Home Finance ଓଏସ୍‌ଏଲ୍‌ ପକ୍ଷରୁ ମନମ ଫାଉଣ୍ଡେସନକୁ ୧୦ ଲକ୍ଷ ଟଙ୍କା  ପ୍ରଦାନ

ଓଏସ୍‌ଏଲ୍‌ ପକ୍ଷରୁ ମନମ ଫାଉଣ୍ଡେସନକୁ ୧୦ ଲକ୍ଷ ଟଙ୍କା  ପ୍ରଦାନ

ଭୁବନେଶ୍ୱର:  ଜନପ୍ରେମୀ ସିଏସ୍‌ଆର୍ କାର୍ଯ୍ୟକ୍ରମକୁ ଜାରି ରଖି, ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ପକ୍ଷରୁ ମନମ ଫାଉଣ୍ଡେସନକୁ ୧୦,୦୦,୦୦୦ ଟଙ୍କା ଦାନ କରାଯାଇଛି । ମନମ ଫାଉଣ୍ଡେସନ ହେଉଛି ଏକ ଏନ୍‌ଜିଓ ଓ ସେମାନେ ବିଭିନ୍ନ ନିର୍ଦିଷ୍ଟ ଗୋଷ୍ଠୀର ଯେଉଁମାନେ ନିଜର ମାନସିକ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ସ୍ୱତନ୍ତ୍ର ଧ୍ୟାନ ଓ ଉଦ୍ୟମ ଆବଶ୍ୟକ କରୁଛନ୍ତି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି, ବିକାଶ ଓ ନିରନ୍ତରତା କ୍ଷେତ୍ରରେ ସେମାନେ ନିୟୋଜିତ ହୋଇଛନ୍ତି ।

ଓଏସ୍‌ଏଲ୍ ଗ୍ରୁପ୍ ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦେଶକ (ଏଚ୍‌ଆର୍ ଆଣ୍ଡ୍ ଆଇଆର୍‌) ଚେକ୍‌କୁ ମନମ ଫାଉଣ୍ଡେସନର ପ୍ରତିଷ୍ଠାତା ଡକ୍ଟର ଅନୁରାଧା ମହାପାତ୍ରଙ୍କୁ ହସ୍ତାନ୍ତର କରିଛନ୍ତି ।

ସେବା, ସଚେତନତା, ଶିକ୍ଷା, ସହାୟକ ଗୋଷ୍ଠୀ ଗଠନ ଓ ପରାମର୍ଶ ଜରିଆରେ ମାନସିିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତମ କାର୍ଯ୍ୟ କରିବା ଲାଗି ଏହି ରାଶିକୁ ବ୍ୟବହାର କରାଯିବ ।

ଏଭଳି ସହାୟତା ଓ ଯୋଗଦାନ ସମ୍ପର୍କରେ ଓଏସଏଲ୍ ଗ୍ରୁପ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ମହିମାନନ୍ଦ ମିଶ୍ର କହିଛନ୍ତି ଯେ, “ସମସ୍ୟାର ସମାଧାନ କରିବା ଦିଗରେ ଘରୋଇ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଏଠାରେ କେବଳ ସୁଯୋଗ ନାହିଁ ବରଂ ଏକ ଦାୟିତ୍ୱ ବୋଲି ଆମର ଦୃଢ଼ ବିଶ୍ୱାସ ରହିଛି । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍‌ଗରେ ପ୍ରଭାବ ସୃଷ୍ଟି କରିପାରିଥିବାରୁ ଓଏସ୍‌ଏଲ୍ ଗ୍ରୁପ୍ ଗର୍ବିତ ।’’

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ଏକ ପ୍ରମୁ୍‌ଖ କର୍ପୋରେଟ୍ ସଂସ୍ଥା ଭାବେ ଏହାର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଜରିଆରେ କୋଭିଟ୍ ସଙ୍କଟ ସମୟରେ ଓଡ଼ିଶା ସରକାରଙ୍କୁ ସାହାଯ୍ୟ କରିଛି ।

କୋଭିଡ୍‌-୧୯ ମହାମାରୀ ସମୟରେ ମାସ୍କ ପିନ୍ଧିବା ଲାଗି ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ବୋ ପ୍ରତି ତ୍ୱରିତ ପ୍ରତିକ୍ରିୟା ସ୍ୱରୂପ ମହାମାରୀକୁ ଦୂର କରିବା ଲାଗି ଧାର୍ମିକ ଭାବେ ମାସ୍କ ବ୍ୟବହାର କରିବାର ଲାଭ ଉପରେ ସଚେତନତା ସୃଷ୍ଟି କରି ଓଏସ୍‌ଏଲ୍ ଗ୍ରୁପ୍ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଲକ୍ଷ ମାସ୍କ ବଂଟନ କରିଥିଲା । ଏହା ସହିତ ପାରାଦୀପ ବନ୍ଦରରେ ମେଡିକାଲ୍ ଅକ୍ସିଜେନ୍ ସିଲିଣ୍ଡର ଅନ୍‌ଲୋଡ୍ କରିବା ଲାଗି ଏହା ଲଜିଷ୍ଟିକ୍ସ ସହାୟତା ଯୋଗାଇ ଦେଇଥିଲା ।