Home Assembly ବିଧାନସଭାର ସିଧା ପ୍ରସାରଣ କର

ବିଧାନସଭାର ସିଧା ପ୍ରସାରଣ କର

ଭୁବନେଶ୍ୱର : ଓଡିଶା ବିଧାନସଭାର କାର୍ଯର ସିଧା ପ୍ରସାରଣ କର । ଏହା ହେଲେ ଗୃହରେ କିଏ କିଭଳି ବ୍ୟବହାର କରୁଛନ୍ତି ତାହା ଲୋକେ ଦେଖିପାରିବେ । ଏ ଦିଗରେ ବାଚସ୍ପତି ପଦକ୍ଷେପ ଗ୍ରହଣ କରନ୍ତୁ ।

ଆଜି ଶୂନ୍ୟକାଳରେ ଏଭଳି ମତ ରଖିଥିଲେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର । ଶ୍ରୀ ମିଶ୍ର କହିଥିଲେ ଯେ ମୁଁ ସବୁବେଳେ ବିଧି ବ୍ୟବସ୍ଥା ରହି କାର୍ଯ୍ୟ କରିଥାଏ । ଯଦି ମୋର କେଉଁଠି ଭୁଲ୍‍ ରହିଛି ତାହା ଲୋକେ ବିଚାର କରିବେ ।

ବେଳେବେଳେ ଭୁଲ୍‍ ବୁଝାମଣା ଯୋଗୁଁ ଗୃହରେ ରଖାଯାଉଥିବା ମତ ଗଣମାଧ୍ୟମରେ ଭୁଲ୍‍ ଭାବେ ବାହାରିଥାଏ । ଅନେକ ସୂଚନା ସତ୍ୟ ଭାବେ ପ୍ରକାଶିତ ହୋଇଥାଏ । ତେବେ ସିଧା ପ୍ରସାରଣ ହେଲେ ଲୋକେ ସବୁକିଛି ଦେଖିପାରିବେ ।

ବର୍ତ୍ତମାନ ଗୃହ କାର୍ଯ୍ୟକ୍ରମର ଏକ ଘଣ୍ଟା ସିଧା ପ୍ରସାରଣ ପାଇଁ ବାଚସ୍ପତି ଅନୁମତି ପ୍ରଦାନ କରିଛନ୍ତି । ସିଧା ପ୍ରସାରଣ ପାଇଁ ଆମର ସବୁ ବ୍ୟବସ୍ଥା ରହିଛି । ଆଉ କିଛି ବ୍ୟବସ୍ଥା କରିଥିଲେ ସମ୍ପୂର୍ଣ୍ଣ ଗୃହ କାର୍ଯ୍ୟର ସିଧା ପ୍ରସାରଣ ହୋଇପାରିବ ।

ଗୃହ କାର୍ଯ୍ୟର ସିଧା ପ୍ରସାରଣ ଫଲରେ ଲୋକେ ଜାଣିବେ ସରକାର ତାଙ୍କ ପାଇଁ କ’ଣ କରୁଛନ୍ତି । ତେଣୁ ଏହା ଉପରେ ତୁରନ୍ତ ବିଚାର କରି ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଅନୁରୋଧ କରିଥିଲେ ।