Home Covid ପାଞ୍ଚ ହଜାର ତଳେ କରୋନା

ପାଞ୍ଚ ହଜାର ତଳେ କରୋନା

ଭୁବନେଶ୍ୱର : ରାଜ୍ୟରେ ତଳ ମୁହାଁ ହୋଇ ଚାଲିଥିବା ଦୈନିକ କରୋନା ସଂକ୍ରମଣ ୫ହଜାର ତଳକୁ ଆସିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୪୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ବର୍ଷ ବୟସରୁ କମ୍‍ ପିଲାଙ୍କ ସଂଖ୍ୟା ୬୭୧ ରହିଛି ।

ରାଜ୍ୟରେ କରୋନା ସକ୍ରମଣ ପାଞ୍ଚ ହଜାର ତଳକୁ ହ୍ରାସ ପାଇବା ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବି ୬୦ହଜାର ତଳକୁ ହ୍ରାସ ପାଇ ୫୮,୫୩୩ରେ ପହଞ୍ଚିଛି । ତେବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୪୧,୦୬୮ରେ ପହଞ୍ଚିଛି ।

ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟି ହୋଇଥିବା ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୧୨୫୩ ଜଣ ଥିବାବେଳେ କଟକରୁ ୪୪୩, ନୟାଗଡାରୁ ୨୧୦, ମୟୁରଭଞ୍ଜରୁ ୧୭୯, ବାଲେଶ୍ୱରରୁ ୧୬୯, ସୁନ୍ଦରଗଡରୁ ୧୫୯, କଳାହାଣ୍ଡିରୁ ୧୫୫, ସମ୍ବଲପୁରରୁ ୧୪୯. ନୂଆପଡାରୁ ୧୪୨, ବଲାଙ୍ଗିରରୁ ୧୪୦, ଯାଜପୁରରୁ ୧୩୪, ନବରଙ୍ଗପୁରରୁ ୧୨୪, ଭଦ୍ରକରୁ ୧୦୬, ଅନୁଗୁଳରୁ ୧୦୪ ଓ ରାୟଗଡାରୁ ୧୦୧ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ଅନ୍ୟ ଜିଲ୍ଲାରେ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କରେ ରହିଥିବାବେଳେ ସବୁଠାରୁ କମ୍‍ ୨୮ଜଣ ବୌଦ ଜିଲ୍ଲାରେ ରହିଛନ୍ତି । ସୋନପୁରରେ ଏମାନଙ୍କ ସଂଖ୍ୟା ୪୨ ରହିଥିବାବେଳେ ମାଲକାନଗିରି ଜିଲ୍ଲାରେ ୪୩ ରହିଛି ।

ତେବେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରେ ୧୫ଜଣ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୫୭୫ରେ ପହଞ୍ଚିଛି । ମୃତ୍ୟୁବରଣ କରିଥିବା ୧୫ଜଣଙ୍କ ମଧ୍ୟରେ ଖୋରଧା ଓ ଗଞ୍ଜାମ ଜିଲ୍ଲାରୁ ୩ଜଣ କରି ଥିବାବେଳେ ଅନୁଗୁଳ, ବରଗଡ, କଟକ, କେନ୍ଦ୍ରାପଡା, ମୟୁରଭଞ୍ଜ, ନବରଙ୍ଗପୁର, ନୂଆପଡା, ପୁରୀ ଓ ରାୟଗଡାରୁ ଜଣେ କରି ରହିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କରେ ପହଞ୍ଚିବା ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି ।