ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ପ୍ରସ୍ତାବିତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଛନ୍ତି ।
ଏହି ବଜେଟ ବିଗତ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୫% ଅଧିକ ଅଟେ । ଶିକ୍ଷାନୁଷ୍ଠାନଗୁଡ଼ିକର ସର୍ବାଙ୍ଗୀନ ବିକାଶ, ଛାତ୍ରଛାତ୍ରୀମାନଙ୍କ ବୈଦ୍ଧିକ, ମାନସିକ ଏବଂ ଶାରୀରିକ ବିକାଶ ସହ ଶିକ୍ଷାଦାନ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ମୋଟ ୨୨,୫୨,୭୮୦.୨୩ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ସେଥି ମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ପାଇଁ ୧୨,୮୬,୨୮୪.୨୩ ଲକ୍ଷ ଏବଂ କାର୍ଯ୍ୟକ୍ରମ ଖର୍ଚ୍ଚ ୯,୬୬,୪୯୬.୦୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି ।
ଚଳିତ ଆର୍ଥିକ ବର୍ଷରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୫୦ ହଜାରରୁ ଉଦ୍ଧ୍ୱର୍ର୍ ନୂତନ ନିଯୁକ୍ତି ପ୍ରଦାନ କରାଯିବ । ଏହାସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଉ ୨୩୬ଟି ଛାତ୍ରନିବାସ ନୂତନ ଭାବରେ ନିର୍ମାଣ କରାଯିବ । ୨୦୨୨-୨୩ ଆର୍ଥିକ ବର୍ଷରେ ସ୍କୁଲ ୟୁନିଫର୍ମ ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀ ପାଇଁ ପୂର୍ବରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୬୦୦ଟଙ୍କା ପ୍ରଦାନ କରାଯାଉଥିବାବେଳେ ଏବେ ତାହାକୁ ବୃଦ୍ଧି କରାଯାଇ ୧୦୦୦ଟଙ୍କା କରିବାକୁ ପ୍ରସ୍ତାବ ରହିଛି । ଏହି ଯୋଜନା ନିମନ୍ତେ ୨୩୪୪୬ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ସରକାରୀ ଓ ପୂର୍ଣ୍ଣ ସହାୟତାପ୍ରାପ୍ତ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ନିମନ୍ତେ କ୍ତଞ୍ଚଟ୍ଟeଚ୍ଛଞ୍ଚଞ୍ଚk ର ବ୍ୟବସ୍ଥା କରାଯାଇଛି ।
ଶିକ୍ଷା ଅନୁଷ୍ଠାନଗୁଡିକର ଭିତ୍ତିଭୂମିରେ ସର୍ବାଙ୍ଗୀନ ଉନ୍ନତି ପାଇଁ ୨୦୨୩-୨୪ ବଜେଟରେ ୨୭୭୮.୨୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ସ୍ମାର୍ଟ ଶ୍ରେଣୀଗୃହ, ଅତ୍ୟାଧୁନିକ ଇ-ଲାଇବ୍ରେରୀ, ସାଇନ୍ସ ଲାବୋରୋଟରୀ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ, ସ୍ୱଚ୍ଛ ପାନୀୟଜଳ ବ୍ୟବସ୍ଥା ଏବଂ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯାଉଛି । ପ୍ରଥମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିମନ୍ତେ ୧୭୦୦ ଲକ୍ଷ, ସୈନିକ ସ୍କୁଲ ନିର୍ମାଣ ନିମନ୍ତେ ୮୫୦ଲକ୍ଷ, ମାଧ୍ୟମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିମନ୍ତେ ୨୬୫୦ ଲକ୍ଷ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିମନ୍ତେ ୬୮୦୦ ଲକ୍ଷ ବ୍ୟୟବରାଦ କରାଯାଇଛି ।
ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ପାଇଁ ୧୦୦ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିବାବେଳେ ୫-‘ଟି’ ବିଦ୍ୟାଳୟ ରୂପାନ୍ତରୀକରଣ, ମୋ ସ୍କୁଲ ଅଭିଯାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରି ଅଭିନବ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି ।
