Home Culture ନୃତ୍ୟଗୁରୁଙ୍କୁ ସମ୍ବର୍ଦ୍ଧନା

ନୃତ୍ୟଗୁରୁଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ଠାରେ ଆରମ୍ଭ ହୋଇଛି। ଓଡିଶା ପରିବାର ନିର୍ଦ୍ଦେଶାଳୟ ଓ ଆମେରିକାସ୍ଥିତ ନୃତ୍ୟ ସାଧନା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଏବଂ  କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ସହଯୋଗରେ ଏହି ଆୟୋଜିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମଆଜିଠାରୁ ଆରମ୍ଭ ହୋଇଛି।ଏହି କାର୍ଯ୍ୟକ୍ରମ ନିମନ୍ତେ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ, ସ୍ୱତନ୍ତ୍ର ସଚିବ ଶ୍ରୀ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ନୃତ୍ୟ ସାଧନା ନିର୍ଦ୍ଦେଶକ ଡଃ ତାପସୀ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଓଡିଶୀ ନୃତ୍ୟଶିଳ୍ପୀ ମାନେ ପ୍ରୋତ୍ସାହିତ ହୋଇ ପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଓଡିଶୀ ନୃତ୍ୟରେ ଜୀବନ ବ୍ୟାପୀ ସାଧନା ନିମନ୍ତେ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କୁ ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ଅନ୍ତର୍ଜାତିକ ଆଇକନ ଓ ଜ୍ୟୋତି ରାଉତଙ୍କୁ ପ୍ରବାସୀ ନୃତ୍ୟ ଗୁରୁ ସମ୍ମାନ ପ୍ରଦାନ କରାଯାଇଥିଲା । ନୃତ୍ୟ ସାଧନା ସଂସ୍ଥାର ତପସ୍ୟା ରାୟଙ୍କୁ ପ୍ରବାସୀ ଯୁବ ପ୍ରତିଭା ଓ ପ୍ରୀତିଶା ମହାପାତ୍ରଙ୍କୁ ଯୁବ ସମ୍ମାନ ପ୍ରଦାନ କରାଯାଇଛି ।ଆଜିର ପ୍ରଥମ ଦିନରେ ନରେନ୍ଦ୍ରପୁରର ଯୋଡି ଶଙ୍ଖ ଓ ବ୍ରହ୍ମଗିରିର ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଛି ।