Home Administration ତାଳଦଣ୍ଡା କେନାଲ ଏବଂ ବସ୍ ଟର୍ମିନାଲ୍ ସମୀକ୍ଷା

ତାଳଦଣ୍ଡା କେନାଲ ଏବଂ ବସ୍ ଟର୍ମିନାଲ୍ ସମୀକ୍ଷା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଓ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର କଟକସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି ।

୧.୫୫ କିଲୋମିଟରର ଦୈର୍ଘ୍ୟ ତାଳଦଣ୍ଡା କେନାଲ ନବୀକଣର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ଯାଉଛି । କେନାଲ କାମକୁ ଜାତୀୟ ରାଜପଥ ପାଶ୍ୱର୍କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଜାତୀୟ ରାଜପଥ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ସଡ଼କ ସହିତ ନବୀକରଣର ମୋଟ ଦୈର୍ଘ୍ୟ ୩.୫୫ କିଲୋମିଟର ହେବ ।

ଶ୍ରୀ ପାଣ୍ଡିଆନ୍ ଉପଯୋଗିତାଗୁଡିକର ସ୍ଥାନାନ୍ତର ନିଶ୍ଚିତ କରିବାକୁ ଏବଂ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଖାନନଗରରେ ୧୭.୯୧ ଏକର ଜମିରେ କଟକ ନେତାଜୀ ବସ୍ ଟର୍ମିନାଲ୍ ର୍ନିମାଣ କରାଯାଉଛି । କଟକରେ ବସ୍ ଭିଡକୁ ସହଜ କରିବାରେ ଟର୍ମିନାଲ ସାହାଯ୍ୟ କରିବ ଏବଂ ଏଥିରେ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ସୁବିଧା ଯୋଗାଇ ଦିଆଯାଇ ପାରିବ ।

ପ୍ରକଳ୍ପର ଅଗ୍ରଗତି ବିଷୟରେ ଶ୍ରୀ ପାଣ୍ଡିଆନ୍ ବିସ୍ତୃତ ଭାବରେ ସମୀକ୍ଷା କରିଥିଲେ । ପ୍ରକଳ୍ପ ନିକଟରୁ ପାଠାଗାର ସ୍ଥାନାନ୍ତର ବିଷୟରେ ଲୋକଙ୍କ ସହ ଆଲୋଚନା କରିବାକୁ ଏବଂ ୧୦ ଦିନ ମଧ୍ୟରେ ଏକ ଉପଯୁକ୍ତ ନୂତନ ଇଲାକାକୁ ସ୍ଥାନାନ୍ତର ସମ୍ପର୍କରେ ଏକ ପ୍ରସ୍ତାବ ଦାଖଲ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାର ଯୋଜନା ରହିଛି ।

ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ନବୀକରଣ ସହିତ, ଏହି ଦୁଇଟି ପ୍ରକଳ୍ପ କଟକର ଭିଡ ହ୍ରାସ ଏବଂ ଯାତାୟତ ସହଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମ ଅଧୀନରେ ନିଆଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଆରଡିସି ଏ. କେ. ସାମଲ, କଟକ ଜିଲ୍ଲାପାଳ ବି.ଏସ.ଚୟିନୀ ସିଏମସି କମିଶନର ଅନନ୍ୟା ଦାସ ଏବଂ ବରିଷ୍ଠ ପ୍ରକଳ୍ପ ଅଧିକାରୀମାନେ ସମୀକ୍ଷା ସମୟରେ ଉପସ୍ଥିତ ଥିଲେ ।