Home News in Odia ୧୪ରେ ଏସ୍‌ପି ଅଫିସ ଘେରିବ କଂଗ୍ରେସ

୧୪ରେ ଏସ୍‌ପି ଅଫିସ ଘେରିବ କଂଗ୍ରେସ

ଭୁବନେଶ୍ୱର : ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଓ ଗତକାଲି ନିରୀହ ଆନ୍ଦୋଳନ ରତ ଛାତ୍ରମାନଙ୍କ ଉପରେ ପୋଲିସର ବର୍ବୋରଚିତ ଆକ୍ରମଣ ଓ କଂଗ୍ରେସ ଭବନରେ ପୋଲିସର ବେଆଇନ ଅନୁପ୍ରବେଶ ପ୍ରତିବାଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତିକ୍ରମେ ଆସନ୍ତା ୧୪ ତାରିଖ ମଙ୍ଗଳବାର ଦିନ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ସୂଚନା ପ୍ରଦାନ କରିଛନ୍ତି ।

ସେ କହିଛନ୍ତି ଆସନ୍ତା ମଙ୍ଗଳବାର ସକାଳ ୯ ଘଟିକା ସମୟରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ସେବାଦଳ ଏବଂ ସମସ୍ତ ସାମୁଖ୍ୟ ସଂଗଠନର କର୍ମୀମାନେ ସହଯୋଗ କରିବାପାଇଁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନର୍ଦ୍ଦେଶ ଦେବା ସହ ଅନୁରୋଧ ବି କରିଛନ୍ତି ।

ଏଥି ସହିତ କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ, ସାଂସଦ, ବିଧାୟକ ବୃନ୍ଦ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ମନ୍ତ୍ରୀ, ପୂର୍ବତନ ବିଧାୟକ ଏବଂ ଲୋକସଭା ଓ ବିଧାନ ସଭା ନିର୍ବଚନରେ ଭାଗ ନେଇଥିବା କଂଗ୍ରେସର ପ୍ରାର୍ଥୀ ଏବଂ କଂଗ୍ରେସର କର୍ମୀ, ଶୁଭେଚ୍ଛୁ ଓ ସମର୍ଥକ ଏହି ବିକ୍ଷୋଭରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ପିସିସି ପକ୍ଷରୁ ନିବେଦନ କରାଯାଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଗଣମାଧ୍ୟମ ବିଭାଗ ପକ୍ଷରୁ ଜଣାଯାଇଛି ।