ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଙ୍କ  ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (୫ଟି) ଭି  କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧଵ  ପୀଠ  ପରିଦର୍ଶନରେ  ଯାଇ  ମହାପ୍ରଭୁଙ୍କ  ଦର୍ଶନ କରିବା ସହ  ପୀଠର  ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତ ମାନଙ୍କ ସହିତ  ଆଲୋଚନା  କରିଥିଲେ ।

ନୟାଗଡ  ଜିଲ୍ଲାର କଣ୍ଟିଲୋ ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ. ମହାନଦୀ  କୂଳରେ ନୀଳମାଧଵ  ପୀଠର ଶୋଭା  ଅତ୍ୟନ୍ତ ମନୋରମ । ୫ଟି  କାର୍ଯ୍ୟକ୍ରମ ରେ  ଏହି ପୀଠର  ବିକାଶ  କରି   ଅଧିକ  ପର୍ଯ୍ୟଟକ ଙ୍କୁ ସେଠାକୁ  କିପରି  ଆକୃଷ୍ଟ କରାଯାଇପାରିବ , ସେ ସମ୍ପର୍କରେ  ସରକାର  ପଦକ୍ଷେପ ନେଉଛନ୍ତି ।

ଏହା ସହିତ ଏଠାକୁ  ଆସୁଥିବା   ଭକ୍ତ  ମାନଙ୍କ ସୁବିଧା ପାଇଁ ମଧ୍ୟ  ବିଭିନ୍ନ ସୁବିଧା ସୁଯୋଗ ର ବିକାଶ କରାଯିବ ।

ଏଥି  ନିମନ୍ତେ ଖୁଵ ଶୀଘ୍ର ଏକ  ମାଷ୍ଟର ପ୍ଲାନ କରାଯାଇ  ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ  ନିମନ୍ତେ ଉପସ୍ଥାପନ  କରାଯିବ  ବୋଲି ଜଣା  ଯାଇଛି ।

ଏଥି ପାଇଁ ପୂର୍ତ୍ତ ବିଭାଗ କୁ ଦାଇତ୍ୱ ଦିଆଯାଇଛି.ଏହି କାର୍ଯ୍ୟକ୍ରମ ର  ସଫଳ  କାର୍ଯ୍ୟକାରିତା ପାଇଁ ସମସ୍ତଙ୍କ  ସହଯୋଗ  କାମନା   କରାଯାଇଥିଲା ।

ଏହି ପରଦର୍ଶନ  ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଶ୍ରୀ ବି. ବି ଯାଦବ , ନୟାଗଡ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ  ମାନେ ଉପସ୍ଥିତ ଥିଲେ ।