ଭୁବନେଶ୍ୱର : ୨୦୧୯ ବିଧାନସଭା ନିର୍ବାଚନରେ ୧୧୩ଟି ଆସନ ରେ ବିଜୟୀ ହୋଇଥିବା ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ମାତ୍ର ୫୧ଟି ଆସନରେ ବିଜୟୀ ହୋଇପାରିଛି।
ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଥିବା ୧୧ ଜଣ ମନ୍ତ୍ରୀ ପରାଜିତ ହୋଇଛନ୍ତି। ଗୋଟିଏ ଆସନ (ବିଷମ କଟକ)କୁ ବାଦ୍ ଦେଲେ ସମସ୍ତ ୧୦ ଜଣ ମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କ ଠାରୁ ନିଜ ଆସନ ହରାଇଛନ୍ତି।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି।
ଏହି ମନ୍ତ୍ରୀମାନଙ୍କ ମଧ୍ୟରୁ ଶ୍ରୀ ମାର୍ଣ୍ଡି ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବେଳେ ଅନ୍ୟମାନେ ବିଧାୟକ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସୁଦାମ ମାର୍ଣ୍ଡିଙ୍କ ସ୍ଥାନରେ ବିଜେଡି ତାଙ୍କ ପତ୍ନୀ ରଞ୍ଜିତା ମାର୍ଣ୍ଡିଙ୍କୁ ବାଙ୍ଗିରିପୋଷିରୁ ପ୍ରାର୍ଥୀ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା। ରଞ୍ଜିତା ଏହି ଆସନରେ ବିଜେପି ପ୍ରାର୍ଥୀ ସାଞ୍ଜଳି ମୁର୍ମୁଙ୍କଠାରୁ ହାରିଯାଇଥିଲେ।
ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ କଣ୍ଟାବାଞ୍ଜି ବିଧାନସଭା ଆସନରୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ୧୬,୩୪୪ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ତେବେ ହିଞ୍ଜିଳି ଆସନରୁ ଶ୍ରୀ ପଟ୍ଟନାୟକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଶିଶିର କୁମାର ମିଶ୍ରଙ୍କୁ ୪୬୩୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।
ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଦିଆରାଣୀ ମଧ୍ୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ବିଜେପିର ଆକାଶ ଦାସ ନାୟକଙ୍କୁ ୫୬୪୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।
ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ସତ୍ୟବାଦୀ ବିଧାୟକ ଆସନରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କଠାରୁ ୧୭,୭୦୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।
ବଲାଙ୍ଗୀର ବିଧାୟକ ଆସନରେ ବିଜେପି ଓ କଂଗ୍ରେସର ବଡ଼ ଚ୍ୟାଲେଞ୍ଜ ସତ୍ତ୍ୱେ ବରିଷ୍ଠ ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ ବିଜୟୀ ହୋଇଛନ୍ତି।
ରାଉରକେଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଦିଲ୍ଲୀପ କୁମାର ରାୟଙ୍କୁ ୩୫୫୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।
ସେହିପରି ବ୍ରଜ କିଶୋର ପ୍ରଧାନ (ତାଳଚେର), ଅଧିରାଜ ମୋହନ ପାଣିଗ୍ରାହୀ (ଖରିଆର), ମନୋହର ରାନ୍ଧାରୀ (ଡାବୁଗାଁ), ଚକ୍ରମଣି କହଁର (ବାଲିଗୁଡ଼ା), ଦେବୀ ରଞ୍ଜନ ତ୍ରିପାଠୀ (ବାଙ୍କୀ), ସୁଦର୍ଶନ ହରିପାଲ (ରେଙ୍ଗାଲି), ଅଭିମନ୍ୟୁ ସେଠୀ (ଆନନ୍ଦପୁର), ନବ କିଶୋର ମଲ୍ଲିକ (ଜୟଦେବ), ପ୍ରସନ୍ନ ଆଚାର୍ଯ୍ୟ (ରାଇରାଖୋଲ), ରୋମାଞ୍ଚ ରଞ୍ଜନ ବିଶ୍ୱାଳ (ଦେବଗଡ଼), ବଦ୍ରି ନାରାୟଣ ପାତ୍ର (ଘସିପୁରା), ବିଶ୍ୱରଞ୍ଜନ ମଲ୍ଲିକ (ବାରି), ପ୍ରଦୀପ କୁମାର ଦିଶାରୀ (ଲାଞ୍ଜିଗଡ଼), ପ୍ରଦୀପ କୁମାର ଦିଶାରୀ (ଲାଞ୍ଜିଗଡ଼) ବିଜୟୀ ହୋଇଛନ୍ତି। ସୁନୀଲ କୁମାର ମହାନ୍ତି (ପୁରୀ), ରମେଶ ଚନ୍ଦ୍ର ବେହେରା (ଦଶପଲ୍ଲା)।
ସେହିପରି ଯାଜପୁରରୁ ସୁଜାତା ସାହୁ, ଆଠମଲ୍ଲିକରୁ ନଳିନୀ କାନ୍ତ ପ୍ରଧାନ, ପାଟକୁରାରୁ ଅରବିନ୍ଦ ମହାପାତ୍ର, କେନ୍ଦ୍ରାପଡ଼ାରୁ ଗଣେଶ୍ୱର ବେହେରା, ତିର୍ତ୍ତୋଲରୁ ରମାକାନ୍ତ ଭୋଇ ଓ ପାରଳାଖେମୁଣ୍ଡିରୁ ରୂପେଶ କୁମାର ପାଣିଗ୍ରାହୀ ବିଜୟୀ ହୋଇଛନ୍ତି।
୨୦୧୯ ନିର୍ବାଚନରେ ୧୨ଟି ଆସନରେ ବିଜୟୀ ହୋଇଥିବା ବିଜେଡି ମଧ୍ୟ ଲୋକସଭା ନିର୍ବାଚନରେ ଶୂନ୍ୟସ୍ଥାନକୁ ଆସିଥିଲା। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧,୧୯,୮୩୬ ଖଣ୍ଡ ଭୋଟବ୍ୟବଧାନରେ ପରାସ୍ତ କରିଛନ୍ତି।
ସେହିପରି ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁରର ଶର୍ମିଷ୍ଠା ସେଠୀ ଓ କନ୍ଧମାଳର ଅଚ୍ୟୁତ ସାମନ୍ତ ମଧ୍ୟ ନିର୍ବାଚନରେ ପରାଜିତ ହୋଇଛନ୍ତି।