Home General ମହିଳା ଗୋଷ୍ଠିଙ୍କୁ ୧୦୦ କୋଟି ପ୍ରୋତ୍ସାହନ

ମହିଳା ଗୋଷ୍ଠିଙ୍କୁ ୧୦୦ କୋଟି ପ୍ରୋତ୍ସାହନ

ଭୁବନେଶ୍ୱର : ରାଜ୍ୟ ନଗରଉନ୍ନୟନ ବିଭାଗରେ ୨୬୬୯୧ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଯୋଡି ହୋଇଥିବାବେଳେ ଏମାନଙ୍କ ମାଧ୍ୟମରେ ୧୧୫ଟି ପୌରାଚଂଳରେ ବିକାଶ କାର୍ଯ୍ୟକ୍ରମ ଚଳାଯାଉଛି । ସେହିସ ସବୁ ବିକାଶ ମୂଳକ କାର୍ଯ୍ୟର ତଦାରଖ ବାବଦକୁ ସେମାନଙ୍କୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ରାଜ୍ୟ ସରକାର ସହରାଚଂଳ ପରିଚାଳନାରେ ବିକେନ୍ଦ୍ରୀକରଣ ଓ ଗୋଷ୍ଠୀ ସହଭାଗିତା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି ଦୁଇ ମଡେଲ ସରକାରଙ୍କର ଦୁଇ ଆଖି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନଗରଉନ୍ନୟନ ବିଭାଗରେ ଜାରି ଥିବା ବିଭିନ୍ନ ଫ୍ଲାଗ୍ ସିପ୍ କାର୍ଯ୍ୟକ୍ରମ ଯଥା ମୁକ୍ତା, ଆହାର , ଜଳସାଥି, ମଳ ପରିଚାଳନା ଆଦି କାର୍ଯ୍ୟରେ ମହିଳା ଗୋଷ୍ଠିଙ୍କୁ ନିୟୋଜିତ କରାଯାଉଛି । ଏସ୍‌ଏଚ୍‌ଜି ସଦସ୍ୟମାନେ ସହରାଚଂଳ ମଳ ପରିଚାଳନା ଦାୟିତ୍ୱ ନିର୍ବାହ କରି ପରିମଳ ବ୍ୟବସ୍ଥାରେ ବଡ ଭାଗୀଦାରୀ ସାଜିଛନ୍ତି ।

ସହରାଚଂଳରେ ଆଶ୍ରୟସ୍ଥଳି ପରିଚାଳନା , ଜଳାଶୟ ପୁନରୁଦ୍ଧାର , ଜାଗା ମିଶନ ,କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଦି କାର୍ଯ୍ୟ ଜାରି ରଖିଛନ୍ତି । ଗୋଷ୍ଠି ସହଭାଗିଦାତାକୁ ସହରାଚଂଳ ଶାସନ ବ୍ୟବସ୍ଥାର ମେରୁଦଣ୍ଡ ଭାବେ ଗ୍ରହଣ କରାଯାଇଛି । ଏଥି ପାଇଁ ସରକାର ୧୧୫ ଟି ପୌରାଚଂଳରେ ମହିଳା ମାନଙ୍କ ସଂପୃକ୍ତି ବୃଦ୍ଧି କରିବା ସହିତ ୧୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ।

ରାଜ୍ୟର ୧୬ ପ୍ରତିଶତ ଲୋକ ସହରାଚଂଳରେ ବାସ କରୁଛନ୍ତି । ଏହି ଲୋକମାନଙ୍କୁ ସର୍ବୋତ୍ତମ ସେବା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏ ନେଇ ରୁପାନ୍ତିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସହରାଚଂଳ ଗୁଡିକର ପରିବର୍ତନ କରାଯାଉଛି । ରାଜ୍ୟ ସରକାର ଗୋଷ୍ଠୀ ସହଭାଗତାରେ ସହରାଚଂଳ ବିକାଶକୁ ତ୍ୱରାନ୍ନିତ କରିଥିବା ବେଳେ ଓଡିଶା ଦ୍ୱାରା ଆରମ୍ଭ ହୋଇଥିବା ଏହି ଗୋଷ୍ଠି ସହଭାଗିତା ଆଦୃତ ହୋଇ ପାରିଛି ।