ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଦେଶର ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନରେ ୨୦୨୪ ଜାନୁଆରୀ ୨୨ ତାରିଖ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଅଧାଦିନ ବନ୍ଦ ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ଅଯୋଧ୍ୟାରେ ରାମଲଲା ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨, ୨୦୨୪ରେ ସମଗ୍ର ଭାରତରେ ପାଳନ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଏହି ଉତ୍ସବରେ କର୍ମଚାରୀମାନେ ଅଂଶଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ତଦନୁଯାୟୀ ଜାନୁଆରୀ ୨୨, ୨୦୨୪ ରେ ସମଗ୍ର ଭାରତରେ ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ଅଧା ଦିନ ପାଇଁ ୧୪୩୦ ପର୍ଯ୍ୟନ୍ତ ବନ୍ଦ ରହିବ ।
ଏହା ମଧ୍ୟ ପରାମର୍ଶ ଦିଆଯାଇଛି ଯେ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ/ ବିଭାଗ ଉପରୋକ୍ତ ନିଷ୍ପତ୍ତି ସମ୍ପୃକ୍ତ ସମସ୍ତଙ୍କ ଦୃଷ୍ଟିକୁ ଆଣିପାରିବେ ।