ ମିଶନ ଯୋଜନାର କରିଥିବା ସମୀକ୍ଷାରୁ ଏହା ଜଣାପଡିଛି ।

ସୂଚନା ଅନୁଯାୟୀ ରାଜ୍ୟରେ ଥିବା ୮୮,୫୭,୩୯୬ ପରିମାର ମଧ୍ୟରୁ ୪୪,୪୧,୦୬୬ ପରିବାରକୁ ପାନୀୟଜଳ ପାଇପ୍‍ ସଂଯୋଗ ହୋଇଛି ଯାହାକି ମୋଟ ପରିମାରର ୫୦.୧୪ ପ୍ରତିଶତ । ଦେଶର ଅନ୍ୟାନ୍ୟ ରାଜ୍ୟ ଯଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ ଓ କେରଳ ଠାରୁ ଓଡିଶା ଏ କ୍ଷେତ୍ରରେ ଢେର ଆଗରେ ରହିଛି ।

ଜଳ ଜୀବନ ମିଶନ ଡାସ୍‍ବୋର୍ଡରେ ଉପଲବ୍ଧ ତଥ୍ୟ ଅନୁଯାୟୀ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ନୂଆପଡା ଜିଲ୍ଲା ସବୁଠାରେ ଆଗରେ ରହିଛି । ଏହି ଜିଲ୍ଲାରେ ୯୨.୭୬ ପ୍ରତିଶତ ପରିବାରକୁ ପାଇପ୍‍ ଯୋଗେ ଜଳ ଯୋଗାଇ ଦିଆଯାଉଛି । ଜିଲ୍ଲାର ଅଧିକାଂଶ ବ୍ଲରେ ଜଳ ପ୍ରଦୂଷିତ ଥିବାରୁ ଏହି ଜିଲ୍ଲାକୁ ଅଗ୍ରାଧିକାର ଦିଆଯାଇଛି ।

ରାଜ୍ୟର ୧୭ଟି ଜିଲ୍ଲାରେ ଅଧାରୁ ଅଧିକ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଛି । ଏଥି ମଧ୍ୟରେ କେନ୍ଦୁଝରରେ ୮୨.୮୭ ପ୍ରତିଶତ, ଭଦ୍ରକରେ ୭୭.୮୩, ବୌଦରେ ୭୦.୦୯, ଦେବଗଡରେ ୬୭.୩୫, ଢେଙ୍କାନାଳରେ ୬୬.୮୧, ଅନୁଗୁଳରେ ୬୦.୯୧, ସୋନପୁରରେ ୫୬.୮୨, ଝାରସୁଗୁଡାରେ ୫୫.୯୬, ଯାଜପୁରରେ ୫୫.୫୬, ପୁରୀରେ ୫୫.୪୪, ଖୋରଧାରେ ୫୫.୧୦, କେନ୍ଦ୍ରାପଡାରେ ୫୪.୪୨, ଗଞ୍ଜାମରେ ୫୧.୩୬, ବରଗଡରେ ୫୧.୩୧, ନବରଙ୍ଗପୁରରେ ୫୦.୫୭ ଏବଂ ବାଲେଶ୍ୱରରେ ୫୦.୩୯ ପ୍ରତିଶତ ପରିବାରକୁ ଟ୍ୟାପ ଯୋଗେ ପାନୀୟଜଳ ଯେଗାଯାଇଛିା

ତେବେ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲା ପଛରେ ପଡିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସବୁଠାରୁ ପଛରେ ରହିଛି । ଏହି ଜିଲ୍ଲାରେ ମାତ୍ର ୨୭.୦୫ ପ୍ରତିଶତ ପରିବାକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଯାଇଛି । ଏହା ପଛକୁ ବଲାଙ୍ଗିର ଜିଲ୍ଲାରେ ୩୧.୬୮ ଏବଂ ରାୟଗଡା ଜିଲ୍ଲାରେ ୩୨.୨୦ ପ୍ରତିଶତ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ମିଳିଛି ।

ଯେଉଁସବୁ ଜିଲ୍ଲାଗୁଡିକରେ ୫୦ ପ୍ରତିଶତରୁ କମ୍‍ ପରିବାରକୁ ପାଇପ୍‍ ଜଳ ଯୋଗାଯାଇଛି ସେଥି ମଧ୍ୟରେ ଜଗତ୍‍ସିଂହପୁରରେ ୪୪.୯୯ ପ୍ରତିଶତ, କଟକରେ ୪୪.୯୩, କୋରାପୁଟରେ ୪୨.୭୫, ନୟାଗଡରେ ୪୧.୯୯, କଳାହାଣ୍ଡିରେ ୩୯.୩୨, ଗଜପତିରେ ୩୬.୮୮, ମୟୁରଭଞ୍ଜରେ ୩୫.୯୪, ସୁନ୍ଦରଗଡରେ ୩୫.୫୦, ସମ୍ବଲପୁରରେ ୩୪.୧୦ ଏବଂ କନ୍ଧମାଳରେ ୩୨.୫୦ ପ୍ରତିଶତ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ମିଳିଛି ।

ରାଜ୍ୟର ୪୭,୨୯୩ ଗ୍ରାମ ମଦ୍‍ୟରୁ ୮୮୫୦ ଗାମରେ ସମସ୍ତ ପରିବାର ପାଇପ୍‍ ଜଳ ସଂଯୋଗ ପାଇଥିବାବେଳେ ୧୪,୩୩୬ ଗ୍ରାମରେ କାର୍ଯ୍ୟ ଜୋରଦାର ଭାବେ ଚାଲିଛି । ତେବେ ୨୪,୧୦୭ ଗ୍ରାମରେ ବର୍ତ୍ତମାନ ସୁଦ୍ଧା ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଜଳ ଜୀବନ ମିଶନ ଅଧିନର ୨୫୯୫.୯୨ କୋଟି ଟଙ୍କା ବ୍ୟୟ ହୋଇ ସାରିଲାଣି । ଏଥିରୁ କେନ୍ଦ୍ର ସରକାର ୧୩୦୬.୨୦ କୋଟି ଟଙ୍କା ଯୋଗାଇଥିବାବେଳେ ରାଜ୍ୟ ସରକାର ତାଙ୍କ ଅଂଶଧନ ବାବଦକୁ ୧୨୮୯.୭୨ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । (ତଥ୍ୟ)