Home Election ୨୮ରେ ଓଡିଶା ଆସିବେ ରାହୁଳ

୨୮ରେ ଓଡିଶା ଆସିବେ ରାହୁଳ

ଭୁବନେଶ୍ୱର : କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଲାଗି ରାହୁଳ ଗାନ୍ଧୀ ଆସନ୍ତା ୨୮ ତାରିରେ ଓଡିଶା ଗସ୍ତରେ ଆସିବେ । ସେହିଦିନ ସେ କଟକ ଜିଲ୍ଲାର ସାଲେପୁର ଠାର ପ୍ରଚାର ଅଭିଯାନ ଆରମ୍ଭ କରିବା ନେଇ ସୂଚନା ଦେଇଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର ।

ସେହିଭଳି ମଇ ୩ ଓ ୪ ତାରିଖରେ ରାହୁଳ ଗାନ୍ଧୀ ରାୟଗଡାରେ ନିର୍ବାଚନୀ ପ୍ରଚାର କରିବେ ବୋଲି ସାଂସଦ ସପ୍ତଗିରି ଉଲ୍ଲାକା ସୂଚନା ଦେଇଛନ୍ତି ।

ଓଡିଶା କଂଗ୍ରେସ ପ୍ରଭାରୀ ଡକ୍ଟର କୁମାର କହିଛନ୍ତି ଯେ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ସକାଶେ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ ପ୍ରମୁଖଙ୍କୁ ଅନୁରୋଧ କରାଯାଇଛି । ତାରିଖ ଚୂଡାନ୍ତ ହୋଇନଥିଲେ ମଧ୍ୟ ସେମାନେ ଓଡିଶା ଆସି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

ତେବେ ଆସନ୍ତା ୨୫ତାରିଖରେ ବିଜେପି ସପକ୍ଷରେ ପ୍ରଚାର ଲାଗି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‍ ଶାହା ଆସୁଥିବାବେଳେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ୨୪ ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଇଦାନକୁ ଓହଲ୍ଲାଇବାର କାର୍ଯ୍ୟକ୍ରମ ରହିଛି ।