ମୋ ସ୍କୁଲ ଅଭିଯାନ ଅଧୀନରେ ୮୦୫୧୪.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲା, ବ୍ଲକ୍, ବିଦ୍ୟାଳୟ, ପ୍ରଧାନଶିକ୍ଷକ, ଶିକ୍ଷକ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ଗMଈ/ଗMଉଈଟ, ଈRଈଈଟ, ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ପୁରାତନ ଛାତ୍ର କମିଟି ଓ ଉଔଊT ନିମନ୍ତେ ୧୩୮.୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧିନରେ ୫୧୫୩୫ଟି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୭୦ ଶିକ୍ଷକ ପଦବୀ ନିଯୁକ୍ତି ନିମନ୍ତେ ୧୦୪୫.୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ସରକାରୀ ଅନୁଦାନ ପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ୍, ସଂସ୍କୃତ ଟୋଲ୍ ଓ ମାଦ୍ରାସାର ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ଯୋଗାଇଦେବା ପାଇଁ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ ୧୫, ୫୦୦.୦୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୧୯୧୮.୧୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହାସହ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମିତ୍ତ ୬୦୬୨ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀମାନଙ୍କ ନିମନ୍ତେ ୭୧୫.୬୨ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯିବା ସହ ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂତନ ଭାବରେ ନିର୍ମାଣ କରାଯିବ । ୫-‘ଟି’ ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ୩୪୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୫-‘ଟି’ ଉଚ୍ଚ ବିଦ୍ୟାଳୟଗୁଡିକର ରକ୍ଷଣାବେକ୍ଷଣ ତଥା ସୁରକ୍ଷା ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟମରେ ମାନବ ସମ୍ବଳ ନିୟୋଜିତ ପାଇଁ ୧୩୦ କୋଟି ପ୍ରଦାନ କରାଯାଇଛି ।
ସିବିଏସ୍ଇ ପାଠ୍ୟକ୍ରମ ଅନୁଯାୟୀ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧୀନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୦୦୦.୧୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ୩୧୩ ବ୍ଲକରେ ୩୧୫ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ବର୍ତ୍ତମାନ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକର କୋଟିଆଠାରେ ଏକ ଅତିରିକ୍ତ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି । ଭୁବନେଶ୍ୱରର ଅନ୍ଧାରୁଆଠାରେ ଏକ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ ହୋଇଛି । ୨୦୨୨-୨୩ ଶିକ୍ଷାବର୍ଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧୀନରେ ୧,୦.୨୫୩ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିବାବେଳେ ସେଥିମଧ୍ୟରେ ୫୮,୩୪୩ ଛାତ୍ରୀ ଓ ୪୧,୯୧୦ ଛାତ୍ର ରହିଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍ ନୂତନ ପଦକ୍ଷେପଗୁଡ଼ିକ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ସହଯୋଗରେ ୧୭ ବର୍ଷରୁ ଅଧିକ ବିଦ୍ୟାଳୟ ବାହାରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କାଉନସିଲିଂ ଅଧିବେଶନ ମଧ୍ୟ ଆରମ୍ଭ କରାଯିବ । ହାଇସ୍କୁଲ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୦,୦୦୦ ରୁ ଅଧିକ ଶିକ୍ଷକ ନିଯୁକ୍ତି ମାଧ୍ୟମରେ ଖାଲିଥିବା ପଦବୀ ପୂରଣ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି । ଏହିସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତ୍ୱରିତ ପଦକ୍ଷେପ ନେବା ପାଇଁ ସ୍ଥିର କରିଛି ବୋଲି ଶ୍ରୀମତୀ ଅଶ୍ୱଥୀ ଏସ୍ ସୂଚନା ଦେଇଥିଲେ ।