Home News in Odia ମୁଖ୍ୟ ସଚିବଙ୍କ ଫଟୋ ଲଗାଇ ସାଇବର ଠକେଇ ଉଦ୍ୟମ

ମୁଖ୍ୟ ସଚିବଙ୍କ ଫଟୋ ଲଗାଇ ସାଇବର ଠକେଇ ଉଦ୍ୟମ

ଭୁବନେଶ୍ୱର : ମୁଖ୍ୟ ଶାସନ  ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର ଫଟୋକୁ  ହ୍ୱାଟ୍ସ୍ଅପ୍ ଆକାଉଣ୍ଟରେ  ଲଗାଇ  ଆମାଜନ  କଂପାନୀପରି କଂପାନୀମାନଙ୍କର  ବିଲ୍ ପୈଠ କରିଦେବା ପାଇଁ ମେସେଜ୍ ପଠାଉଥିବା  ମୁଖ୍ୟ ଶାସନ ସଚିବଙ୍କ  କାର୍ଯ୍ୟାଳୟ  ଦୃଷ୍ଟିକୁ  ଆସିଛି  ।  ଏଥିରେ ମୋବାଇଲ ନମ୍ବର ୯୩୧୫୬୪୧୭୮୪ ରହିଛି ।

ମୁଖ୍ୟ ସଚିବଙ୍କ ଦପ୍ତର ପକ୍ଷରୁ କୁହାଯାଇଛି ଆମେ ସମସ୍ତଙ୍କୁ ଜଣାଇଦେବାକୁ  ଚାହୁଁଛୁ ଯେ ଏହି ସବୁ ମେସେଜ୍ ନକଲି ଏବଂ ଦୁଷ୍ଟପ୍ରକୃତି ଠକମାନଙ୍କର ଏକ ଚାଲାଖି ।  ମୁଖ୍ୟ ଶାସନ ସଚିବ  ତାଙ୍କ ତରଫରୁ  କୌଣସି ବିଲ୍ ପୈଠ ବା କୌଣସି ଆକାଉଣ୍ଟକୁ  ଟଙ୍କା ପଠାଇବା  ଆଦି କଥା  କେବେ କାହାକୁ  କୁହନ୍ତି ନାହିଁ । ଏପରି ମେସେଜ୍ ପ୍ରତି ପୂର୍ଣ୍ଣ ସତର୍କ ରହିବାକୁ ସମସ୍ତଙ୍କୁ ଅନୁରୋଧ  କରାଯାଉଛି । 

ଏମିତି କୌଣସି ମେସେଜ୍ ପାଇବା ମାତ୍ରେ ନିକଟତମ ସାଇବର ପୋଲିସ୍ ଷ୍ଟେସନ୍  ବା ପୋଲିସ୍ ଷ୍ଟେସନ୍ରେ ଜଣାଇବା ପାଇଁ  ଜନ ସାଧାରଣଙ୍କୁ ଅନୁରୋଧ ।  ଏପରି ଫେକ୍ ମେସେଜ୍ ଭିତ୍ତିରେ କେହି କୌଣସି  କାରବାର କଲେ  ସେଥିପାଇଁ  ମୁଖ୍ୟ ଶାସନ ସଚିବ  ଦାୟୀ ରହିବେ ନାହିଁ ।  କେବଳ ମୁଖ୍ୟ ଶାସନ ସଚିବ  କାହିଁକି ଯେ କେଯଣସି ବରିଷ୍ଠ ଅଧିକାରୀଙ୍କର  ଫଟୋଥାଇ କୌଣସି ହ୍ୱାଟ୍ସ୍ଅପ୍ରୁ  ଆସୁଥିବା ଏପରି  ମେସେଜ୍ ପ୍ରତି ପୂର୍ଣ୍ଣ  ସତର୍କ ରହିବାକୁ  ସମସ୍ତଙ୍କୁ  ଅନୁରୋଧ କରାଯାଉଛି ।