Home General ସ୍କୁଟର ଯୋଜନାକୁ କ୍ୟାବିନେଟ୍‍ ମୋହର

ସ୍କୁଟର ଯୋଜନାକୁ କ୍ୟାବିନେଟ୍‍ ମୋହର

ଭୁବନେଶ୍ୱର : ମିଶନ ଶକ୍ତି ସ୍କୁଟର ଯୋଜନାକୁ ଆଜି ସବୁଜ ସଙ୍କେତ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‍ ଏହି ଯୋଜନାକୁ ଅନୁମୋଦନ କରିଥିବା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।

ଏହି ଯୋଜନା ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠି ମହାସଂଘ ସହିତ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟମାନଙ୍କର ଯାତାୟତକୁ ସୁଗମ କରିବ ।

ଯୋଗ୍ୟ ସଦସ୍ୟାମାନେ ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବାପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ୍‍ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରସ୍ତ ପାଇବେ । ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ସେମାନଙ୍କର ଅବଦାନକୁ ସ୍ୱୀକୃତି ଦେବା ସହ ସେମାନଙ୍କୁ ନିଜ କାର୍ଯ୍ୟ ତୁଲାଇବାକୁ ଆହୁରି ସୁଗମ କରିବାପାଇଁ ରାଜ୍ୟ ସରକାର ସ୍କୁଟର ସମ୍ବନ୍ଧୀୟ ଋଣ ଉପରେ ସୁଧ ଛାଡର ଘୋଷଣା କରିଛନ୍ତି ।

ବର୍ତ୍ତମାନ ସିଆରପି-ସିଏମ୍‍, ଏମବିକେ, ପ୍ରାଣୀ ମିତ୍ର, ବ୍ୟାଙ୍କ୍‍ ମିତ୍ର, ଜୀବିକା ସହାୟିକା, ଉଦ୍ୟୋଗୀ ମିତ୍ର, ବିସିଏ ଭଳି ପ୍ରାୟ ୭୫ହଜାର କମ୍ୟୁନିଟି ସର୍ପୋର୍ଟ ଷ୍ଟାଫ କାର୍ଯ୍ୟରତ ଅଛନ୍ତି । ସେହିଭଳି ଏକ ଲକ୍ଷ ୨୫ହଜାର ପଞ୍ଚାୟ˜/ ୱାର୍ଡ, ବ୍ଲକ, ସହର ଏବଂ ଜିଲ୍ଲା ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଏହି ଯୋଜନା ଦ୍ୱାରା ଉପକୃତ ହେବେ ।