Home Energy ପାୱାର ସିଷ୍ଟମ୍ କଣ୍ଟ୍ରୋଲ ସେଣ୍ଟରରେ ଶକ୍ତି ମନ୍ତ୍ରୀ

ପାୱାର ସିଷ୍ଟମ୍ କଣ୍ଟ୍ରୋଲ ସେଣ୍ଟରରେ ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର : ଟିପିସିଓଡିଏଲର ଭୁବନେଶ୍ୱରରେ ଥିବା ପାୱାର ସିଷ୍ଟମ୍ କଂଣ୍ଟ୍ରୋଲ ସେଣ୍ଟର୍ (ପିଏସ୍‌ସିସି)କୁ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ତାଙ୍କ ସହିତ ସୁବାଷ ସିଂହ, ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଧାୟକ ଓ ବିକ୍ରମ ପଣ୍ଡା, ବିଧାୟକ ଉପସ୍ଥିତ ଥିଲେ ।

ପିଏସ୍‌ସିସି ହେଉଛି ଟିପିସିଓଡିଏଲ୍‌ର ୩୩/୧୧ କେଭି ସବ୍‌ଷ୍ଟେସନ୍‌ର ସବୁ ପ୍ରକାର ପରିଚାଳନାର ପ୍ରମୁଖ କେନ୍ଦ୍ର । ଭୁବନେଶ୍ୱର, କଟକ ଓ ପୁରୀରେ ଥିବା ମୋଟ ୯୦ଟି ୩୩/୧୧ କେଭି ସବ୍‌ଷ୍ଟେସନ୍ ମଧ୍ୟରୁ ୭୦ଟି ଏହି କେନ୍ଦ୍ରରୁ ନିୟନ୍ତ୍ରିତ ହେଉଛି । ସମ୍ପୂର୍ଣ୍ଣ ରିମୋଟ୍ ନିରୀକ୍ଷଣ ଦ୍ୱାରା ଏହା ପରିଚାଳିତ ହେଉଛି ଏବଂ ଯେକୌଣସି ପ୍ରକାର ଅସ୍ୱାଭାବିକତା ଲାଗି ବିତରଣ ନେଟ୍‌ୱର୍କର ଏହା ନିରୀକ୍ଷଣର ନିୟନ୍ତ୍ରଣ କରୁଛି ଏବଂ ନିର୍ଧାରିତ ସମୟ ସୀମା ଭିତରେ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାରେ ସହାୟକ ହେଉଛି ।

ପିଏସ୍‌ସିସି ସେଂଟର୍ ପକ୍ଷରୁ ବ୍ରେକର୍‌/ଆଇସୋଲେଟର୍ ଭଳି ବିଦ୍ୟୁତ ଯୋଗାଣ ଉପକରଣକୁ ରିମୋଟ୍ ପରିଚାଳନା କରାଯାଉଥିବା ବେଳେ ପରିଚାଳନା ଭିନ୍ନତାର ନିରୀକ୍ଷଣ କରାଯାଉଛି । ଲାଇନ୍ କାର୍ଯ୍ୟ କରିବା ଲାଗି ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଏହା ନିଶ୍ଚିତ କରିବା ପରେ ଏହା କ୍ଷେତ୍ର ସ୍ଥଳରେ ଥିବା ଷ୍ଟାଫ୍‌ମାନଙ୍କୁ ମରାମତି/ବ୍ରେକ୍‌ଡାଉନ୍ କାର୍ଯ୍ୟ କରିବାର ଅନୁମତି ପ୍ରଦାନ କରୁଛି ।

ଏହି ଅବସରରେ ଏମ୍ ସେନ୍‌ବାଗମ୍‌, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ କହିଛନ୍ତି ଯେ, “ଶ୍ରୀଯୁକ୍ତ ଦିବ୍ୟ ଶଙ୍କର ମିଶ୍ର ଆମର ପିଏସ୍‌ସିସି ପରିଦର୍ଶନ କରିବା ଓ ଓଡ଼ିଶା ବିତରଣର ପରିବର୍ତନ ଦିଗରେ ଆମର ଉଦ୍ୟମ ପାଇଁ ତାଙ୍କୁ ଠାରୁ ପ୍ରଶସିଂତ ହେବା ଆମ ପାଇଁ ଅତ୍ୟନ୍ତ ସମ୍ମାନର ବିଷୟ । ଆମେ ଆମ କାର୍ଯ୍ୟ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଏବଂ ବିଭିନ୍ନ ପ୍ରଯୁକ୍ତି ଭିତ୍ତିକ ନବସୃଜନ ଜରିଆରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଜାରି ରଖିବୁ ।’’

ଏହି କେନ୍ଦ୍ରର ପରିଚାଳନା କାର୍ଯ୍ୟ ବିଷୟରେ ବ୍ୟାଖ୍ୟା କରିବା ସହିତ ଅତିଥି ମହାଶୟମାନଙ୍କୁ ସୁପର୍‌ଭାଇଜରି କଂଟ୍ରୋଲ୍ ଆଣ୍ଡ୍ ଡାଟା ଆକ୍ୟୁଜିସନ୍ (ଏସ୍‌ସିଏଡିଏ) ଓ କେନ୍ଦ୍ରର ଅଟୋମେସନ୍ ଅଂଶରେ ହେଉଥିବା ପ୍ରତ୍ୟକ୍ଷ କାର୍ଯ୍ୟର ଲାଇଭ୍ ଡେମୋ ପ୍ରଦର୍ଶନ କରାଯାଇଥିଲା । ଶ୍ରୀଯୁକ୍ତ ଏନ୍ ସେନ୍‌ବାଗମ୍ ଓ ଅନ୍ୟ ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ପିଏସ୍‌ସିସିର ମୁଖ୍ୟ ଶ୍ରୀଯୁକ୍ତ ଚିଟ୍‌ନିସ୍ ଡେମୋ ପ୍ରଦାନ କରିଥିଲେ ।

ବିତରଣ କ୍ଷେତ୍ରକୁ ପ୍ରଯୁକ୍ତି ଆଣିଥିବାରୁ ମନ୍ତ୍ରୀ ଟିପିସିଓଡିଏଲ୍‌କୁ ପ୍ରଶଂସା କରିଥିଲେ ଏବଂ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଭରସାଯୋଗ୍ୟତାରେ ଉନ୍ନତି ଆଣିବା ଲାଗି ପ୍ରଯୁକ୍ତି କାର୍ଯ୍ୟକାରିତାରେ ଉନ୍ନତି ଆଣିବାକୁ ସେ ପରାମର୍ଶ ଦେଇଥିଲେ । ନୂଆ ଏବଂ ପ୍ରଭାବଶାଳୀ ପ୍ରଯୁକ୍ତି ଜରିଆରେ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସେ ଟିିପିସିଓଡିଏଲ୍‌କୁ ପ୍ରୋତ୍ସାହିତ କରିଥିଲେ ।