ଭୁବନେଶ୍ୱର: ହୁ ହୁ ହୋଇ ବଢୁଥିବା ଇନ୍ଧନ ମୂଲ୍ୟରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପେଟ୍ରୋଲ ଏବଂ ଡିଜେଲ ଉପରୁ ୩ଟଙ୍କା କରି ଭାଟ୍ ହ୍ରାସ ପାଇୁଁ ଘୋଷଣା କରିଛନ୍ତି ଯାହା ନଭେମ୍ବର ୫ ମଧ୍ୟରାତ୍ରୀରୁ ଲାଗୁ ହେବ ।
ଭାରତ ସରକାର ଘୋଷଣା କରିଥିବା ଏକ୍ସାଇଜ୍ ଡ୍ୟୁଟି ହ୍ରାସ ଉପରେ ଏହା ଲାଗୁ ହୋଇଛି ।
କେନ୍ଦ୍ର ସରକାର ବୁଧବାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ଯଥାକ୍ରମେ ୫, ୧୦ ଟଙ୍କା ହ୍ରାସ କରି ସର୍ବୋଚ୍ଚ ସ୍ତରରୁ ହ୍ରାସ କରିଛନ୍ତି ।
ଦର ହ୍ରାସ ନିଷ୍ପତ୍ତି ଘୋଷଣା କରି କେନ୍ଦ୍ର ସରକାରଙ୍କ ବିବୃତ୍ତିରେ କୁହାଯାଇଛି ଯେ ଗ୍ରାହକଙ୍କୁ ଥଇଥାନ କରିବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ମୂଲ୍ୟଯୁକ୍ତ ଟିକସ (ଭାଟ୍) ହ୍ରାସ କରିବାକୁ କେନ୍ଦ୍ର ମଧ୍ୟ ରାଜ୍ୟମାନଙ୍କୁ ଅନୁରୋଧ କରିଛି ।
ଏହି ହ୍ରାସକୁ ଦୃଷ୍ଟିରେ ରଖି ରାଜ୍ୟର ବାର୍ଷିକ ଭ୍ୟାଟ୍ ରାଜସ୍ୱରେ କ୍ଷତି ୧୪୦୦ କୋଟି ହେବ ବୋଲି ଆକଳନ କରାଯାଇଛି ।
ଏହା ସହିତ ଭାରତ ସରକାରଙ୍କ ଦ୍ୱାରା ଏକ୍ସାଇଜ୍ ଡ୍ୟୁଟି ହ୍ରାସକୁ ଦୃଷ୍ଟିରେ ରଖି ରାଜ୍ୟର ଭ୍ୟାଟ୍ ସଂଗ୍ରହରେ ପେଟ୍ରୋଲ ଉପରେ ଲିଟର ପିଛା ଅତିରିକ୍ତ ୧.୬ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ଅତିରିକ୍ତ ୨.୮ ଟଙ୍କାକୁ ମିଶାଇ ମୋଟ ୭୦୦ କୋଟି ଟଙ୍କା କ୍ଷତି ହେବାର ସମ୍ଭାବନା ରହିଛି ।
ତେଣୁ ଭାଟ୍ ହ୍ରାସ ହେତୁ ରାଜ୍ୟ ରାଜକୋଷ ପାଇଁ ମୋଟ କ୍ଷତି ପ୍ରାୟ ୨୦୦୦ କୋଟି ହେବାକୁ ଥିବାବେଳେ ଓଡିଶାବାସୀଙ୍କ ପାଇଁ କିନ୍ତୁ ଏକ ପ୍ରମୁଖ ରିଲିଫ୍ ହେବ ।
ଏହି ହ୍ରାସ ସହିତ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦେଶରେ ସର୍ବନିମ୍ନତମ ହେବାର ସମ୍ଭାବନା ରହିଛି ।