Home Mining ବେଦାନ୍ତର କୋଇଲା ଖଣିରେ ଖନନ ଆରମ୍ଭ

ବେଦାନ୍ତର କୋଇଲା ଖଣିରେ ଖନନ ଆରମ୍ଭ

ସୁନ୍ଦରଗଡ  : ଆଜି ବେଦାନ୍ତ କମ୍ପାନୀ ର ଜାମକାନୀ କୋଇଲା ଖଣିର ଆନ୍ଦୋଳନ ସ୍ଥଳରେ ବିସ୍ଥାପିତ ମାନଙ୍କ ଦାବି ନେଇ କମ୍ପାନୀ କର୍ତୁପକ୍ଷ, ଜିଲ୍ଲା ପ୍ରଶାସନ ଏବଂ ବିସ୍ଥାପିତ ଗ୍ରାମବାସୀଙ୍କ ମଧ୍ୟରେ ଏକ ଆଲୋଚନା ସଭା ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି। 

ବିଭିନ୍ନ ଦାବି  ଉପରେ ଆଲୋଚନା କରାଯାଇ ଆଜି ଏକ ସୁସ୍ଥ ବାତାବରଣ ରେ ସମସ୍ତଙ୍କ ସହମତିରେ ଚୁକ୍ତିନାମା କରାଯାଇ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଖଣି କାର୍ଯ ଆରମ୍ଭ କରାଯାଇଛି।

ଆଜିର ଏହି ସଭାରେ ଶ୍ରୀମତୀ କୁସୁମ ଟେଟେ, ମାନ୍ୟବର ବିଧାୟିକା, ସୁନ୍ଦରଗଡ଼ ସଦର, ଶ୍ରୀ ଅଭିମନ୍ୟୁ ବେହେରା, ଏଡିଏମ, ସୁନ୍ଦରଗଡ଼, ଶ୍ରୀ ଦାଶରଥି ସରାବୋ, ଉପ ଜିଲ୍ଲାପାଳ, ସୁନ୍ଦରଗଡ଼, ଶ୍ରୀ ଭି ଶ୍ରୀକାନ୍ତ, ମୁଖ୍ୟ କାରୀୟାନିର୍ବାହୀ ଅଧିକାରୀ, ବେଦାନ୍ତ ଖଣି ବିଭାଗ, ଶ୍ରୀ ନୱାଲ ଶର୍ମା ମୁଖ୍ୟ ଜମି ଏବଂ ଆଇନ ବିଭାଗ, ବେଦାନ୍ତ, ଶ୍ରୀ ପ୍ରଣୟ ଶତପଥୀ, ମୁଖ୍ୟ ବାହ୍ୟ ସମ୍ପର୍କ ବିଭାଗ, ବେଦାନ୍ତ, ଶ୍ରୀ ବଟକିଶୋରେ ମିଶ୍ର, ସୁନ୍ଦରଗଡ ସାଂସଦ ପ୍ରତିନିଧି ଏବଂ ମେଣ୍ଡରା, ଜାମକାନି  , ଗିରିଶିମା  ଏବଂ ଝରପଲଂ ଗ୍ରାମର ୧୫ ଶହରୁ ଉର୍ଦ୍ଧ ଗ୍ରାମବାସୀ ସଭାରେ ଯୋଗ ଦେଇଥିଲେ।

ପ୍ରମୁଖ  ଚୁକ୍ତିଗୁଡିକ  ମଧ୍ୟରୁ ପ୍ରତି ପରିବାର ସର୍ଭେ କରି ବର୍ତମାନ ୧୮ ବର୍ଷରୁ ଉର୍ଦ୍ଧ ପୁଅ ଏବଂ ଝିଅଙ୍କୁ ତାଲିମର ବ୍ୟବସ୍ଥା କରି ନିଯୁକ୍ତି ଦେବା, ସ୍ଥାନୀୟ ବେକାରୀମାନଙ୍କୁ ନିଯୁକ୍ତି ଦେବା ନିଷ୍ପତି ସହିତ ବିସ୍ଥାପିତ ପରିବାରରୁ ଉଚଶିକ୍ଷିତ ଏବଂ ତାଲିମପ୍ରାପ୍ତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା,  ବିସ୍ଥାପିତ ହେବାକୁ ଥିବା ପ୍ରତେକ ପରିବାରର ଗୃହକୁ ସର୍ଭେ କରି ନୃତନ ଭାବରେ ନିର୍ମିତ ହୋଇଥିବା ଘରର କ୍ଷତିପୂରଣ ଦିଆଯିବ ଭଳି ବିଭିନ୍ନ ବିଷୟରେ ଆଲୋଚନା ସଫଳତା ସାହ କରାଯାଇଥିଲା ।