Home Culture ସାଂସ୍କୃତିକ କାର୍ଯ୍ୟକ୍ରମ ଦଳଗତ ମନୋଭାବ ସୃଷ୍ଟି କରେ

ସାଂସ୍କୃତିକ କାର୍ଯ୍ୟକ୍ରମ ଦଳଗତ ମନୋଭାବ ସୃଷ୍ଟି କରେ

ଭୁବନେଶ୍ୱର : ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂ୍କୃତିକ ଓ କ୍ରୀଡ଼ା ସସଦର ବାର୍ଷିକ ଉତ୍ସବ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି।

 ନିଜର ଉଦ୍ଘାଟନୀ ଅଭିଭାଷଣରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ସାଂସ୍କୃତିକ କାର୍ଯ୍ୟକ୍ରମ ପରସ୍ପର ମଧ୍ୟରେ ଦଳଗତ ମନୋଭାବ ସୃଷ୍ଟି କରିଥାଏ। ସାଧାରଣ ପ୍ରଶାସନ ସାଂସ୍କୃତିକ ସଂସଦର ସଦସ୍ୟମାନେ ସଠିକ୍ ଭାବେ  ନିଜର ଅଫିସ କାର୍ଯ୍ୟ ସଂପାଦନ କରିବା ସହ ସାମାଜିକ ଓ ସାଂସ୍କୃତିକ ଦାୟିତ୍ୱବୋଧ ତୁଲାଇ ଥିବାରୁ ଶ୍ରୀ ମହାପାତ୍ର ସେମାନଙ୍କୁ ସାଧୁବାଦ ଜଣାଇ ଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ କୃଷି ଉତ୍ପାଦନ କମିଶନର ଶ୍ରୀ ସଞ୍ଜୀବ ଚୋପ୍ରା, ଅତିରିକ୍ତ ଶାସନ ସଚିବ ଶ୍ରୀ ଗଣେଶ ପାତ୍ର, ମାହାଲ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ମହାନ୍ତି    ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମବେତ ସଭ୍ୟ ସଭ୍ୟା ଓ ଦର୍ଶକ ମଣ୍ଡଳୀଙ୍କୁ ଉଦବୋଧନ ଦେଇଥିଲେ।

ଏହି ଅବସରେ ସାଂସ୍କୃତିକ ପରିଷଦର  ମୁଖପତ୍ର ସତୀର୍ଥ ର ବାର୍ଷିକ ସଂଖ୍ୟାକୁ ମୁଖ୍ୟ ଶାସନ ସଚିବ ଏବଂ ସମ୍ମାନିତ ଅଟିଥିମାନେ ଉନ୍ମୋଚିତ କରିଥିଲେ।

 ସାଂସ୍କୃତିକ ଓ କ୍ରୀଡ଼ା ପରିଷଦ ଦ୍ଵାରା ଆୟୋଜିତ ସୃଜନାତ୍ମକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପୁରସ୍କାର ଓ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ। ସଂସଦର କାର୍ଯ୍ୟକାରି ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଅମିୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ।

 ସାଧାରଣ ସଭା ପରେପରେ ସଂସଦର ସଦସ୍ୟ ମାନଙ୍କ ଦ୍ଵାରା ‘ଜୀବନ ଏମିତି ‘ ଶୀର୍ଷକ ଏକ ଆକର୍ଷଣୀୟ ନାଟକ ପରିବେଷଣ କରାଯାଇଥିଲା। ନାଟ୍ୟକାର ମଳୟ ରାଉତଙ୍କ ଦ୍ଵାରା ରଚିତ ଏହି ନାଟକରେ କୈଳାସ ମହାପାତ୍ର ଅଭିନୟ ନିର୍ଦ୍ଦେଶନା, ଏବଂ ଗୀତିକାର ବିନୟ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସଦସ୍ୟ ମାନଙ୍କର ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।