Home News in Odia ମଙ୍ଗଳବାର ଲଘୁଚାପ

ମଙ୍ଗଳବାର ଲଘୁଚାପ

ଭୁବନେଶ୍ୱର : ଉତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଅଂଚଳରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଏକ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଉପକୂଳ, ଉତର ଏବଂ ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଂଚଳରେ ସେପ୍ଟେମ୍ବର ୧୯ ଏବଂ ୨୦ ତାରିଖରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ବୁଲେଟିନ୍ କହିଛି ।

ଏହି ସମୟରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

ସେପ୍ଟେମ୍ବର ୨୦ ତାରିଖ ରାତିରୁ ଏହାର ପ୍ରଭାବ ପଡୋଶୀ ରାଜ୍ୟ ଛତିଶଗଡ଼ ମୁହାଁ ହୋଇପାରେ ବୋଲି ବୁଲେଟିନ୍‌ରେ କୁହାଯାଇଛି ।