Home General ମେୟରଙ୍କ ପାରିଶ୍ରମିକ ୮୦୦୦ ଟଙ୍କା

ମେୟରଙ୍କ ପାରିଶ୍ରମିକ ୮୦୦୦ ଟଙ୍କା

ଭୁବନେଶ୍ୱର : ମହାନଗର ନିଗମ ମେୟରଙ୍କ ମାସିକ ପାରିଶ୍ରମିକ ହେଉଛି ୮୦୦୦ ଟଙ୍କା । ଏଥି ସହିତ ମେୟର ଗସ୍ତ ଭତ୍ତା ପାଇବାର ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ।

ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କର ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଓଡିଶା ପୌର ନିଗମର ନିୟବାବଳୀ, ୨୦୦୪ ଅନୁଯାୟୀ ମେୟର ମାସିକ ୮୦୦୦ ଟଙ୍କା ପାରିଶ୍ରମିକ ପାଇବାର ବ୍ୟବସ୍ଥା ରହିଛି । ଏହି ନିୟମାବଳୀ ଅନୁଯାୟୀ ପ୍ରତ୍ୟେକ କାଉନସିଲର ବୈଠକ ପିଛା ୧୫୦ଟଙ୍କା ଏବଂ କର୍ପୋରେଟର ମାନେ ୭୫୦ ଟଙ୍କା ପାଇବେ । ସେହିଭଳି ପୌର ପରିଷଦର ଅଧ୍ୟକ୍ଷମାନେ ୧୫୦୦ ଟଙ୍କା ପାଇବେ ।

ଏହାଛଡା କାଉନସିଲର, କର୍ପୋରେଟର, ଅଧ୍ୟଓ ଓ ମେୟରମାନେ ଗସ୍ତ ଖର୍ଚ୍ଚ ପାଇବାର ବ୍ୟବସ୍ଥା ଏହି ନିୟମାବଳୀରେ ରହିଛି । ନିର୍ବାଚିତ କାଉନସିଲର ଓ ଅଧ୍ୟକ୍ଷ ଏବଂ କର୍ପୋରେଟର ଓ ମେୟରମାନଙ୍କୁ ଓଡିଶା ପୌର ଅଧିନିୟମ ୧୯୫୦ ଓ ଓଡିଶା ପୌର ନିଗମ ଅଧିନିୟମ ୨୦୦୩ ଏବଂ ତଦାଧିନ ଓଡିଶା ପୌର ନିୟମାବଳୀ ୧୯୫୩ ଓ ଓଡିଶା ପୌର ନିଗମ ନିୟମାବଳୀ ୨୦୦୪ରେ ଥିବା ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ କ୍ଷମତା ପ୍ରଦାନ କରାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)