Home Finance ମହିଳା ଏସ୍‌ଏଚ୍‌ଜିଙ୍କୁ ବ୍ୟାଙ୍କିଂ କରେସପେଣ୍ଡେଣ୍ଟ କର

ମହିଳା ଏସ୍‌ଏଚ୍‌ଜିଙ୍କୁ ବ୍ୟାଙ୍କିଂ କରେସପେଣ୍ଡେଣ୍ଟ କର

ଭୁବନେଶ୍ୱର : ମହିଳା ସ୍ୱୟଂ ସହାୟିକା ଗୋଷ୍ଠିମାନଙ୍କୁ ବ୍ୟାଙ୍କ୍‌ିଂ କରେସପେଣ୍ଡେଣ୍ଟ (ବିସି) ଭାବେ ନିଯୁକ୍ତ କରିବାପାଇଁ ଓଡିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଏହି ମର୍ମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏକ ସ୍ମାରକପତ୍ର ଦେଇଛନ୍ତି ।

ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶାରେ ବିସିଙ୍କ କାର୍ଯ୍ୟ ସେତେଟା ଉସôାହଜନକ ନଥିବାବେଳେ ସେମାନେ ଦୁର୍ଗମ ଇଲାକାକୁ ନଯାଇ ନିଜସ୍ୱ ବ୍ୟାଙ୍କ୍‌ଶାଖାରେ କାର୍ଯ୍ୟ କରୁଛନ୍ତି । ୩୮୦୦ ଗ୍ରାମପଞ୍ଚାୟତରେ କେବଳ ବ୍ୟାଙ୍କ୍‌ ଶାଖା ଥିବାବେଳେ ୧୦୭୩ ପଞ୍ଚାୟତରେ ଆଦୌ ବ୍ୟାଙ୍କ୍‌ଶାଖା କିମ୍ବା ବିସି ନାହି । ଅନ୍ୟ ପକ୍ଷରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ଆବଶ୍ୟକ ଅର୍ଥ ପ୍ରଦାନ ସହିତ ବିସି ଭାବେ କାର୍ଯ୍ୟ ତୁଲାଇବାକୁ  ଅର୍ଥ ମନ୍ତ୍ରାଳୟ ବ୍ୟାଙ୍କ୍‌ମାନଙ୍କୁ ନିଦେ୍ର୍ଦଶ ଦେବା ଜରୁରୀ । 

କେନ୍ଦ୍ର ସରକାର ଆର୍ଥିକ ଅର୍ନ୍ତଭୁକ୍ତିକରଣ ଉପରେ ଜୋର ଦେଉଥିବାବେଳେ ରାଜ୍ୟର ୭୦ ପ୍ରତିଶତ ପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ୍‌ଶାଖା ନଥିବାରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରିତାରେ ସମସ୍ୟା ଉପୁଜୁଛି । ରାଜ୍ୟ ସରକାର ତାଙ୍କ ସ୍ମାରକପତ୍ରରେ ସ୍ପଷ୍ଟଭାବେ ଦର୍ଶାଇଛନ୍ତି ଯେ ଆର୍ଥିକ ଅର୍ନ୍ତଭୁକ୍ତିକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ମଝବୁତ ସମନ୍ୱୟ ଜରୁରୀ । ତେବେ ରାଜ୍ୟରେ ବ୍ୟାଙ୍କ୍‌ ଶାଖା ଅଭାବରୁ ଏହା ହୋଇପାରୁ ନାହିଁ ।

