Home News in Odia ଶରଧାବାଲିରେ ତିନି ରଥ

ଶରଧାବାଲିରେ ତିନି ରଥ

ପୁରୀ: ଚଳିତ ବର୍ଷ ରଥ ଯାତ୍ରାର ରୀତିନୀତି ର୍ନିଦ୍ଧାରିତ ସମୟ ପୂର୍ବରୁ ଏବଂ ଏକ ଆଧ୍ୟାତ୍ମିକ ବାତାବରଣରେ ହୋଇଛି ଯାହା ଅତୀତରେ କେବେ ଦେଖିବାକୁ ମିଳନଥିଲା ।

ସମସ୍ତ ତିନୋଟି ପବିତ୍ର ରଥ ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ପହଞ୍ଚିଥିଲେ । ଏଥିରୁ ଜଣାପଡୁଛି ଯେ ଭଗବାନ ଜଗନ୍ନାଥ ଏବଂ ଭାଇ ଭଗବାନ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଭକ୍ତଙ୍କ ଜନସମୁଦ୍ରକୁ ଭେଟିବାକୁ ତତ୍ପର ଥିଲେ, ଯାହାଙ୍କୁ ଦୁଇ ବର୍ଷର ବ୍ୟବଧାନ ପରେ ଏହି ଉତ୍ସବରେ ଭାଗ ନେବାକୁ ଅନୁମତି ଦିଆଯାଇଥିଲା ।

ପ୍ରବଳ ଗୁଳୁଗୁଳିକୁ ଖାତିର ନକରି ଲକ୍ଷ ଲକ୍ଷ ଭକ୍ତ ଭଗବାନ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଭଗବାନ ଜଗନ୍ନାଥଙ୍କ ରଥ ଟାଣିଥିଲେ । ତିନି ଠାକୁରଙ୍କ ରୀତିନୀତି ଭୋର ୩ ଟାରୁ ଆରମ୍ଭ ହୋଇ ର୍ନିଦ୍ଧାରିତ ସମୟ ପୂର୍ବରୁ ସମାପ୍ତ ହୋଇଥିଲା ।

ପରମ୍ପରା ଅନୁଯାୟୀ, ‘ପହଣ୍ଡିବିଜେ’ (ମନ୍ଦିର ଭିତରୁ ସେମାନଙ୍କ ରଥ ପର୍ଯ୍ୟନ୍ତ ଦେବତାମାନଙ୍କର ବିଶାଳ ଶୋଭାଯାତ୍ରା) ସକାଳ ୬.୧୫ ରୁ ଆରମ୍ଭ ହୋଇଥିଲା ।

ଟହିଆ (ବିଶାଳ ପୁଷ୍ପ ମୁକୁଟ) ରେ ସୁସଜ୍ଜିତ ଏହି ତିନି ଦେବତା ପ୍ରଭୁ ସୁଦର୍ଶନଙ୍କ ସହ ପହଣ୍ଡି ଶୋଭାଯାତ୍ରାରେ ଶ୍ରୀମନ୍ଦିର ସମ୍ମୁଖରେ ଛିଡା ହୋଇଥିବା ରଥକୁ ଆସିଥିଲେ ।

ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ତାଙ୍କ ଶିଷ୍ୟ ଏବଂ ସେବାୟତମାନଙ୍କ ସହିତ ତିନି ରଥରେ ଦେବତାମାନଙ୍କୁ ପ୍ରାର୍ଥନା କରିଥିଲେ ।

ତା’ପରେ “ଛେରା ପହଁରା’ର ରୀତିନୀତି ଆରମ୍ଭ ହୋଇଥିଲା । ପୁରୀ ରାଜା ଗଜପତି ଦିବ୍ୟସିଂହ ଦେବ ରଥକୁ ଏକ ସୁବର୍ଣ୍ଣ ଖଡିକାରେ ସଫା କରିବାର ରୀତିନୀତି କରିଥିଲେ ।

ରଥଟଣା ପ୍ରାୟ ଅପରାହ୍ନ ୧୨.୩୮ ଠାରୁ ଆରମ୍ଭ ହୋଇଥିଲା । ଯାହାକି ପୂର୍ବ ନିର୍ଦ୍ଧାରିତ ଅପରାହ୍ନ ୪ ଟା ଠାରୁ ବହୁ ଆଗରୁ ହୋଇଥିଲା ଏବଂ ସମସ୍ତ ତିନୋଟି ରଥ ସନ୍ଧ୍ୟା ସୁଦ୍ଧା ଶରଧାବାଲିରେ ପହଞ୍ଚିଥିଲେ ।

ଭଗବାନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା । ପରେ ଦେବୀ ସୁଭଦ୍ରା ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା । ପ୍ରଭୁ ଜଗନ୍ନାଥଙ୍କ “ନନ୍ଦିଘୋଷ’ ରଥ ଗୁଣ୍ଡିଚା ମନ୍ଦିରରେ ଶେଷରେ ପହଞ୍ଚିଥିଲା ।

ରଥ ଯାତ୍ରାର ପ୍ରଥମ ଦିନ କୌଣସି ବଡ଼ ଅଘଟଣ ଘଟି ନଥିଲା । ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ଗହଣରେ ରଥଟଣା ହୋଇଥିଲା ।

ଦୁଇ ବର୍ଷର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୁରୀ ପରିଦର୍ଶନ କରି ଓଡିଶାର ସବୁଠାରୁ ବଡ ପର୍ବକୁ ଦେଖିଥିଲେ । ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ଏସ୍ ମୁରଲିଧରନ ପ୍ରଭୁ ଜଗନ୍ନାଥଙ୍କ ରଥ ଟାଣିଥିଲେ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳର ବହୁ ସଦସ୍ୟ ଏହି ଯାତ୍ରାକୁ ଦେଖିବା ପାଇଁ ପୁରୀ ଆସିଥିଲେ ।

ପ୍ରଭୁ ଜଗନ୍ନାଥଙ୍କ ରଥ ଟାଣିବା ମୋର ସୌଭାଗ୍ୟ । ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ । ଜୟ ଜଗନ୍ନାଥ ବୋଲି ଶ୍ରୀ ପଟ୍ଟନାୟକ ଏକ ଟୁଇଟରେ କହିଛନ୍ତି ।

ଏହି ଉତ୍ସବକୁ ସୁରୁଖୁରୁରେ ପାଳନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଭକ୍ତମାନେ ସୁରକ୍ଷିତ ଦର୍ଶନ ପାଇପାରିବେ ବୋଲି ଓଡିଶା ଡିଜିପି ସୁନୀଲ ବଂଶଲ କହିଛନ୍ତି ।

ରଥଯାତ୍ରାରେ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ପୁରୀ ଏବଂ ଏହାର ଆଖପାଖରେ ବିଭିନ୍ନ ପାହ୍ୟାର ୧୦୦୦ ଅଧିକାରୀଙ୍କ ସମେତ ୧୮୦ ରୁ ଅଧିକ ପ୍ଲାଟୁନ୍ ପୋଲିସ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଯାତାୟାତର ସୁବିଧା ପାଇଁ ପୋଲିସ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା ।

ହଜାର ହଜାର ଭକ୍ତଙ୍କ ଅଂଶଗ୍ରହଣରେ ମଧ୍ୟ ଭୁବନେଶ୍ୱର, ବାରିପଦା, କେନ୍ଦୁଝର ଏବଂ କୋରାପୁଟ ସମେତ ଓଡିଶାର ବିଭିନ୍ନ ସ୍ଥାନରେ ଆଜି ରଥଯାତ୍ରା ପାଳନ କରାଯାଇଥିଲା ।