Home Energy ବିଦ୍ୟୁତ୍‍ ଦର ୟୁନିଟ୍‍ ପିଛା ୫ଟଙ୍କା ୫୦ ପଇସା

ବିଦ୍ୟୁତ୍‍ ଦର ୟୁନିଟ୍‍ ପିଛା ୫ଟଙ୍କା ୫୦ ପଇସା

ଭୁବନେଶ୍ୱର : ଓଡିଶାରେ ହାରାହାରି ବିଦ୍ୟୁତ୍‍ ଦର ୟୁନିଟ୍‍ ପିଛା ୫ଟଙ୍କା ୫୦ ପଇସା ରହିଛି ଯାହାକି ଦେଶର ଅଧିକାଂଶ ରାଜ୍ୟ ଠାରୁ କମ୍‍ । କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ବିଦ୍ୟୁତ୍‍କରଣ ନିଗମ (ଆରଇସି) ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଏହା ଦର୍ଶାଯାଇଛି ।

ରାଜ୍ୟରେ ବିଜୁଳି ଦର ବୃଦ୍ଧି ନେଇ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ବିଜୁଳି ଉତ୍ପାଦନ କ୍ଷେତ୍ରରେ ଓଡିଶା ଏକ ବଳକା ରାଜ୍ୟ ।

ତେଣୁ ଅନ୍ୟ ରାଜ୍ୟକୁ ବିଜୁଳି କିଣିବାକୁ ଓଡିଶାକୁ ପଡୁନାହିଁ । ତେବେ ସାମୟିକ ଭାବେ ନିଅଣ୍ଟକୁ ଭରଣା କରିବାପାଇଁ ବିଜୁଳି ପ୍ରତିବଦଳରୁ ବିଦ୍ୟୁତ୍‍ ଖରିଦ କରାଯାଇଥାଏ । ତେବେ ବିଦ୍ୟୁତ୍‍ ଭିତ୍ତିଭୂମିର ସୁଦୃଢୀକରଣ ନିମନ୍ତେ ଗତ ୧୦ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ୧୨,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି ଯାହା ବିଦ୍ୟୁତ୍‍ ଦରକୁ ଅପେକ୍ଷାକୃତ କମ୍‍ ରଖିବାରେ ସହାୟକ ହୋଇଛି । (ତଥ୍ୟ)