Home Covid ୧୬ଜିଲ୍ଲାରେ RTPCR ପରୀକ୍ଷାଗାର ପାଇଁ ମଞ୍ଜୁରୀ

୧୬ଜିଲ୍ଲାରେ RTPCR ପରୀକ୍ଷାଗାର ପାଇଁ ମଞ୍ଜୁରୀ

ଭୁବନେଶ୍ୱର : କୋଭିଡ଼ ଲଢ଼େଇରେ ରୋଗୀର  ଶୀଘ୍ର ପରୀକ୍ଷା ସକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ  କରେ ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳ ଟି ଜିଲ୍ଲା  ଯଥା ଭଦ୍ରକ, ବଉଦ ,ଢେ଼ଙ୍କାନାଳ ଗଜପତି ,ଖୋର୍ଦ୍ଧା ଜଗତସିଂହପୁର ,ଯାଜପୁର କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି ,ନୂଆପଡା ସୋନପୁର,କନ୍ଧମାଳ ସୁନ୍ଦରଗଡ ରାୟଗଡ଼ା ଓ ବରଗଡ ର ସଦର ମହକୁମା ରେ ଗୋଟିଏ ଗୋଟିଏ  RTPCR ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି ପରୀକ୍ଷା କେନ୍ଦ୍ର ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ ।ଏଥିନିମନ୍ତେ ପ୍ରତି ଜିଲ୍ଲା ରେ ଜଣେ ଲେଖାଏ ମାଇକ୍ରୋବାୟୋଲୋଜିଷ୍ଟ  ଓ ତିନି ଜଣ ଲ୍ୟାବ ଟେକ୍ନିସିଆନ ଙ୍କୁ ନିୟୋଜିତ କରାଯିବ । କରୋନା ସକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ  ସହାୟକ ହେବ।