Home Infrastructure ମାଲକାନଗିରି – ଭଦ୍ରାଚଲମ୍ ରେଳ ପ୍ରକଳ୍ପର ସମୀକ୍ଷା 

ମାଲକାନଗିରି – ଭଦ୍ରାଚଲମ୍ ରେଳ ପ୍ରକଳ୍ପର ସମୀକ୍ଷା 

ମାଲକାନଗିରି  : ମାନ୍ୟବର କେନ୍ଦ୍ର ରେଳବାଇ ଏବଂ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟାI ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହିତ  ପ୍ରସ୍ତାବିତ ମାଲକାନଗିରି – ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପ ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।

173.416 KM ଲମ୍ବା ମାଲକାନଗିରି – ଭଦ୍ରାଚଲାମ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପକୁ 9 ସେପ୍ଟେମ୍ବର, 2021 ରେ ରେଳବାଇ ବୋର୍ଡ ଦ୍ୱାରା ସ୍ୱୀକୃତି ଦିଆଯାଇଅଛି ଯାହାର ଆନୁମାନିକ ମୂଲ୍ୟ 2800 କୋଟି ଟଙ୍କା। ଏହି ପ୍ରକଳ୍ପରେ 48 ଟି ଗୁରୁତ୍ୱପୂର୍ଣ୍ଣ ଏବଂ 165 ଟି ଛୋଟ ବ୍ରିଜ୍ ସହିତ 213 ଟି ସେତୁ ରହିବ |

ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ ଓଡ଼ିଶାର ୬ଟି ଷ୍ଟେସନ୍ ମାଲକାନଗିରି, ବାଦଲି, କୋୱାସିଗୁଡା, ରାଜଙ୍ଗୁଡା, ମହାରାଜାପଲ୍ଲୀ ଓ ଲୁଣୀମାନଗୁଡା ଥିବାବେଳେ ତେଲେଙ୍ଗାନାର କନ୍ନପୁରମ୍, କୁଟୁଗୁଟା, ପାଲୁ, ନନ୍ଦିଗାମ, ଭଦ୍ରାଚଲମ୍ ଏବଂ ପାଣ୍ଡୁରଙ୍ଗାପୁରମ୍ ଠାରେ ଷ୍ଟେସନ୍ ନିର୍ମାଣ କରାଯିବ |

ସର୍ଭେ (FLS) ପାଇଁ ଆନୁମାନିକ ମୂଲ୍ୟ  307.64 ଲକ୍ଷ ଟଙ୍କା ଜାନୁୟାରୀ 2022 ରେ ମଞ୍ଜୁର ହୋଇଛି। 231 ଲକ୍ଷ ଟଙ୍କା ସର୍ଭେ ପାଇଁ ୨୭ ଫେବୃୟାରୀ ରେ ଟେଣ୍ଡର ଆୱାର୍ଡ କରାଯାଇଅଛି | ଏହି ପ୍ରକଳ୍ପର ବିଭିନ୍ନ ଦିଗକୁ ଅଧ୍ୟୟନ ପରେ ଆଲାଇନମେଣ୍ଟ ଚୂଡାନ୍ତ କରାଯାଇଅଛି | ଜୁନ୍ 2022 ସୁଦ୍ଧା ସର୍ଭେ କାର୍ଯ୍ୟ ସମାପ୍ତ ହେବ |