Home Administration ନନ୍ଦନକାନନ ରାସ୍ତାରେ ଭିଡ କମିବ

ନନ୍ଦନକାନନ ରାସ୍ତାରେ ଭିଡ କମିବ

ଭୁବନେଶ୍ୱର : ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାରେ ବଢି ଚାଲିଥିବା ଟ୍ରାଫିକ ଭିଡ ଆସନ୍ତା ଜୁନ୍‍ ସୁଦ୍ଧା କମିବ । ଭିଡ କମାଇବା ପାଇଁ ଆଉ ଦୁଇଟି ସମାନ୍ତରାଳରାସ୍ତା ନିର୍ମାଣକୁ ଅଗ୍ରାଧିକାର ଭିତ୍ତିରେ ସାରିବା ଲାଗି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱଆରୋପ କରିଛନ୍ତି ।

ଶ୍ରୀ ମହାପାତ୍ର ଉଭୟ ରାସ୍ତାର ନିର୍ମାଣ କାର୍ଯ୍ୟ ତଦାରଖ ଓ ସମୀକ୍ଷା ପରେ ଚଳିତବର୍ଷ ଜୁନ୍‍ ସୁଦ୍ଧା ଟ୍ରାଫିକ ଉପଯୋଗୀ କରିବାକୁ ପୂର୍ତ୍ତ ବିଭାଗ ଏବଂ ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତିା

ମିଳିଥିବା ସୂଚନାରୁ ଜଣାଯାଇଛି ଯେ ବର୍ତ୍ତମାନ ମୁଖ୍ୟ ରାସ୍ତାର ବାମ ଓ ଦକ୍ଷିଣ ପଟରେ ଦୁଇଟି ସମାନ୍ତରାଳ ରାସ୍ତା ନିମାଣ ହେଉଛି । ବାମ ପଟରେ ଚନ୍ଦକା ଖଣ୍ଡଗିରି ରାସ୍ତାର ସୁନ୍ଦରପୁରଠାରୁ ପଥରଗାଡିଆ-ଇନଫୋସିଟି-ଲୁମ୍ବିନୀବିହାର-ରେଳବିହାର ଦେଇ ଜାଭିଏର ଛକର ପର୍ଯ୍ୟନ୍ତ ୧୨ କିଲୋମିଟର ସଂଯୋଗକାରୀ ରାସ୍ତା ନିର୍ମାଣ ଜାରି ରହିଛି ।

ଏହି ବାଟରେ ଜବରଦଖଲରେ ଥିବା ଲୋକଙ୍କୁ ଅନ୍ୟ ସ୍ଥାନରେ ପୁନଃ ଥଇଥାନ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ସେହିପରି ଦକ୍ଷିଣ ପଟରେ ଆଚାର୍ଯ୍ୟବିାହାର ଠାରୁ ସୈନିକସ୍କୁଲ ପାଖଦେଇ ୟୁନିଟେକ୍‍ ମଲ୍‍-ରେଲୱେ ଷ୍ଟାଡିୟମ, କେଳୁଚରଣ ପାର୍କ-ଡମଣା ପର୍ଯ୍ୟନ୍ତ ରାସ୍ତା କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‍ଶୀଘ୍ର ଦକ୍ଷିଣ ପଟ ରାସ୍ତାକୁ କେଳୁଚରଣ ପାର୍କରୁ ପଟିଆ ଷ୍ଟେସନ ଦେଇ ବିଗ୍‍ବଜାର ଛକ ପର୍ଯ୍ୟନ୍ତ ସଂଯୋଜିତ କରାଯିବ ।

ଦକ୍ଷିଣ ପଟରେ ଆଚାର୍ଯ୍ୟବିାହାର ଠାରୁ ସପ୍ତମ ବାଟାଲିୟନ ଓ ୟୁନିଟେକ ମଲ୍‍ ସାମ୍ନା ପ୍ରେସ୍‍ ଛକ ଦେଇ ଡମଣା ପର୍ଯ୍ୟନ୍ତ ଏବଂ ବାମ ପଟେ ସୁନ୍ଦରପୁର ଜାଭିଏର ଛକ ପର୍ଯ୍ୟନ୍ତରାସ୍ତାକୁ ଜୁନ୍‍ମାସ ଶେଷ ସୁଦ୍ଧା ଟ୍ରାଫିକ ଉପଯୋଗୀ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଉଭୟପଟ ରାସ୍ତା ନିର୍ମାଣ ସରିଲେ ଜୟଦେବ ବିହାର-ନନ୍ଦନ କାନନ ରାସ୍ତାରେ ଭିଡ ଅନେକ ପରିମାଣରେ କମିବ ଏବଂ ଦୈନିକ ଯାତାୟତ କରୁଥିବା ଲୋକମାନେ ସୁବିଧାରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ।

ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ମୋନା ଶର୍ମା, ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲଙ୍କ ସମେତ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧିକାରୀ ଏବଂ ବରିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ସମୟରେ ଉପସ୍ଥିତ ଥିଲେ ।