ଓଡିଶାରେ ୧୨ଟି ରାଷ୍ଟ୍ରାୟତ, ୧୮ଟି ଘରୋଇ, ଦୁଇଟି ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କ୍‌, ଗୋଟିଏ ରାଜ୍ୟ ସମବାୟ ବ୍ୟାଙ୍କ୍‌ ଏବଂ ୫ଟି ଛୋଟ ବ୍ୟାଙ୍କ୍‌ ୫୪୫୦ଟି ଶାଖାକୁ ନେଇ କାର୍ଯ୍ୟ କରୁଛନ୍ତି । ଏଥି ମଧ୍ୟରୁ ୨୮୫୬ଟି ବ୍ୟାଙ୍କ୍‌ ଶାଖା ଗ୍ରାମାଞ୍ଚଳରେ ଥିବାବେଳେ ୧୪୮୪ଟି ଅର୍ଦ୍ଧ ସହରାଞ୍ଚଳ ଓ ୧୧୧୦ ଟି ସହରାଞ୍ଚଳରେ ରହିଛି । ରାଜ୍ୟରେ ମୋଟ୍‌ ୬୭୬୮ଟି ଏଟିଏମ୍‌ ଥିବାବେଳେ ଏଥିରୁ ୨୩୪୬ଟି ଗ୍ରାମାଞ୍ଚଳରେ ଥିବାବେଳେ ରାଜ୍ୟର ୭୦ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ୍‌ଶାଖା ନାହିଁ । ମୋଟ୍‌ ୬୭୯୮ଟି ପଞ୍ଚାୟତ ମଧ୍ୟରୁ ୪୮୭୩ଟିରେ ବ୍ୟାଙ୍କ୍‌ର ନିଜସ୍ୱ ଶାଖା ଘର ନଥିବାବେଳେ ୧୯୨୫ଟିରେ ଏହା ରହିଛି ।

ଆଦୌ ବ୍ୟାଙ୍କ୍‌ଶାଖା ନଥିବା ୬୫ଟି ପଞ୍ଚାୟତ ଚିହ୍ନଟ ହୋଇଥିବାବେଳେ ରାଜ୍ୟ ସ୍ତରୀୟ ବ୍ୟାଙ୍କ୍‌ର୍ସ କମିଟି ବୈଠକରେ ଏଠାରେ ଶାଖା ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଗତ ୬ମାସ ମଧ୍ୟରେ ମାତ୍ର ଗୋଟିଏ ଶାଖା ଖୋଲିଛି । ଗ୍ରାମାଞ୍ଚଳରେ ବ୍ୟାଙ୍କ୍‌ ବ୍ୟବସ୍ଥା ସମ୍ପ୍ରସାରିତ ନହେଲେ ଡିଜିଟାଲ କାରବାର ବାସ୍ତବ ରୂପ ନେଇପାରିବ ନାହିଁ । 

ବାଣିଜି୍ୟକ ବ୍ୟାଙ୍କ୍‌ଗୁଡିକ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଏପରିକି ସ୍ୱୟଂ ସହାୟକ ଗୋଷ୍ଠିଗୁଡିକୁ ପର୍ଯ୍ୟାପ୍ତ ଋଣ ଯୋଗାଉ ନାହାନ୍ତି । ସାମାଜିକ ଓ ଆର୍ଥିକ ବିକାଶ ଲାଗି ଏହିସବୁ କ୍ଷେତ୍ରକୁ ଅଧିକ ଋଣ ଯୋଗାଣ ପାଇଁ ବାଣିଜି୍ୟକ ବ୍ୟାଙ୍କ୍‌ଗୁଡିକୁ କୁହାଯାଇଛି । ବ୍ୟାଙ୍କ୍‌ଶାଖା ନଥିବା ପଞ୍ଚାୟତଗୁଡିକରେ ବ୍ୟାଙ୍କ୍‌ଶାଖା ଖୋଲିବାପାଇଁ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଘରକୁ ୫ବର୍ଷ ପାଇଁ ମାଗଣାରେ ଦେବାକୁ ରାଜ୍ୟ ସରକାର ମାର୍ଗନିଦେ୍ର୍ଦଶିକା ଜାରି କରିଛନ୍ତି । ୨୦୨୪ ସୁଦ୍ଧା ବ୍ୟାଙ୍କ୍‌ଶାଖା ନଥିବା ପଞ୍ଚାୟତରେ ଶାଖା ଖୋଲିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସମସ୍ତ ବ୍ୟାଙ୍କ୍‌କୁ ନିଦେ୍ର୍ଦଶନାମା ଜାରି କରିଛନ୍ତି । (ତଥ୍ୟ)