Home Election ପ୍ରମିଳାଙ୍କୁ ପ୍ରଚାର ମନା

ପ୍ରମିଳାଙ୍କୁ ପ୍ରଚାର ମନା

ଭୁବନେଶ୍ୱର: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ବରଦାସ୍ତ କରିବ ନାହିଁ ବୋଲି ଏକ ସ୍ପଷ୍ଟ ବାର୍ତ୍ତା ଦେଇ ରାଜ୍ୟ ର୍ନିବାଚନ କମିଶନ ବିଧାନସଭାରେ ବିଜେଡିର ବରିଷ୍ଠ ନେତ୍ରୀ ତଥା ସରକାରୀ ମୁଖ୍ୟ ଛାଟିଆ ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତ ର୍ନିବାଚନରେ ପ୍ରଚାର କରିବାକୁ ବାରଣ କରିଛନ୍ତି । ତଦନୁଯାୟୀ ଶ୍ରୀମତୀ ମଲ୍ଲିକ ୧୪ ଫେବୃଆରୀ ଦିନ ୧୦ଟାରୁ ରୁ ୪୮ ଘଣ୍ଟା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ପାରିବେ ନାହିଁ ।

ନିର୍ବାଚନ କମିଶନ ସଚିବ ଆର.ଏନ୍ ସାହୁ ରବିବାର ଦିନ ଶ୍ରୀମତୀ ମଲ୍ଲିକଙ୍କ ର୍ନିବାଚନମଣ୍ଡଳୀରେ ଥିବା ଯାଜପୁର ଜିଲ୍ଲାପାଳଙ୍କୁ କମିଶନଙ୍କ ଏହି ନିର୍ଦ୍ଦେଶ ବିଷୟରେ ସୂଚନା ଦେଇଛନ୍ତି ।

ଇିଞ୍ଝାରପୁର ବିଧାୟିକା ଶ୍ରୀମତୀ ମଲ୍ଲିକଙ୍କ ଆଚରଣକୁ ଆୟୋଗ ନାପସନ୍ଦ କରିଛନ୍ତି ଏବଂ ତାଙ୍କୁ ସାକ୍ଷାତକାର, ଗଣମାଧ୍ୟମରେ ବକ୍ତବ୍ୟ (ଇଲେକ୍ଟ୍ରୋନିକ୍‌, ପ୍ରିଣ୍ଟ, ସୋସିଆଲ୍ ମିଡିଆ) ଇତ୍ୟାଦି ପ୍ରଚାରରୁ ନିବୃତ୍ତ କରିଛନ୍ତି । ଓଡ଼ିଶାର ଯେକୌଣସି ଠାରେ ୪୮ ଘଣ୍ଟା ପାଇଁ, ୨୦୨୨ ମସିହା ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ କୁ ହେବାକୁ ଥିବା ସାଧାରଣ ର୍ନିବାଚନରେ ୧୪ ଫେବୃଅ ।ରୀ ୨୦୨୨ ଦିନ ୧୦.୦୦ ଠାରୁ ଆରମ୍ଭ କରି ୪୮ ଘଣ୍ଟା ସମୟ ପାଇଁ ଯେଭଳି ଶ୍ରୀମତୀ ମଲ୍ଲିକ ପ୍ରଚାର ନକରିବେ ତାହା ଉପରେ ନଜର ରଖିବାକୁ ଶ୍ରୀ ସାହୁ ଜିଲ୍ଲାପାଳଙ୍କୁ କହିଛନ୍ତି ।

ଶ୍ରୀମତୀ ମଲ୍ଲିକଙ୍କ ବିରୋଧରେ ଆୟୋଗ ଏହି ନିଷ୍ପତ୍ତି ନେଇଛି କାରଣ ସେ ପଞ୍ଚାୟତ ର୍ନିବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ ଲୋକଙ୍କୁ ବିଭିନ୍ନ ଯୋଜନାର ସୁବିଧା ପ୍ରଦାନ ବନ୍ଦ କରିବାକୁ ଭୋଟରଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଗତ ଗୁରୁବାର ଦିନ ଯାଜପୁର ଜିଲ୍ଲାର ଜିଲା ପରିଷଦ ଜୋନ୍ – ୨୭ ରେ ପଞ୍ଚାୟତ ର୍ନିବାଚନ ପ୍ରଚାର ସମୟରେ ଶ୍ରୀମତୀ ମଲ୍ଲିକ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ନଦେଲେ ଭୋଟରଙ୍କୁ ମାସିକ ଭତ୍ତା, କଣ୍ଟ୍ରୋଲ ଚାଉଳ ଏବଂ ସରକାରୀ ଯୋଜନାରେ ପକ୍କା ଘର ମିଳିବ ନାହିଁ ବୋଲି ଧମକ ଦେଇଥିଲେ । ଏହା ହେଉଛି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି ସୂତ୍ରରୁ ପ୍ରକାଶ ।

ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ, ର୍ନିବାଚନ କମିଶନଙ୍କ ନିର୍ଦ୍ଦେଶରେ, ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ମଲ୍ଲିକଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଶ୍ରୀମତୀ ମଲ୍ଲିକଙ୍କ ଉତ୍ତରକୁ ବିଚାର କରି କମିଶନ ତାଙ୍କୁ ୪୮ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହାପୂର୍ବରୁ, କମିଶନଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର କଲେଜ ପରିସରରେ ରାଜନୈତିକ ବୈଠକ ଆୟୋଜନ କରିଥିବାରୁ ସାଲେପୁରର ମା ତାରିଣୀ କଲେଜ ଅଧ୍ୟକ୍ଷ ବିକାଶ ଦାସ ଏବଂ ସବ-ଡିଭିଜନାଲ ପୋଲିସ ଅଧିକାରୀ (ଏସଡିପିଓ)ଙ୍କୁ ନିଲମ୍ବିତ ହୋଇଥିଲେ ।