Home Cyclone ବାତ୍ୟା ସୂଚନା ଦେଉଛି ରେଡିଓ ସମ୍ପର୍କ

ବାତ୍ୟା ସୂଚନା ଦେଉଛି ରେଡିଓ ସମ୍ପର୍କ

କଟକ : ସମ୍ଭାବ୍ୟ ବାତ୍ୟା “ଦାନା” କୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକରେ ଥିବା ଗୋଷ୍ଠି ବେତାର କେନ୍ଦ୍ର ରେଡିଓ ସମ୍ପର୍କ ୮୯.୬, ମୁରୁଦାବାଦ ପକ୍ଷରୁ ଲଗାତର ଭାବେ ବାତ୍ୟା ସମ୍ବଧୀୟ ସୂଚନା ଓ ସଚେତନତା ମୂଳକ ବାର୍ତ୍ତା ପ୍ରସାର କରୁଛି ।

ଏଥିପାଇଁ ଭାରତୀୟ ପାଣିପାଗ ବିଭାଗରୁ ନିୟମିତ ବ୍ଯବଧାନରେ ଖବର ସଂଗ୍ରହ କରାଯାଇ ରେଡିଓରେ ପ୍ରସାରିତ କରାଯାଉଛି । ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡଃ ମନୋରମା ମହାନ୍ତିଙ୍କର ସାକ୍ଷତକାରକୁ ମଧ୍ୟ ଏଥିରେ ପ୍ରସାରିତ କରାଯାଉଛୁ ।

ଲୋକମାନକୁ ଭୟଭୀତ ନହୋଇ ଖାଦ୍ଯ, ପାଣି, ଔଷଧ, ଫ୍ଲାସ ଲାଇଟ ଆଦି ପ୍ରସ୍ତୁତକରୀ ରଖିବା, ବାହାରକୁ ନବାହାରିବା, ମୋବାଇଲ ଓ ଏଲେକ୍ଟ୍ରୋନିକ ଜିନିଷକୁ ଚାର୍ଜ କରି ରଖିବା,  ଘର ସୁରକ୍ଷିତ ନଥିଲେ ବାତ୍ୟା ଆଶ୍ରୟସ୍ଥଳୀ ବା ସୁରକ୍ଷିତ ସ୍ଥାନକୁ ଯିବା  ଓ ଶିଶୁ, ବୃଦ୍ଧ, ରୋଗୀ ମାନଙ୍କ ସୁରକ୍ଷିତକୁ ସୁନିଶ୍ଚିତ କରାଇବା, ବିଭିନ୍ନ ଜରୁରୀ କାଳୀନ ନମ୍ବର ଇତ୍ୟାଦି ବିଷୟରେ ସୂଚନା ପ୍ରଦାନ କରାଯାଉଛି ।

ଏଥିସହିତ ବାତ୍ୟା ପାଇଁ ଲୋକମାନେ କିପରି ପ୍ରସ୍ତୁତ ହେବେ ତା ସମ୍ବନ୍ଧରେ ମଧ୍ୟ ସୂଚନା ପ୍ରସାରଣ କରାଯାଉଛି । ନ୍ୟାରୋକାଷ୍ଟ ମଧ୍ୟମରେ ମଧ୍ୟ ଏହି ସୂଚନାକୁ ବିଭିନ୍ନ ଗାଁର ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ରେଡିଓ ସମ୍ପର୍କ ଟିମ ।