Home Election ବିଜେଡିର ଶେଷ ପ୍ରାର୍ଥୀ ତାଲିକା

ବିଜେଡିର ଶେଷ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ତାହାର ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଦେବଗଡ ଆସନରେ ବିଧାନସଭା ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି ।

ଘୋଷିତ ତାଲିକା ଅନୁଯାୟୀ ଖଣ୍ଡପଡା ଆସନ ପାଇଁ ସାବିତ୍ରୀ ପ୍ରଧାନ ପ୍ରାର୍ଥୀ ହୋଇଥିବାବେଳେ କୋରେଇରୁ ସଂଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ନୀଳଗିରି ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ସୁକାନ୍ତ ନାୟକ । ଶ୍ରୀ ନାୟକ ବିଜେପି ଛାଡି ଅଳ୍ପଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ ।

ସେହିଭଳି କୋରେଇ ଆସନରୁ ପ୍ରାର୍ଥୀ ହୋଇଥିବା ସଂଧ୍ୟାରାଣୀ ହେଉଛନ୍ତି ରାଜ୍ୟ ବିଜେଡି ସାଂଗଠନିକ ପ୍ରଣବ ପ୍ରକାଶ ଦାସଙ୍କ ମା’ । ଶ୍ରୀ ଦାସ ବର୍ତ୍ତମାନ ବିଧାୟକ ଥାଇ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଶ୍ରୀ ଦାସ ଏବେ ଯାଜପୁରର ବିଧାୟକ ଅଛନ୍ତି ।

ଦେବଗଡ ବିଧାନସଭା ପାଇଁ ବିଜେଡି ପୂର୍ବରୁ ରାଣୀ ଅରୁନ୍ଧତୀ ଦେବୀଙ୍କ ପ୍ରାର୍ଥୀ କରିଥିବାବେଳେ ଆଜି ତାଙ୍କୁ ପରବର୍ତ୍ତନ କରିଛି । ସେଠାରୁ ବିଜେଡି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି । ଅରୁନ୍ଧତୀ ଦେବୀ ହେଉଛନ୍ତି ସମ୍ବଲପୁରର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ । ଅଳ୍ପଦିନ ତଳେ ଅରୁନ୍ଧତୀ ନିଜ ପୁଅ ସହିତ ନବୀନ ନିବାସ ଆସି ବିଜେଡିରେ ଯୋଗ ଦେବାପରେ ତାଙ୍କୁ ବିଜେଡି ଟିକଟ ମିଳିଥିଲା ।