ଭୁବନେଶ୍ୱର : ୨୦୨୩ ମସିହା ମାର୍ଚ୍ଚ ମାସରେ ଓଡ଼ିଶା ମୋଟ ଜିଏସ୍ଟି ବାବଦକୁ ୪୭୪୯.୦୨ କୋଟି ଟଙ୍କା ସଂଗ୍ରହ କରିଛି । ୨୦୨୨ ମସିହା ମାର୍ଚ୍ଚ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୪୧୨୪.୬୬ କୋଟି ଟଙ୍କା । ଏ କ୍ଷେତ୍ରରେ ଗତ ବର୍ଷର ମାର୍ଚ୍ଚ ମାସ ତୁଳନାରେ ୧୫.୧୪% ଅଭିବୃଦ୍ଧି ଘଟିଛି । ପୁନଶ୍ଚ ୨୦୨୩ ମସିହା ମାର୍ଚ୍ଚ ମାସର ମୋଟ ଜିଏସ୍ଟି ବାବଦକୁ ହୋଇଥିବା ସଂଗ୍ରହ ହେଉଛି ଦ୍ୱିତୀୟ ସର୍ବାଧିକ ସର୍ବକାଳୀନ ସଂଗ୍ରହ ।
ସେହିପରି ରାଜ୍ୟ ଜିଏସ୍ଟି (ଓଜିଏସ୍ଟି) ଓ ସମନ୍ୱିତ ଜିଏସ୍ଟି (ଆଇଜିଏସ୍ଟି) ଫଇସଲା ବାବଦକୁ ୨୦୨୩ ମସିହା ମାର୍ଚ୍ଚ ମାସରେ ଓଡ଼ିଶାକୁ ମିଳିବାକୁ ଥିବା ଜିଏସ୍ଟି ପରିମାଣ ହେଉଛି ୧୯୭୭.୪୫ କୋଟିି ଟଙ୍କା । ୨୦୨୨ ମସିହା ମାର୍ଚ୍ଚ ମାସରେ ଏହି ରାଶି ଥିଲା ୧୭୦୯.୧୪ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୧୫.୬୯ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ଅପର ପକ୍ଷରେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ପାଇବାକୁ ଥିବା ମୋଟ ଜିଏସ୍ଟି ପରିମାଣ ୧୮୭୬୬.୫୮ କୋଟି ଟଙ୍କା ହୋଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ପରିମାଣ ଥିଲା ୧୬୩୯୨.୨୪ କୋଟି ଟଙ୍କା । ଏ କ୍ଷେତ୍ରରେ ୧୪.୪୮ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
୨୦୨୩ ମସିହା ମାର୍ଚ୍ଚ ମାସରେ ପେଟ୍ରୋଲ ଓ ମଦରୁ ୧୯୧୭.୨୯ କୋଟି ଟଙ୍କାର ଭାଟ ରାଜସ୍ୱ ସଂଗ୍ରହ କରାଯାଇଥିବାବେଳେ ୨୦୨୨ ମସିହା ମାର୍ଚ୍ଚ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୬୩୯.୫୩ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୧୩.୨୧ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ୧୧୯୭୪.୬୫ କୋଟି ଟଙ୍କାର ଭାଟ ରାଜସ୍ୱ ସଂଗ୍ରହ କରାଯାଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ସଂଗ୍ରହ ପରିମାଣ ଥିଲା ୯୯୬୫.୬୦ କୋଯି ଟଙ୍କା । ଏ କ୍ଷେତ୍ରରେ ୨୦.୧୬ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇପାରିଛି ।
ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍ଟି ସଂସ୍ଥା ଦ୍ୱାରା ସଂଗ୍ରହ କରାଯାଇଥିବା ବିଭିନ୍ନ ଟିକସ (ଜିଏସ୍ଟି, ଭାଟ, ବୃତ୍ତିଗତ କର, ପ୍ରବେଶ ଶୁÂ) ବାବଦକୁ ରାଜସ୍ୱ ପରିମାଣ ୨୦୨୨-୨୩ ଆର୍ଥିକ ବର୍ଷରେ ୩୧୧୫୮.୩୩ କୋଟି ଟଙ୍କା ହୋଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ଥିଲା ୨୬୭୫୬.୧୮ କୋଟି ଟଙ୍କା ଫଳରେ ଏ କ୍ଷେତ୍ରରେ ୧୬.୪୫ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ଇ-େୱବିଲ୍ ନିର୍ଗମନ କ୍ଷେତ୍ରରେ ମଧ୍ୟ ୧୭.୯୩ ପ୍ରତିଶତ ଅଭିବୃଦ୍ଧି ଘଟିଛି । ୨୦୨୩ ମସିହା ମାର୍ଚ୍ଚ ମାସରେ ୨୧.୯୧ ଲକ୍ଷ ସଂଖ୍ୟକ ଇ-େୱବିଲ୍ ନିର୍ଗମନ କରାଯାଇଥିବାବେଳେ ୨୦୨୨ ମସିହା ମାର୍ଚ୍ଚ ମାସରେ ୧୮.୫୮ ଲକ୍ଷ ଇ-େୱବିଲ୍ ନିର୍ଗମନ କରାଯାଇଥିଲା ।