Home Excise ସାତ ମାସରେ ୩୪,୪୮୮ ଅବକାରୀ ମାମଲା ରୁଜୁ

ସାତ ମାସରେ ୩୪,୪୮୮ ଅବକାରୀ ମାମଲା ରୁଜୁ

ଭୁବନେଶ୍ୱର : ଅବକାରୀ ବିଭାଗର ଧରପଗଡ ଯାଗୁଁ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ରାଜ୍ୟରେ ରେକର୍ଡ ସଂଖ୍ୟକ ୩୪,୪୮୮ ମାମଲା ରୁଜୁ ହୋଇଛି । ଗତବର୍ଷର ଏହି ସମୟ ତୁଳନାରେ ଏହା ପ୍ରାୟ ୫୭ ପ୍ରତିଶତ ଅଧିକ ରହିଥିବା ଜଣାଯାଇଛି । ଗତବର୍ଷ ଏହି ସମୟରେ ୨୧,୯୬୦ ମାମଲା ରୁଜୁ ହୋଇଥିଲା ।

ଆଜି ଭାରପ୍ରାପ୍ତ ଅବକାରୀ କମିଶନର ରାମଚନ୍ଦ୍ର ପାଲଟାଙ୍କ ଦ୍ୱାରା ହୋଇଥିବା ମାସିକ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି । ଏହି ସମୀକ୍ଷା ବୈଠକରେ ଯୁଗ୍ମ ଅବକାରୀ କମିଶନର ଡକ୍ଟର ଦିବ୍ୟ ଲୋଚନ ମହନ୍ତ, ଶରତଚନ୍ଦ୍ର ମହାପାତ୍ର, ଉପ ଅବକାରୀ ଆୟୁକ୍ତ ରାମ ଚନ୍ଦ୍ର ମିଶ୍ର, ରଜତ କୁମାର ପ୍ରହରାଜ, ଦଣ୍ଡପାଣି ବେହେରା ଓ ଡମ୍ବରୁଧର ଖଣ୍ଡାଙ୍କ ସମେତ ସମସ୍ତ ଅଧୀକ୍ଷକ ଉପସ୍ଥିତ ଥିଲେ ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଜୋରଦାର ଅବକାରୀ ଧରପଗଡ ଯୋଗୁଁ ୧୦୩୨ଟି ଏନ୍‍ଡିପିଏସ୍‍ ମାମଲା ଦରଜ ହୋଇଥିବାବେଳେ ୧୧୯୧ ଜଣଙ୍କୁ ଗିରଫ କରାଯାଇଛି । ଗତବର୍ଷ ଏହି ସମୟରେ ୩୯୪ଟି ଏନଡିପିଏସ୍‍ ମାମଲା ରୁଜୁ ସହିତ ୪୭୦ଜଣଙ୍କୁ ଗିରଫ ହୋଇଥିଲା ।

ଗତବର୍ଷର ଅକ୍ଟୋବର ତୁଳନାରେ ଚଳିତବର୍ଷ ମାମଲା ରୁଜୁ ଓ ଗିରଫ ସଂଖ୍ୟା ୧୬୨ ପ୍ରତିଶତ ଅଧିକ ରହିଛି । ସେହିଭଳି ଚଳିତ ଆର୍ôଥକ ବର୍ଷର ଅକ୍ଟୋବର ଶେଷ ସୁଦ୍ଧା ୧୮,୩୦୬ ଗ୍ରାମ ହିରୋଇନ୍‍ ଜବତ ହୋଇଥିବାବେଳେ ଗତବର୍ଷ ଏହା ହଜାରେ ଗ୍ରାମରୁ କମ୍‍ ରହିଥିଲା ସେହିଭଳି ଅକ୍ଟୋବର ଶେଷ ସୁଦ୍ଧା ୨୬,୬୭୪ କିଲୋ ଗଞ୍ଜେଇକୁ ଅବକାରୀ ଅଧିକାରୀମାନେ ଜବତ କରିଛନ୍ତି ।

ଚଳିତ ଆର୍ଥିକ ବର୍ଷର ବର୍ତ୍ତମାନ ସୁଦ୍ଧା ରାଜ୍ୟ ଅବକାରୀ ଅଧିକାରୀମାନଙ୍କ କାର୍ଯ୍ୟରେ ଭାରପ୍ରାପ୍ତ ଅବକାରୀ କମିଶନର ସନ୍ତୋଷ ପ୍ରକାଶ କରିଥବଲେ । ଆଗାମୀ ଦିନରେ ରାଜ୍ୟରେ ଯେଭଳି ବେଆଇନ୍‍ ମଦ ରନ୍ଧା, ବିକ୍ରୟ, ନକଲି ମଦ କାରବାର ସହିତ ଗଞ୍ଜେଇ, ହିରୋଇନ୍‍ ଆଦି କାରବାର ନହୁଏ ତାହା ଉପରେ ସତର୍କ ଦୃଷ୍ଟି ରଖିବା ସହିତ ଚଢଉକୁ ଆହୁରି ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ବେଆଇନ୍‍ ନିଶା କାରବାର ଉପରେ ସତର୍କ ଦୃଷ୍ଟି ରଖବା ସହିତ ଚଢାଉକୁ ଜୋରଦାର ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।