Home Finance ୨.୩୦ ଲକ୍ଷ କୋଟିର ବଜେଟ୍‍

୨.୩୦ ଲକ୍ଷ କୋଟିର ବଜେଟ୍‍

ଭୁବନେଶ୍ୱର : ଅର୍ଥମନ୍ତ୍ରୀ  ନିରଞ୍ଜନ ପୂଜାରୀ ଆଜି 2023-24 ଆର୍ଥିକ ବର୍ଷ ନିମନ୍ତେ 2 ଲକ୍ଷ 30 ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭା ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହି ଜନକଲ୍ୟାଣକାରୀ ବଜେଟରେ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏହି ବଜେଟ୍‌ ବିଗତ 2022-23 ଆର୍ଥିକ ବର୍ଷ ତୁଳନାରେ ପ୍ରାୟ 15 % ଅଧିକ ଅଟେ ।

ପୂର୍ବ ବର୍ଷ ମାନଙ୍କ ଭଳି 2023-24ରେ ମଧ୍ୟ ବଜେଟକୁ ମଧ୍ୟ କୃଷି ବଜେଟ୍ ଓ ସାଧାରଣ ବଜେଟ୍ ଏହିପରି ଦୁଇ ଭାଗରେ ଉପସ୍ଥାପନ କରାଯାଇଛି ।  2022-23 ଏବଂ 2023-24  ଆର୍ଥିକ ବର୍ଷ ବଜେଟ୍‌ର ତୁଳନାତ୍ମକ ବିବରଣୀ ନିମ୍ନଲିଖିତ ସାରଣୀରେ ଦର୍ଶାଯାଇଛି ।

କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ 1,25,000 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।  2000-01 ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ବଜେଟ 3,538 କୋଟି ଟଙ୍କା ଥିଲା ଯାହା 23 ବର୍ଷ ମଧ୍ୟ ରେ 35 ଗୁଣ ବୃଦ୍ଧି ପାଇଛି।    

ଦେଶର ସମସ୍ତ ପ୍ରମୁଖ ରାଜ୍ୟ ତୁଳନାରେ ମୋଟ ବଜେଟରେ ପୁଞ୍ଜି ବ୍ୟୟର ଅନୁପାତ ଓଡ଼ିଶାର ସର୍ବାଧିକ। 2023-24 ରେ ପୁଞ୍ଜି ବ୍ୟୟ ଅଟକଳ 51,683 କୋଟି ଟଙ୍କା, ଯାହା କି GSDPର ପ୍ରାୟ 6%। 2000-01 ଆର୍ଥିକ ବର୍ଷରେ ପୁଞ୍ଜି ବ୍ୟୟ ଅଟକଳ 834 କୋଟି ଟଙ୍କା ଥିଲା ଯାହା ଏବେ 60 ଗୁଣରୁ ଅଧିକା ବୃଦ୍ଧି ପାଇଛି।

କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ 24,829 କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା କି ଗତ ବର୍ଷ ତୁଳନାରେ 21% ଅଧିକ। ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ 30,030 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ 16,048 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା ଗତ ବର୍ଷ ତୁଳନାରେ 27% ଅଧିକ।

2023-24 ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ବଜେଟ୍ ଓ ବଜେଟ ବାହ୍ୟ ଉତ୍ସ ଉତ୍ସରୁ ମୋଟ 13,215 କୋଟି ଟଙ୍କାରୁ ଅଧିକ ନିବେଶ କରା ଯିବ।

ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ବଜେଟ ଅନ୍ତର୍ଗତ ଯୋଜନା ଗୁଡିକ ପାଇଁ ମୋଟ 38,437 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସଡ଼କ, ସେତୁ, ବିମାନବନ୍ଦର ଏବଂ ରେଳପଥ ବିକାଶ ପାଇଁ 19,452 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ, ଯାହା କି ଗତବର୍ଷର ତୁଳନାରେ 34% ଅଧିକ।

  • ବଜେଟ ଅଟକଳରେ ପାଇଁ ନିଜସ୍ୱ ରାଜସ୍ୱ ଓ GSDPର ଅନୁପାତ 12.25%  ରହିଛି। ରାଜ୍ୟର ନିଜସ୍ୱ ରାଜସ୍ୱ ମୋଟ ରାଜସ୍ୱରେ ପ୍ରାୟ 57% ଯୋଗଦାନ ଦେଇଥାଏ । ରାଜସ୍ୱ ବଳକା GSDP3.1% ହେବ ବୋଲି ଆକଳନ କରାଯାଇଛି। ବିତ୍ତୀୟ ନିଅଣ୍ଟକୁ GSDP3% ନିର୍ଦ୍ଧାରିତ ସୀମା ମଧ୍ୟରେ ରଖାଯାଇଛି।

ବଜେଟରେ ନୂଆ ପଦକ୍ଷେପ ଭାବରେ ଏକ  ବର୍ଷର ରେକର୍ଡ ଅବଧିରେ 147ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ ଆଣିବା ପାଇଁ ଆମ ହସ୍ପିଟାଲ ଯୋଜନାରେ  750 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲା, ବ୍ଲକ, ବିଦ୍ୟାଳୟ, ପ୍ରଧାନ ଶିକ୍ଷକ, ଶିକ୍ଷକ, ନିର୍ବାଚିତ ପଞ୍ଚାୟତି ରାଜ ସଂସ୍ଥା, SMC/SMDCs, CRCCs, BEO, DEO, ପୁରାତନ ଛାତ୍ର ସଂଘ ଏବଂ DIET କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ମୋଟ 139 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ 811 କୋଟି  ଟଙ୍କା ବ୍ୟୟବରାଦ କରାଯାଇଛି।

