Home News in Odia ସନ୍ତୋଷ ଉପାଧ୍ୟାୟ ନୂଆ ଅଗ୍ନିଶମ ଡିଜି

ସନ୍ତୋଷ ଉପାଧ୍ୟାୟ ନୂଆ ଅଗ୍ନିଶମ ଡିଜି

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍‍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ୧୯୮୮ ବ୍ୟାଚ୍‍ ଆଇପିଏସ୍‍ ସନ୍ତୋଷ କୁମାର ଉପାଧ୍ୟାୟ ରାଜ୍ୟର ନୂଆ ଅଗ୍ନିଶମ ଡିଜି ହୋଇଥିବାବେଳେ ସେହି ବ୍ୟାଚ୍‍ର ଡକ୍ଟର ମନୋଜ କୁମାର ଛାବ୍ରା ଜେଲ୍‍ ବିଭାଗର ଡିଜି ଭାବେ ବଦଳି ହୋଇଛନ୍ତି । ଶ୍ରୀ ଉପାଧ୍ୟାୟ ଜେଲ୍‍ ବିଭାଗର ଡିଜି ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ।

ସେହିଭଳି ୧୯୯୪ ବ୍ୟାଚ୍‍ ଆଇପିଏସ୍‍ ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରଯାଇଥିବାବେଳେ ତାଙ୍କୁ ଅତିରିକ୍ତ ଭାବେ ଓଡିଶା ରାଜ୍ୟ ପୁଲିସ୍‍ ଗୃହ ନର୍ମାଣ ଓ କଲ୍ୟାଣ ଦାୟିତ୍ୱ ଦିଆଯାଇଛି । ଶ୍ରୀ ପଣ୍ଡା କ୍ରାଇମବ୍ରାଞ୍ଚ ଦାୟିତ୍ୱ ତୁଲାଉଥିଲେ ।

୧୯୯୬ ବ୍ୟାଚ୍‍ ଆଇପିସଏସ୍‍ ଅଫିସର ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚର ଦାୟିତ୍ୱ ମିଳିଛି । ଏଥି ସହିତ ବର୍ତ୍ତମାନର ଦାୟିତ୍ୱ ରାଜ୍ୟ ସଡକ ପରିବହନ ବିଭାଗର କମିଶନର ଭାବେ ମଧ୍ୟ କାର୍ଯ୍ୟ କରିବେ ।
୨୦୦୨ ବ୍ୟାଚ୍‍ ଆଇପିଏସ୍‍ ଗଜଭିୟେ ଏସ୍‍.କେ.ଈଶ୍ୱରଦାସଙ୍କୁ ଆଇଜିପି ଯୋଗାଯୋଗ ଭାବେ ବଦଳି କରଯାଇଥିବାବେଳେ ୨୦୦୩ ବ୍ୟାଚ୍‍ ଆଇପିଏସ୍‍ ସଫିନ୍‍ ଅହମ୍ମଦଙ୍କୁ ଏଚ୍‍ଆରପିସି ଆଇଜି ଭାବେ ବଦଳି ହୋଇଛି ।

ଭୁବନେଶ୍ୱର ଡିସିପି ଦାୟିତ୍ୱ ତୁଲାଉଥିବା ୨୦୦୮ ବ୍ୟାଚ୍‍ ଆଇପିଏସ୍‍ ଅଫିସର ଡକ୍ଟର ଉମାଶଙ୍କର ଦାସ ଭୁବନେଶ୍ୱର-କଟକର ଅତିରିକ୍ତ ପୁଲିସ୍‍ କମିଶନର ଭାବେ ବଦଳି ହୋଇଥିବାବେଳେ କଟକ ଡିସିପି ଥିବା ୨୦୧୪ ବ୍ୟାଚ୍‍ ଆଇପିସଏସ୍‍ ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ବଦଳି କରାଯାଇଛି ।

ଅତିରିକ୍ତ ପୁଲିସ୍‍ କମିଶନର ଥିବା ୨୦୦୭ ବ୍ୟାଚ୍‍ ଆଇପିଏସ୍‍ ନୀତି ଶେଖରଙ୍କୁ ରାଉରକେଲା ରେଞ୍ଜ ଡିଆଇଜି ଭାବେ ବଦଳି କରାଯାଇଥିବାବେଳେ ବ୍ରହ୍ମପୁର ଏସ୍‍ପି ଥିବା ୨୦୧୧ ବ୍ୟାଚ୍‍ ଆଇପିଏସ୍‍ ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ବଦଳି ହୋଇଛି ।

ନବରଙ୍ଗପୁର ଏସ୍‍ପି ଦାୟିତ୍ୱ ତୁଲାଉଥିବା ୨୦୧୩ ବ୍ୟାଚ୍‍ ଆଇପିସଏସ୍‍ ପାରମାର ସ୍ମିତ୍‍ ପୁରୁଷୋତ୍ତମଦାସଙ୍କୁ ବରଗଡ ଏସ୍‍ପି ଭାବେ ବଦଳି କରାଯାଇଥିବାବେଳେ ବରଗଡ ଏସ୍‍ପି ଥିବା ୨୦୧୫ ବ୍ୟାଚ୍‍ ଆଇପିଏସ୍‍ ରାହୁଳ ଜୈନଙ୍କୁ ଝାରସୁଗୁଡା ଏସ୍‍ପି ଭାବେ ବଦଳି କରାଯାଇଛି ।

କଳାହାଣ୍ଡି ଏସ୍‍ପି ଥିବା ୨୦୧୫ ବ୍ୟାଚ୍‍ ଆଇପିଏସ୍‍ ଡକ୍ଟର ଶ୍ରବଣ ବିବେକ ଏମ୍‍ଙ୍କୁ ବ୍ରହ୍ମପୁର ଏସ୍‍ପି ଭାବେ ବଦଳି କରାଯାଇଥିବାବେଳେ ନୟାଗଡ ଏସ୍‍ପି ଥିବା ୨୦୧୭ ବ୍ୟାଚ୍‍ ଆଇପିଏସ୍‍ ସିର୍ଦ୍ଧର୍ଥ କଟରିଆଙ୍କୁ ଖୋରଧା ଏସ୍‍ପି ଭାବେ ବଦଳି କରାଯାଇଛି ।

ଭୁବନେଶ୍ୱର ଟ୍ରାଫିକ ଡିସିପି ଥିବା ୨୦୧୮ ବ୍ୟାଚ୍‍ ଆଇପିଏସ୍‍ ଏସ୍‍.ସୁଶ୍ରୀଙ୍କୁ ନବରଙ୍ଗପୁର ଏସ୍‍ପି ଭାବେ ବଦଳି କରାଯାଇଥିବାବେଳେ ୨୦୧୮ ବ୍ୟାଚ୍‍ ଆଇପିଏସ୍‍ ଅଭିଳାସ ଜିଙ୍କୁ କଳାହାଣ୍ଡି ଏସ୍‍ପି ଭାବେ ବଦଳି କରାଯାଇଛି । ସେହିଭଳି ଖୋରଧା ଏସ୍‍ପି ଥିବା ବରିଷ୍ଠ ଓପିଏସ୍‍ ଅଧିକାରୀ ଅଲେଖ ପାଢୀଙ୍କୁ ଏସ୍‍ପି ନୟାଗଡ ଭାବେ ବଦଳି ହୋଇଛି ।