Home Health ଦମନ ଦେଖିବେ ଜିଲ୍ଲା ସ୍ତରର କର୍ମଚାରୀ

ଦମନ ଦେଖିବେ ଜିଲ୍ଲା ସ୍ତରର କର୍ମଚାରୀ

ଭୁବନେଶ୍ୱର : ସଫଳ ମ୍ୟାଲେରିଆ ନିରାକରଣର ବାର୍ତ୍ତା ବହନ କରୁଥିବା ଓଡିଶା ଚଳଚିତ୍ର ଦମନକୁ ଯେଭଳି ଜିଲ୍ଲା ସ୍ତରର କର୍ମଚାରୀମାନେ ଦେଖିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ସ୍ଥାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଛି । ଏହି ମର୍ମରେ ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି ।

ପତ୍ରରେ ଦର୍ଶାଯାଇଛି ଯେ ଓଡିଆ ଚଳଚ୍ଚିତ୍ର ଦମନ ଓଡ଼ିଶାର ଲୋକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ମ୍ୟାଲେରିଆ ବିଲୋପ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ହେଉଛି ଦମନ (ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକାରଣ)

ଏହି ଚଳଚ୍ଚିତ୍ରଟି ମ୍ୟାଲେରିଆ ପ୍ରବଣ ଜିଲ୍ଲା ମାଲକାନଗିରିରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ଯୋଜନାର ସଫଳତାର କାହାଣୀ । ଏହି ଚଳଚ୍ଚିତ୍ର ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରିବାରେ ସରକାରୀ ତଥା ଜନସାଧାରଣଙ୍କ ଉଦ୍ୟମ ଏବଂ ଅବଦାନ ଉପରେ ଏକ ସକରାତ୍ମକ ବାର୍ତ୍ତା ଦେଇଛି ।

ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ଉପ-ଜିଲ୍ଲା ସ୍ତରରେ ସରକାରୀ କର୍ମଚାରୀ ବିଶେଷ ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ବରିଷ୍ଠ ଜିଲ୍ଲା ସ୍ତରର ଅଧିକାରୀମାନେ ଏହି ଚଳଚ୍ଚିତ୍ରକୁ ସ୍ୱତନ୍ତ୍ର ପ୍ରଦର୍ଶନ ଜରିଆରେ ଦେଖିବା ପାଇଁ ସୁବିଧା କରିଛନ୍ତି ।

ଉତ୍ସର୍ଗୀକୃତ ଏବଂ ପରିଶ୍ରମୀ ସରକାରୀ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ଏ ବାବଦୀୟ ଖର୍ଚ୍ଚ ବିଭାଗ ପକ୍ଷରୁ ବହନ କରାଯିବ । ପ୍ରତ୍ୟେକ ପ୍ରଦର୍ଶନ ପିଛା ସରକାର ହଲଗୁଡିକୁ ସର୍ବାଧିକ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ଯୋଗାଇଦେବେ ।

ସମ୍ପୃକ୍ତ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ଉପଯୁକ୍ତତା ଅନୁଯାୟୀ ଜିଲ୍ଲା / ଉପ-ବିଭାଗୀୟ ସ୍ତରରେ ସେମାନଙ୍କର ନିକଟତମ ପ୍ରେକ୍ଷାଳୟରେ ସ୍ୱତନ୍ତ୍ର ପ୍ରଦର୍ଶନ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି ।