Home General ଶହୀଦଙ୍କୁ ସମ୍ମାନ ପାଇଁ ନିବେଦନ

ଶହୀଦଙ୍କୁ ସମ୍ମାନ ପାଇଁ ନିବେଦନ

ଭୁବନେଶ୍ୱର : ଭାରତର ୭୫ତମ ସ୍ୱାଧୀନତା ପୂର୍ତ୍ତି ସହ ଦେଶର ଗୌରବମୟ ସଂସ୍କୃତି ଏବଂ ଇତିହାସର ଉପଲବ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଜାଦି କା ଅମି୍ରତ ମହୋତ୍ସବର ଆୟୋଜନ କରାଯାଇଛି । ୧୨ ମାର୍ଚ୍ଚ ୨୦୨୧ରୁ ଏହି ଉତ୍ସବ ଆରମ୍ଭ ହୋଇ ୨୦୨୩ ଅଗଷ୍ଟ ୧୫ ଅର୍ଥାତ୍‌ ୭୫ ସପ୍ତାହ ପରେ ଏହି କାର୍ଯ୍ୟକ୍ରମର ଉଦ୍‌ଯାପନ ହେବ ।

ଭାରତବର୍ଷର ସ୍ୱାଧୀନତା ତଥା ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଯେଉଁ ବୀରମାନେ ନିଜର ପ୍ରାଣ ଉତ୍ସର୍ଗ କରି ଦେଶର ସାମାଜିକ, ସାଂସ୍କୃତିକ, ରାଜନୈତିକ ତଥା ଅର୍ଥନୈତିକ ପରିଚୟ ପ୍ରତିଷ୍ଠା କରିପାରିଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଏହି ଉତ୍ସବ ସମର୍ପିତ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ‘ଶହୀଦୋ କୋ ଶତ୍‌ ଶତ୍‌ ନମନ୍‌’ ଅଭିଯାନ ଆରମ୍ଭ କରିଛନ୍ତି ।

ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ସମଗ୍ର ଦେଶ ତଥା ଆମ ରାଜ୍ୟ ଓଡ଼ିଶାରେ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସ ଉତ୍ସବ ସହ ମିଳିତ ଭାବରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ପକ୍ଷରୁ ଏହା ପାଳନ କରାଯିବ ।

ଓଡ଼ିଶାରୁ ଜଳ, ସ୍ଥଳ ଓ ଆକାଶବାହିନୀରେ କାର୍ଯ୍ୟକରି ପ୍ରାଣବଳୀ ଦେଇଥିବା ଶହୀଦମାନଙ୍କ ଉତ୍ତରାଧିକାରୀମାନଙ୍କୁ ଏନ୍‌ସିସି ଅଧିକାରୀ, ସ୍ଥାୟୀ ପ୍ରଶିକ୍ଷକ ଷ୍ଟାଫ୍‌ ଓ କ୍ୟାଡେଟ୍‌ମାନେ ସାକ୍ଷାତ କରିବେ । ଆସନ୍ତା ଜାନୁଆରୀ ୨୬ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଜାତୀୟ ଯୁଦ୍ଧ ସ୍ମାରକୀ’ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ଶହୀଦମାନଙ୍କ ଉତ୍ତରାଧିକାରୀଙ୍କୁ ‘କୃତଜ୍ଞତାର ପଦକ’ ପ୍ରଦାନ କରାଯାଇ ସମ୍ମାନିତ କରାଯିବ ।

ଶହୀଦମାନଙ୍କୁ ସମ୍ମାନ ଓ କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଆଜିଠାରୁ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ଟ୍ୱିଟର ିଗhଚ୍ଚheeଛଞ୍ଚnଔଞ୍ଚକ୍ତଚ୍ଚmଚ୍ଚn ରେ ଜନସାଧାରଣ ସାମିଲ ହେବା ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ନିବେଦନ କରାଯାଇଛି । ଟ୍ୱିଟରରେ ଯେକୌଣସି ବ୍ୟକ୍ତି କୃତଜ୍ଞତା ଅର୍ପଣ କରିପାରିବେ ।