Home News in Odia ନକଲି ମଦ ବିରୋଧି ଅଭିଯାନକୁ ବଡ ସଫଳତା

ନକଲି ମଦ ବିରୋଧି ଅଭିଯାନକୁ ବଡ ସଫଳତା

ଭୁବନେଶ୍ୱର : ନକଲି ବିଦେଶୀ ମଦ ବିରୁଦ୍ଧରେ ଅବାକାରୀ ବିଭାଗ ଅଭିଯାନ ଆରମ୍ଭ କରିଥିବାବେଳେ ଏହାକୁ ଏକ ବଡ ସଫଳତା ମିଳିଛି । ଗତ କାଲି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ୍‍ ଖୋରଧା ବସଷ୍ଟାଣ୍ଡ ନିକଟରୁ ୨ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଲେବୁଲ ଲାଗିଥିବା ନକଲି ବିଦେଶୀ ମଦ ଜବତ କରିଛି ।

ଅବକାରୀ ଗୁଇନ୍ଦା ସୂଚନା ଆଧାରରେ ଫ୍ଲାଇଙ୍ଗ ସ୍କ୍ୱାଡ୍‍ ପକ୍ଷରୁ ସଂଧ୍ୟା ସମୟରେ ଟାଉନ୍‍ ପୁଲିସ୍‍ ସହାୟତାରେ ଚଢାଉ କରି ବିପୁଳ ପରିମାଣରେ ମଦ ସହିତ ଗଣେଶ ସାହୁ ନାମ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଏହି ନକଲି ମଦ ଗଞ୍ଜାମରୁ ଖୋରଧାକୁ ବିକ୍ରି ପାଇଁ ଆସିଥିବା ଜଣାଯାଇଛି ।

ଅବକାରୀ ସୁପରିଟେଣ୍ଡଣ୍ଟ ଦେବାଶିଷ ପଟେଲ, ଆଇଆଇସି ସରୋଜ କୁମାର ପରିଡାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢଉରେ ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ, ସବଇନ୍ସପେକ୍ଟର ସଚିନ ବେହେରାଙ୍କ ସମେତ ସହକାରୀ ସବଇନ୍ସପେକ୍ଟର ଓ କନେଷ୍ଟବଳମାନେ ସହଯୋଗ କରିଥିଲେ ।

ଜବତ ହୋଇଥିବା ୧୨୨୪ ନକଲି ବିଦେଶୀ ମଦ ବୋତଲ ମଧ୍ୟରେ ୧୮୦ ଏମ.ଏଲ୍‍ର ୬୩୧ ବୋତଲ ରମ୍‍, ୧୦୭ ବୋତଲ ହ୍ୱିସ୍କି, ୨୦୨ ବୋତଲ ରୟାଲ ଷ୍ଟାଗ, ୨୮୪ ବୋତଲ ଇମ୍ପେରିଆଲ ବ୍ଲୁ ଲେବୁଲ ଲାଗିଥିବା ମଦ ରହିଛି । ଏହାରା ଆନୁମାନିକ ମୂଲ୍ୟ ୨ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଉଲ୍ଲେଖନୀୟ ଯେ ରାଜ୍ୟରେ ନକଲି ମଦ କାରବାରରେ ପୂର୍ଣ୍ଣଛେଦ ପକାଇବା ପାଇଁ କିଛିଦିନ ହେଲା ଅବକାରୀ ବିଭାଗ ଉଭୟ ଦେଶୀ ଓ ବିଦେଶୀ ନକଲି ମଦ କାରବାର ଉପରେ ତୀକ୍ଷ୍ଣ ନଜର ରଖିଛି ।