ଭୁବନେଶ୍ୱର : ଓଡ଼ିଶାର ସମୃଦ୍ଧ କ୍ରୀଡ଼ା ଜଗତ ପାଇଁ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ବରୂପ ରୌପ୍ୟ ନଗରୀ କଟକ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଓଡ଼ିଶା ମାଷ୍ଟର୍ସ ୨୦୨୩ ଆୟୋଜନ କରିବାକୁ ଯାଉଛି।
ଡିସେମ୍ବର ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଏହି ସମ୍ମାନଜନକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।
ଏସିଆର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତା ଭାବରେ ସ୍ୱୀକୃତିପ୍ରାପ୍ତ ଏହି ପ୍ରତିଯୋଗିତାରେ ୧୦୦,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ରହିଛି ଏବଂ ଏହାକୁ ବିଡବ୍ଲ୍ୟୁଏଫ ଟୁର୍ ସୁପର ୧୦୦ ଇଭେଣ୍ଟ ଭାବରେ ମଧ୍ୟ ବର୍ଗୀକୃତ କରାଯାଇଛି ।
ଗତବର୍ଷ ପୁରୁଷ ସିଙ୍ଗଲ୍ସରେ ଚାମ୍ପିୟନ କିରଣ ଜର୍ଜ ଓ ଗତବର୍ଷ ମହିଳା ସିଙ୍ଗଲ୍ସ ଚାମ୍ପିୟନ ଉନ୍ନତି ହୁଡା ନିଜ ଟାଇଟଲ ବଜାୟ ରଖିବାକୁ ଯାଉଥିବାରୁ ବ୍ୟାଡମିଣ୍ଟନ ପ୍ରଶଂସକମାନେ ଆଉ ଏକ ରୋମାଞ୍ଚକର ପ୍ରତିଯୋଗିତାରେ ଅଛନ୍ତି। ଗତବର୍ଷ ମହିଳା ଡବଲ୍ସ ଜିତିଥିବା ଗାୟତ୍ରୀ ଗୋପୀଚାନ୍ଦ ଓ ଟ୍ରେସା ଜଲି ମଧ୍ୟ ପୁଣି ଥରେ ଆକ୍ସନରେ ନଜର ଆସିବେ।
ପ୍ରତିଯୋଗିତା ପୂର୍ବରୁ କ୍ରୀଡ଼ା ସଚିବ ଆର୍ ବିନୀଲ କ୍ରିଷ୍ଣା ଓଡ଼ିଶାରେ ଆଉ ଏକ ସଂସ୍କରଣ ଆୟୋଜନ କରି ଖୁସି ବ୍ୟକ୍ତ କରିବା ସହ ଓଡ଼ିଶାରେ ବ୍ୟାଡମିଣ୍ଟନର ଅଭିବୃଦ୍ଧି ଓ ବିକାଶ ଦିଗରେ ଏହାର ଗୁରୁତ୍ୱ କୁ ଦୋହରାଇଥିଲେ।
ଓଡ଼ିଶା ମାଷ୍ଟର୍ସର ଆଉ ଏକ ସଂସ୍କରଣ କଟକରେ ଆୟୋଜନ କରିବାକୁ ଆମେ ଅପେକ୍ଷା କରିଛୁ। ବ୍ୟାଡମିଣ୍ଟନ ଆମ ପାଇଁ ଏକ ପ୍ରାଥମିକତା ଏବଂ ଆମେ ଖେଳର ପ୍ରଚାର ପ୍ରସାର ଦିଗରେ ଅନେକ ପଦକ୍ଷେପ ନେଇଛୁ । ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ପ୍ରତିଯୋଗିତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି କ୍ରୀଡ଼ା ସଚିବ କହିଛନ୍ତି।
ଏହି ପ୍ରତିଯୋଗିତା ପାଇଁ ସାରା ବିଶ୍ୱରୁ ଉତ୍କୃଷ୍ଟ ବ୍ୟାଡମିଣ୍ଟନ ଖେଳାଳି ଓଡ଼ିଶା ଆସିଥିବାରୁ ଏହା ଆମର ନିଜ ଉଦୀୟମାନ ବ୍ୟାଡମିଣ୍ଟନ୍ ଆଥଲେଟ୍ମାନଙ୍କ ପାଇଁ ଖେଳର ସର୍ବୋଚ୍ଚ ସ୍ତର ପାଇଁ ପ୍ରୟାସ କରିବା ପାଇଁ ପ୍ରେରଣା ସାଜିବ।
କ୍ରମାଗତ ଭାବେ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ନିଜର ଇଚ୍ଛା ଓ ଦକ୍ଷତା ପ୍ରଦର୍ଶନ କରି ଆସୁଥିବା ଓଡ଼ିଶା ପାଇଁ ଓଡ଼ିଶା ମାଷ୍ଟର୍ସ ୨୦୨୩ ଆଉ ଏକ ମାଇଲଖୁଣ୍ଟ। ଭୁବନେଶ୍ୱର କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସରେ ବ୍ୟାଡମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ନିର୍ମାଣାଧୀନ ରହିଛି ଏବଂ ଖୁବଶୀଘ୍ର ଉଦଘାଟନ ହେବାକୁ ଯାଉଛି । ଏହାବ୍ୟତୀତ ଓଡ଼ିଶାରେ ପ୍ରତିଷ୍ଠା ହୋଇଥିବା ୯୦ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ତୃଣମୂଳ ସ୍ତରରେ ଏହି କ୍ରୀଡ଼ାକୁ ପ୍ରୋତ୍ସାହିତ କରିବ।