Home Assembly ହଟ୍ଟଗୋଳରେ ବିତିଲା ତିନି ଦିନ

ହଟ୍ଟଗୋଳରେ ବିତିଲା ତିନି ଦିନ

ଭୁବନେଶ୍ୱର : ବିଧାନସଭା ବର୍ଷାକାଳୀନ ଅଧିବେଶନର ପ୍ରଥମ ତିନି ଦିନ ହଟେଗାଳରେ ବିତିଛି । ବିଜେଡି ଦୁଇ ଦିନ ଧରି ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରୁଥିବା ବେଳେ ଆଜି ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ଗୃହର ମଧ୍ୟଭାଗକୁ ଆସିଛି। ସେହିଭଳି କଂଗ୍ରେସ ମଧ୍ୟ ଗତ ତିନି ଦିନ ଧରି ଏମଏମଡିଆର ପ୍ରସଙ୍ଗ ଉଠାଇ ଚାଲିଛି।

ବିରୋଧୀ ଓ ଶାସକ ଦଳ ନିଜ ନିଜ ରାଜନୈତିକ ଏଜେଣ୍ଡାରେ ଅଡି ରହିଥିବାରୁ ୯ଦିନର ଅଧିବେଶନରୁ ତିନି ଦିନ ବିନା କୌଣସି ଫଳପ୍ରଦ ଆଲୋଚନାରେ ଧୋଇ ହୋଇଗଲା। ଆଜି ପ୍ରଶ୍ନକାଳ ମାତ୍ର ୧୩ ମିନିଟ ଚାଲିଥିବା ବେଳେ ଅପରାହ୍ନ ଅଧିବେଶନ ମାତ୍ର ୪ ମିନିଟ ପାଇଁ ଚାଲିଥିଲା।

ଆଜି ପ୍ରଶ୍ନକାଳ ଆରମ୍ଭରୁ ବିଜେଡିକୁ ଭିନ୍ନ ମୁଦ୍ରାରେ ଦେଖିବାକୁ ମିଳିଥିଲା। ଗତକାଲି ବିଜେଡି ନେତ୍ରୀ ଏମଏମଡିଆର ଆଇନକୁ ନେଇ ଭିଡିଓ ଜାରି କରିବା ପରେ ଆଜି ବିଧାୟକାମାନେ ଏହି ସଂଶୋଧିତ ଆଇନ ରଦ୍ଦ ଦାବିରେ ହାଲାବୋଲ କରିଛନ୍ତି। ଗୃହରେ ବିଜେପି ବିରୋଧରେ ନାରାବାଜି କରି ପ୍ରବଳ ହଟଗୋଳ କରିଥିଲେ ବିରୋଧୀ ଦଳର ବିଧାୟକମାନେ। କାହା ସ୍ବାର୍ଥରେ ଓଡିଶାକୁ ବଳି ପକାଇଛି କେନ୍ଦ୍ର ତାହାର ଜବାବ ମାଗିଥିଲେ ବିଧାୟକମାନେ ।

 ଗୃହ ଭିତରେ ଓ ବାହାରେ ଦୁଇ ବିରୋଧ ଏମଏମଡିଆର ବିରୋଧରରେ ତୀବ୍ର ପ୍ରତିବାଦ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ବିଧାନସଭାର ବିଜେଡି ବିଧାୟକମାନେ ବାହାରି ଓଏମସି କାର୍ଯ୍ୟାଳୟକୁ ପ୍ରତିବାଦ କରି ପଶିଥିଲେ। ଓଏମସି କାର୍ଯ୍ୟାଳୟରେ ବିଜେଡି ବିଧାୟକ ଅର୍ଥନୈତିକ ଅବରୋଧ ଆରମ୍ଭ କରିଥିଲେ। ଆଗକୁ ପୁରା ଓଡିଶାରେ ଅର୍ଥନୈତିକ ଅବରୋଧକୁ ଜୋରଦାର କରିବାକୁ ଦଳ ଚେତାବନୀ ଦେଇଛି ।

ଅନ୍ୟପଟେ କଂଗ୍ରେସ ଗୃହରେ ପ୍ରତିବାଦ କରିବା ପରେ ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଛି । ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ନହେବା ଯାଏ ପ୍ରତିବାଦ ଜାରୀ ରଖିବ ବୋଲି ଦଳ ଚେତାବନୀ ଦେଇଛି । ଦୁଇ ବିରୋଧୀ ୩ଦିନ ଧରି ଶାସକ ଦଳକୁ ବିଧାନସଭାରେ ଷଣ୍ୱଆସୀ ଆକ୍ରମଣ କରିବା ପରେ ଶାସକ ଦଳ ମଧ୍ୟ ବିରୋଧୀଙ୍କୁ ଗୃହ ବାହାରେ ଧୋଇଦେଇଛନ୍ତି। ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା କହିଛନ୍ତି ବିଧାନସଭା ପାଇଁ ଲକ୍ଷଧିକ ଟଙ୍କା ଖର୍ଚ୍ଚ ହେଉଛି।

ବିରୋଧୀ ଦଳ କିନ୍ତୁ ବାଉଁଶ ରାଣୀ ଖେଳ ଖେଳୁଛନ୍ତି। ବିଜେଡି ଓଡ଼ିଶାରେ ଖଣିକୁ ଖୋଳ କରି ଦେଇଛନ୍ତି, ଶାହା କମିଶନ ଆସିକି ଧରିଲେ। ଏମଏମଡିଆର ପ୍ରସଙ୍ଗରେ ଆମେ ସବୁ ଦିନ ଆଲୋଚନା ପାଇଁ ରାଜି, କିନ୍ତୁ ବିଜେଡି ଡ଼ରୁଛି। ନିଜ ଦୋଷ ଲୁଚେଇବା ପାଇଁ ବିଜେଡି ଓ କଂଗ୍ରେସ ଗୃହ ବନ୍ଦ କରୁଛନ୍ତି ବୋଲି ଅଭିଯୋଗ ସହ ସେ ବିରୋଧୀ ଦଳକୁ ବିତର୍କର ଆହ୍ବାନ ଦେଇଛନ୍ତି।