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ 120 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 1.5 ଲକ୍ଷ ପରିବାରକୁ କ୍ଲଷ୍ଟର ପଦ୍ଧତିରେ ଅନ୍ତର୍ଭୁକ୍ତ କରାଯିବ । ଏହା ଜୀବିକା ଅର୍ଜନ ପାଇଁ ଆନୁଷଙ୍ଗିକ ଉପକରଣ ଯୋଗାଇଦେବା ସହ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ ।

ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧୀ ଲୁଣିବନ୍ଧ ପ୍ରକଳ୍ପ ଅଧୀନରେ 150 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏକ ଅଭିନବ ପଦକ୍ଷେପ ସ୍ୱରୂପ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକ୍ ଭଳି ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ସିଧାସଳଖ ବିମାନ ସେବା ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

 ସାରା ରାଜ୍ୟବାସୀଙ୍କୁ ନିଶ୍ଚିତ ଏବଂ ସୁଲଭ ପରିବହନ ସୁବିଧା ଯୋଗାଇ ଦେବା ପାଇଁ Location Accessible Multimodal Initiative (LACCMI) ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଆମ ବସ୍ ଷ୍ଟାଣ୍ଡ” ଯୋଜନା ପାଇଁ 150 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

 କେନ୍ଦୁପତ୍ର ତୋଳାଳିଙ୍କୁ ଅତିରିକ୍ତ ବୋନସ୍ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ଅଧୀନରେ  50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗକୁ ପ୍ରୋତ୍ସାହନ ପାଇଁ (ଫୁଲ ଚାଷ ଏବଂ ଛତୁ ମିଶନ ସମେତ )  100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସ୍ଥାୟୀ ଜୀବିକା ପାଇଁ କଫି ଚାଷକୁ ପ୍ରୋତ୍ସାହନ ଦେବା ନିମନ୍ତେ କଫି ମିଶନ ଅଧୀନରେ 126 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ (CMECP) ଅଧୀନରେ କମ୍‌ ଶକ୍ତି ବ୍ୟୟ କରୁଥିବା  ଘରୋଇ ଉପକରଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ 250 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

 ବିଦ୍ୟୁତ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ କାର୍ଯ୍ୟକ୍ରମ-CMPDP ଅଧୀନରେ 1,446 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Green Energy Evacuation Corridor ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

 ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ପାଣ୍ଠି ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବି କଲ୍ୟାଣ ଯୋଜନା  ପାଇଁ ବଜେଟରେ ମୋଟ 210 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। ଏହାଦ୍ୱାରା 11,000 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ 50,000 ମତ୍ସ୍ୟଜୀବୀ ପ୍ରତ୍ୟକ୍ଷ ଭାବରେ ଉପକୃତ ହେବା ସହ 1 ଲକ୍ଷରୁ ଅଧିକ ମତ୍ସ୍ୟଜୀବୀଙ୍କ ପାଇଁ ପରୋକ୍ଷ ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି ।

 ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା (MSPY) ପାଇଁ 250 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

O-CHIP – ଓଡିଶା ଚିପ୍ ପ୍ରୋଗ୍ରାମ୍ ଏବଂ ଅନ୍ୟ Centre of Excellence ପାଇଁ 30 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ନୂଆ ଓଡିଶା (ନୂତନ ଉନ୍ନତ ଅଭିଳାଷା) ଯୋଜନା ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି କାର୍ଯ୍ୟକ୍ରମରେ 1 ଲକ୍ଷ ଯୁବକଯୁବତୀଙ୍କୁ Cloud Computing, Artificial Intelligence, Augmented Reality-Virtual Reality, Data Science, 3D Printing ଇତ୍ୟାଦି ଭବିଷ୍ୟତ ପ୍ରଯୁକ୍ତିବିଦ୍ୟାରେ ତାଲିମ ଦିଆଯିବ।

MSME ପାଇଁ କାର୍ଯ୍ୟକାରୀ ପୁଞ୍ଜି (Working Capital) ପାଇଁ ସୁଧ ରିହାତି ବାବଦରେ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

 ଜିଲ୍ଲା ନିବେଶ ପ୍ରୋତ୍ସାହନ ସଂସ୍ଥା (DIPA)କୁ  ଅନୁଦାନ ବାବଦରେ 15 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଇସି ସଦସ୍ୟାଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଦିଅ ଯିବ। ଏହି ଯୋଜନା ଅଧୀନରେ ସ୍କୁଟର କ୍ରୟ ପାଇଁ ନିଆଯାଇଥିବା ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ବ୍ୟବସ୍ତା ରହିଛି।  ବନ ସୁରକ୍ଷା ସମିତି (VSS) ପାଇଁ କୋଠା ନିର୍ମାଣ ନିମନ୍ତେ 250 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।