Home General ଶ୍ରୀମନ୍ଦିର ସୁରକ୍ଷା ନେଇ ଆଲୋଚନା

ଶ୍ରୀମନ୍ଦିର ସୁରକ୍ଷା ନେଇ ଆଲୋଚନା

ପୁରୀ : ଶ୍ରୀମନ୍ଦିରର ସୁରକ୍ଷା, ଏହାର ଐତିହ୍ୟ ଓ ସଂସ୍କୃତିର ପୁନରୁଦ୍ଧାର ନେଇ ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଜଦୁବେନ୍ଦ୍ର ସିଂ ରାଓ୍ବତଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ।

ରଥଯାତ୍ରା ସମୟରେ ଗର୍ଭଗୃହ ସାଙ୍ଗକୁ ଶ୍ରୀମନ୍ଦିରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମନ୍ଦିରର ମରାମତି କିଭଳି କରାଯିବ ସେନେଇ ଆଲୋଚନା ହୋଇଛି। ଏଥିସହ ରତ୍ନଭଣ୍ଡାରର ବଳକା ମରାମତି କାମ ସାରିବାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି।

ବୟସ୍କ ଓ ଭିନ୍ନକ୍ଷମ ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ଦ୍ବାରରେ ରାମ୍ପ ନିର୍ମାଣ କରାଯିବ। ଏହି କାମ ଶୀଘ୍ର ସାରିବାକୁ ମୁଖ୍ୟ ପ୍ରଶାସନ ଗୁରୁତ୍ବ ଦେଇଛନ୍ତି। ସେହିଭଳି ନାଟ୍ୟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସାଙ୍ଗକୁ ଶ୍ରୀମନ୍ଦିର ବେଢାରେ ଲାଇଟ ଲଗାଯିବ।

ଜଗମୋହନର ବାହାରପଟ ଗଡାଣିଆ ଛାତର ମରାମତି ସହ ମା ବିମଳା, ମହାଲକ୍ଷ୍ମୀ, ଭୁବନେଶ୍ବରୀ, ଆଦି ନୃସିଂହ ଓ ସୂର୍ଯ୍ୟ ମନ୍ଦିରରେ ବିଜୁଳି ପ୍ରତିରୋଧକ ଯନ୍ତ୍ର ଲଗାଯିବ। ଜଗମୋହନ ଓ ଭୋଗମଣ୍ଡପରେ କ୍ୟାଣ୍ଟିଲିଭର ପଥର ତଳେ ଲୁହା ବିମ ମଧ୍ୟ ଦିଆଯିବ। ମୁଖ୍ୟ ମନ୍ଦିର ଚାରିପଟର ରସାୟନିକ ସଫେଇ କରାଯିବ। ଏହି ଆଲୋଚନା ସମୟରେ ଏଏସଆଇର ସଂରକ୍ଷଣ ମହାନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।