Home Agriculture ମହୁ ଚାଷ ପାଇଁ ୩.୨୯ କୋଟି

ମହୁ ଚାଷ ପାଇଁ ୩.୨୯ କୋଟି

ଭୁବନେଶ୍ୱର : ରାଜ୍ୟରେ ମହୁ ଚାଷର ପ୍ରସାର ପାଇଁ ରାଜ୍ୟ ସରକାର ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡକୁ ୨୦୧୪-୧୫ ରୁ ୨୦୧୬-୧୭ ପର୍ଯ୍ୟନ୍ତ ୩.୨୯ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।

ବିଜେଡି ବିଧାୟକ ପ୍ରଫୁଲ ସାମଲକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ମନ୍ତ୍ରୀ କହିଛନ୍ତି ଯେ ଖଦି ବୋର୍ଡ ବିଭିନ୍ନ ଜିଲ୍ଲାରେ ମୋଟ୍‍ ୨୦୧୭ ଜଣ ମହୁଚାଷୀଙ୍କୁ ୭ଦିନ ପାଇଁ ମହୁଚାଷ ସମ୍ପର୍କରେ ତାଲିମ ଦେବା ସହିତ ମୋଟ୍‍ ୭୨୧୫ଟି ମହୁ ବାକ୍ସ ଓ ୧୪୪୩ଟି ବହୁ ନିଷ୍କାସନ ଯନ୍ତ୍ର ପ୍ରଦାନ କରିଛନ୍ତି । ୨୦୨୧-୨୨ ବର୍ଷରେ ଖଦି ବୋର୍ଡରେ ୪୫୪୨ କିଲୋ ମହୁ ଉତ୍ପାଦିତ ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)