ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର ଫଟୋକୁ ହ୍ୱାଟ୍ସ୍ଅପ୍ ଆକାଉଣ୍ଟରେ ଲଗାଇ ଆମାଜନ କଂପାନୀପରି କଂପାନୀମାନଙ୍କର ବିଲ୍ ପୈଠ କରିଦେବା ପାଇଁ ମେସେଜ୍ ପଠାଉଥିବା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଦୃଷ୍ଟିକୁ ଆସିଛି । ଏଥିରେ ମୋବାଇଲ ନମ୍ବର ୯୩୧୫୬୪୧୭୮୪ ରହିଛି ।
ମୁଖ୍ୟ ସଚିବଙ୍କ ଦପ୍ତର ପକ୍ଷରୁ କୁହାଯାଇଛି ଆମେ ସମସ୍ତଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଏହି ସବୁ ମେସେଜ୍ ନକଲି ଏବଂ ଦୁଷ୍ଟପ୍ରକୃତି ଠକମାନଙ୍କର ଏକ ଚାଲାଖି । ମୁଖ୍ୟ ଶାସନ ସଚିବ ତାଙ୍କ ତରଫରୁ କୌଣସି ବିଲ୍ ପୈଠ ବା କୌଣସି ଆକାଉଣ୍ଟକୁ ଟଙ୍କା ପଠାଇବା ଆଦି କଥା କେବେ କାହାକୁ କୁହନ୍ତି ନାହିଁ । ଏପରି ମେସେଜ୍ ପ୍ରତି ପୂର୍ଣ୍ଣ ସତର୍କ ରହିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ।
ଏମିତି କୌଣସି ମେସେଜ୍ ପାଇବା ମାତ୍ରେ ନିକଟତମ ସାଇବର ପୋଲିସ୍ ଷ୍ଟେସନ୍ ବା ପୋଲିସ୍ ଷ୍ଟେସନ୍ରେ ଜଣାଇବା ପାଇଁ ଜନ ସାଧାରଣଙ୍କୁ ଅନୁରୋଧ । ଏପରି ଫେକ୍ ମେସେଜ୍ ଭିତ୍ତିରେ କେହି କୌଣସି କାରବାର କଲେ ସେଥିପାଇଁ ମୁଖ୍ୟ ଶାସନ ସଚିବ ଦାୟୀ ରହିବେ ନାହିଁ । କେବଳ ମୁଖ୍ୟ ଶାସନ ସଚିବ କାହିଁକି ଯେ କେଯଣସି ବରିଷ୍ଠ ଅଧିକାରୀଙ୍କର ଫଟୋଥାଇ କୌଣସି ହ୍ୱାଟ୍ସ୍ଅପ୍ରୁ ଆସୁଥିବା ଏପରି ମେସେଜ୍ ପ୍ରତି ପୂର୍ଣ୍ଣ ସତର୍କ ରହିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ।